ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ହୋଇଥିବା ନିଷ୍ପତ୍ତି : ଆକର୍ଷଣୀୟ ଐତିହାସିକ, ସାଂସ୍କୃତିକ,ନିହାତି ସ୍ୱାଗତଯୋଗ୍ୟ
୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ସୁଆଣ୍ଡୋ :- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଷଣୀୟ ଐତିହାସିକ, ସାଂସ୍କୃତିକ, ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ହୋଇଥିବା ନିଷ୍ପତ୍ତି ନିହାତି ସ୍ୱାଗତଯୋଗ୍ୟ | ଏଥିପାଇଁ ସୁଆଣ୍ଡୋ ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ସାଧୁବାଦ ଜଣାଇଛନ୍ତି | ଏହା ସହିତ ଗ୍ରାମବାସୀଙ୍କ ତରଫରୁ କୁହାଯାଇଛି ଯେ- ପୁଣ୍ୟାତ୍ମା ଉତ୍କଳମଣିଙ୍କ ନିତି ଆଦର୍ଶକୁ ସମ୍ମାନ ଦେଇ ରାଜ୍ୟ ସରକାର ଉକ୍ତ ଗ୍ରାମର ସାମୁହିକ ବିକାଶକୁ ଗୁରୁତ୍ୱ ଦେଲେ ଭଲ ହୁଅନ୍ତା | ତେବେ ଗ୍ରାମବାସୀଙ୍କ କହିବା କଥା- ସୁଆଣ୍ଡୋରେ ସମୁଦାୟ ୨୦ଟି ଘର ଚାଳକୁଚାଳ ଲାଗିକରି ରହିଥିବା ବେଳେ- ରାଜ୍ୟ ସରକାର କେବଳ ଗୋପବନ୍ଧୁଙ୍କ ଘରକୁ Renovation କରିଛନ୍ତି | ଏହାଦ୍ୱାରା ସୁଆଣ୍ଡୋ ଗ୍ରାମର ସାମୁହିକ ବିକାଶ ଅଧାପନ୍ତରିଆ ହେଲାଭଳି ପ୍ରତ୍ୟୟ ହେଉଛି |
ଗାଁ ଭିତରକୁ ପଶିବା ବେଳେ ଅଧିକାଂଶ ଘରର ସମ୍ମୁଖ ଭାଗ ଚାଳକୁ ଆବୃତ୍ତ ହୋଇଥିବା ଜରିପାଲକୁ ଦେଖିଲେ ଯେକେହି ଏକଥା ଅନୁମାନ କରିପାରିବେ | (ଯାହାର ସଦ୍ୟ ଫଟୋ ନିମ୍ନରେ Posting କରାଯାଇଛି ; ଯେକେହି ଫଟୋକୁ ଦେଖି ବାସ୍ତବ ଚିତ୍ରକୁ ଅନୁଭବ କରିପାରିବେ) | ଗ୍ରାମବାସୀଙ୍କ କହିବା ଅନୁସାରେ 5T ସଚିବ ଏକଥା ନିଜ ଆଖିରେ ଦେଖିଥିବାରୁ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଏକଥା ଧ୍ୟାନଦେଇ ବିଚାର କରିପାରନ୍ତି, ଏଇ ବିଶ୍ୱାସ ଆମର ଅଛି | ଏଥିପାଇଁ ରାଜ୍ୟସରକାର ମଧ୍ୟ କମ୍ ଅର୍ଥ ବରାଦ କରିନାହାନ୍ତି | ବରାଦ ହୋଇଥିବା ଅର୍ଥ ପ୍ରାୟ ୨୫.୨୫ କୋଟି ଟଙ୍କା | ଏହି ଅର୍ଥ ରାଶିର ଯଦି କିଛି ଅର୍ଥ ବାକି ରହିଯାଇଥିବା କଚ୍ଚା ଘରର ଛାତ ଓ ସମ୍ମୁଖଭାଗ Renovation ପାଇଁ ଖର୍ଚ୍ଚ କରାଯାଆନ୍ତା ; ତେବେ ଗ୍ରାମଟି ସଂପୂର୍ଣ୍ଣ ବିକଶିତ ମାନ୍ୟତା ପାଇପାରନ୍ତା |
ଏ ବିଷୟକୁ ଧ୍ୟାନ ଦେବାପାଇଁ ଗ୍ରାମବାସୀଙ୍କ ସ୍ଵାକ୍ଷରରେ ପୁରୀ ଜିଲ୍ଲାପାଳଙ୍କୁ ଦୁଇ ମାସ ତଳେ ଏକ ଦରଖାସ୍ତ ଦିଆଯାଇଛି ବୋଲି ଆଲୋଚନା ସମୟରେ ଶୁଣିବାକୁ ମିଳିଥିଲା | ପୂର୍ବରୁ ବଲୱନ୍ତ ସିଂହ ପୁରୀର ଜିଲ୍ଲାପାଳ ଥିବାବେଳେ ତାଙ୍କ ସହିତ ମଧ୍ୟ ଏଇକଥାକୁ ନେଇ ମୌଖିକ ଆଲୋଚନା ହୋଇଥିଲା | ଯାହାର ଆନୁମାନିକ ହିସାବ ଏହିପରି ଅଟେ | ବାକିରହିଯାଇଥିବା କଚ୍ଚାଘରର ସମ୍ମୁଖ ଭାଗ ଅତିବେଶୀରେ ୨୦×୩୦= ୬୦୦ଫୁଟ କିମ୍ବା ୨୦×୪୦= ୮୦୦ ଫୁଟ ହେବ | ସମୁଦାୟ ୧୫ କିମ୍ବା ୧୬ଟି ଘରର Renovation ପାଇଁ ମୋଟ ୧୨ହଜାର ୮୦୦ ଫୁଟ କାମ ଅଧିକ କରିବାକୁ ପଡିବ |
ଯାହାର ଆନୁମାନିକ ଖର୍ଚ୍ଚ #ଅଢେଇ କୋଟିରୁ ୩ କୋଟି ଭିତରେ ସୀମିତ ରହିବ | ଏହା ସରକାରଙ୍କ ପ୍ରସ୍ତାବିତ ବଜେଟ ଭିତର ଖର୍ଚ୍ଚଠାରୁ ଜମା ବେଶୀ ନୁହେଁ | କିନ୍ତୁ ଶୁଣାଯାଉଛି- 5T ସଚିବ ଗ୍ରାମବାସୀଙ୍କର ଉକ୍ତ ପ୍ରସ୍ତାବକୁ ଗୁରୁତ୍ୱ ନଦେଲେ ଗ୍ରାମବାସୀଙ୍କର ଏହି ଆଶା ଆଶାରେ ରହିଯିବ | ପ୍ରକଳ୍ପ କାମ ସାରିଦେଇ ଯେ ଯାହାର ବାଟରେ ଫେରିଯିବେ | ଗ୍ରାମବାସୀ ଯେଉଁ ତିମିରେ ରହିଥିଲେ ସେଇ ତିମିରେ ରହିଯିବେ !! ସେଥିପାଇଁ ବୋଧେ ଗୋପବନ୍ଧୁ ବନ୍ଦୀର ଆତ୍ମକଥାରେ ଲେଖିଥିଲେ- ପାହି ଆସିଅଛି ତୋର-ଦୁଃଖ ରାତି, ରଖ ନିଜ ଦାବି ଦମ୍ଭ କରି ଛାତି | ନିଜ ଅଧିକାର ବୁଝି ଛାଡି ଭୟ, ଧୈର୍ଯ୍ୟ ଧର, ହେବ ନ୍ୟାୟଯୁଦ୍ଧେ ଜୟ |