ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ, ଶାନ୍ତି ଓ ସ୍ୱଚ୍ଛତାର ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଗାନ୍ଧୀଜୀଙ୍କ ଜୀବନାଦର୍ଶ ଓ ତାଙ୍କ ଚିନ୍ତାଧାରା ଛାତ୍ରୀମାନଙ୍କ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ବୋଲି କହିଥିଲେ ।
















