ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ବାତ୍ୟା ଆକୱ୍ବାନ ପରିପ୍ରେକ୍ଷୀରେ ହବିଷ୍ୟାଳୀ ମା ମାନଙ୍କ ସୁରକ୍ଷା ପାଇଁ ମହାପ୍ରଭୁଙ୍କ ଦର୍ଶନ ଦୁଇ ଦିନ ବନ୍ଦ ରଖାଯାଇଥିଲା । ତେବେ ଆଜି ଶନିବାର ପାଗ ବେଶ୍ ଭଲ ଥିବାରୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଦେଶ କ୍ରମେ ହବିଷ୍ୟାଳୀ ମା ମାନଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ପୂର୍ବ ପରି ପ୍ରତ୍ୟୁଷରୁ ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ସ୍ବେଚ୍ଛାସେବୀ ମାନେ ମା ମାନଙ୍କୁ ମନ୍ଦିର କୂ ନେଇ ଦର୍ଶନ କରାଇଥିଲେ ।

ହବିଷ୍ୟାଳୀ ମା ମାନେ ଦୁଇ ଦିନ ର ବିରତି ପରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରି ଆନନ୍ଦ ଅନୁଭବ କରିଥିଲେ । ଆମ ସୁରକ୍ଷା ପାଇଁ ପ୍ରଶାସନ ଦର୍ଶନ ବନ୍ଦ କରିଥିଲେ । ହେଲେ ଆମ ମନ କାଳିଆ ଠାକୁର ଙ୍କୁ ଦର୍ଶନ ପାଇଁ ବ୍ୟଗ୍ର ଥିଲା। ଆଜି ଦର୍ଶନ କରି ଆମେ ଭାରି ଖୁସି ବୋଲି ହବିଷ୍ୟାଳୀ ମା ମାନେ କହିବା ସହ ପ୍ରଶାସନ ର ଦାୟିତ୍ଵ ପୂର୍ଣ୍ଣ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ।















