No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ୨୦୨୨ ଅକ୍ଟୋବର ମାସରେ ଭାରତୀୟ ରେଳବାଇର ମାଲ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି । ୧୩.୨ମିଲିୟନ୍ ଟନ୍ ମାଲ ପରିବହନ ହୋଇଛି | ଲଗାତାର ତୃତୀୟ ଥର ପାଇଁ,ଅର୍ଥାତ୍ ଅଗଷ୍ଟ,ସେପ୍ଟେମ୍ୱର ଏବଂ ଅକ୍ଟୋବର ୨୦୨୨ରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ସମଗ୍ର ଭାରତୀୟ ରେଳ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ୧ଏପ୍ରିଲ୍ ୨୦୨୨ରୁ ୩୧ଅକ୍ଟୋବର ୨୦୨୨ ମଧ୍ୟରେ ମୋଟ ୮୯.୫୬ ମିଲିୟନ୍ ଟନ୍ ମାଲ ପରିବହନ କରାଯାଇଛି |ପୂର୍ବତଟ ରେଳବାଇର ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଅକ୍ଟୋବର ୨୦୨୨ ମସିହାରେ ଭାରତୀୟ ରେଳ ମଧ୍ୟରେ ମାଲ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଅକ୍ଟୋବର ୨୦୨୨ରେ ଏହି ମଣ୍ଡଳ ୧୩.୨ ମିଲିୟନ୍ ଟନ୍ ମାଲ ପରିବହନ କରିଛି, ଯାହା ଗତବର୍ଷ ତୁଳନାରେ ଅର୍ଥାତ୍ ଅକ୍ଟୋବର ୨୦୨୧ ଠାରୁ 0.୯୨% ଅତିରିକ୍ତ ଲୋଡିଂ ଏବଂ ରାଜସ୍ଵ ବାବଦ ୧୩୩୫ କୋଟି ଟଙ୍କା ଆୟ ହୋଇଛି | ଚଳିତ ଆର୍ଥିକ ବର୍ଷରେ ଲଗାତାର ତୃତୀୟ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଶୀର୍ଷ ସ୍ଥାନ ହାସଲ କରିଛି | ଏବଂ ୨୦୨୨-୨୦୨୩ ବର୍ଷ ସମନ୍ୱିତ ଲୋଡିଂରେ ଭାରତୀୟ ରେଳବାଇରେ ଦ୍ୱିତୀୟ ସ୍ଥାନ ହାସଲ କରିଛି |
ଅକ୍ଟୋବର ୨୦୨୨ରେ ତାଳଚେର,ପାରାଦୀପ, ଧାମରା,ମେରାମଣ୍ଡଳୀ ଇତ୍ୟାଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ଡିଭିଜନ୍ ଦ୍ୱାରା ଦୈନିକ ହାରାହାରି ୧୧୫ ରେକ୍ ମାଲ ପରିବହନ କରାଯାଇଥିଲା I ଲୋଡ୍ ହୋଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟରେ କୋଇଲା,ସାର, ସିମେଣ୍ଟ,ଲୁହା ପଥର, କଞ୍ଚାମାଲ ଇତ୍ୟାଦି,ବିଭିନ୍ନ ପାୱାର୍ ହାଉସ୍,ଉତ୍ପାଦନକାରୀ କମ୍ପାନୀ,ଉତ୍ପାଦନ ୟୁନିଟ୍ ଏବଂ ଇଣ୍ଡଷ୍ଟ୍ରିଜ୍ କୁ ପରିବହନ କରାଯାଇଛି I
No Result
View All Result