No Result
View All Result
ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଶିକ୍ଷକ ଭାବରେ ସମୟାନୁ ବର୍ତ୍ତୀ, ଛାତ୍ର ବଚ୍ଛଳତା ଓ କର୍ତ୍ତବ୍ୟ ପରାୟଣ ତା ରହିଲେ ଜଣେ ଭଲ ଶିକ୍ଷକ ବୋଲି ସମାଜରେ ପୂଜ୍ୟ ହୋଇଥାନ୍ତି l ସେହିଭଳି ଜଣେ ଶିକ୍ଷକ ହେଉଛନ୍ତି କେଦାରେଶ୍ୱର ରାଉତ l ତାଙ୍କର ସମୟାନୁବର୍ତ୍ତିତା ଓ ଶିକ୍ଷାଦାନ ଶୈଳୀ ତାଙ୍କୁ ପୂଜ୍ୟ କରି ରଖିବବୋଲି ଶୁକ୍ରବାର ତାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବକ୍ତା ମାନେ ମତ୍ତ ବ୍ୟକ୍ତ କରିଛନ୍ତି l ଏହି ଉପଲକ୍ଷେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚାନ୍ଦପୁର ଠାରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଅବସର ପ୍ରାପ୍ତ ବିଇଓ ଶରତ ଚନ୍ଦ୍ର ରାଉତରାୟ,

ମୁଖ୍ୟ ଅତିଥି ଭାବେ ଏଡିଇଓ ରାଜ୍ୟଶ୍ରୀ ସାହୁ, ମୁଖ୍ୟ ବକ୍ତା ଭାବେ ଏବିଇଓ ରଞ୍ଜନାଦାସ, ବରେଣ୍ୟ ଅତିଥି ଭାବେ ସମାଜ ସେବୀ ଲିଙ୍ଗରାଜ ମଲ୍ଲ, କବି ବାମଦେବ ସ୍ୱାଇଁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଦାଶ, ସରପଞ୍ଚ ଆରତୀ ଭୂୟାଁ, ପୂର୍ବତନ ସରପଞ୍ଚ ବିମଳ ପ୍ରାସାଦ ସେଠୀ, ଚକ୍ରଧର ରାଉତ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର କର, ପୂର୍ବତନ ଏବିଇଓ ସଚ୍ଚିଦାନନ୍ଦ ବେହେରା, ବିଜୟ ଦୁଇବେଦୀ, ଡ଼ଃ ସୁରେଶ ଚନ୍ଦ୍ର ଜେନା, ଅଧ୍ୟାପକ ରଂଜିତ ରାୟ,

ଅବସର ପ୍ରାପ୍ତ ଏବିଇଓ ପ୍ରକାଶ ରଞ୍ଜନ ଦାଶ, କୈଳାଶ ଚନ୍ଦ୍ର ସ୍ୱାଇଁ, ଅତିଥି ପରିଚୟ ଶିକ୍ଷୟିତ୍ରୀ ମଞ୍ଜୁଳା ସାହୁ, ସଂଯୋଜନା ଶିକ୍ଷୟିତ୍ରୀ ପ୍ରିୟତମା ସାହୁ l ଏହି ଅବସରରେ ବହୁ ଶିକ୍ଷକ, ଛାତ୍ରଛାତ୍ରୀ, ଓ ଗ୍ରାମର ବହୁ ବୁଦ୍ଧି ଜୀବି ମହିଳା ଅବସର ନେଉଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କେଦାରେ ସ୍ୱର ରାଉତ ଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ତାଙ୍କୁ ଏକ ଶୋଭାଯାତ୍ରାରେ ତାଙ୍କ ବସଭବନରେ ପହଞ୍ଚାଇଥିଲେ l

No Result
View All Result