
ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଶ୍ରୀକ୍ଷେତ୍ର କଳା ପ୍ରକାଶିକା ର ୫୭ ତମ ବାର୍ଷିକ ଭଜନ ସମାରୋହ ଚଳିତମାସ ୨୩ ତାରିଖ ସୋମବାର ସଂଧ୍ଯାରେ ସିଂହଦ୍ୱାର ପରିକ୍ରମା ମାର୍ଗ ଠାରେ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ଶୁକ୍ରବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ହୋଟେଲ ହଲିଡେ ରିସର୍ଟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଓ ସମ୍ପାଦକ ସୋମନାଥ ଗୁରୁ ଯୋଗଦେଇ କହିଲେ ଓଡ଼ିଶାର ପ୍ରଥମ ବାହ୍ଯ ଭଜନ ମଞ୍ଚ ଭାବେ ପ୍ରସିଦ୍ଧି ଲାଭ କରିଛି ଏହି ମଞ୍ଚ ।















