No Result
View All Result
୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ସାରା ରାଜ୍ୟରେ ପାଳନ ହୋଇଛି ପବିତ୍ର ମକର ସଂକ୍ରାନ୍ତି । କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମକର ଚାଉଳ ଶ୍ରୀଜିଉଙ୍କ ନିକଟରେ ଭୋଗ କରିବା ପାଇଁ କାହିଁ କେତେ ଦୂରରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ମକର ବେଢ଼ା ପରିକ୍ରମା କଲେ ସାତଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହାବ୍ୟତୀତ ଏହି ମକର ସଂକ୍ରାନ୍ତିର ଅନ୍ୟ ଏକ ପରମ୍ପରା ହେଉଛି, ମହାଲକ୍ଷ୍ମୀ ପୌଷ ମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ମାସନ୍ତ ଦିନ ଶ୍ରୀମନ୍ଦିର ଫେରିଥାନ୍ତି ।
ଝିଅ ବାପଘରୁ ଫେରିବା ସମୟରେ ଯେପରି ଶାଶୁଘରକୁ କିଛି ନା କିଛି ସାମଗ୍ରୀ ଧରି ଆସିଥାଏ, ଠିକ ସେହିପରି ମା’ଲକ୍ଷ୍ମୀ ସାନ୍ତାଣୀ ବାପଘରୁ ଫେରିବା ସମୟରେ ୮୪ ପ୍ରକାର ଖାଦ୍ୟପେୟ ଆଣିଥିବା ବେଳେ ଏହି ବ୍ୟଞ୍ଜନକୁ ପ୍ରଭୁ ଶ୍ରୀ ବଳଦେବ ଓ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପରଷି ଦେଇଥାଆନ୍ତି ।
ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ଆଜି ଦିନରେ ନୂଆ ଚାଉଳ ସହ ଗୁଡ଼, କଦଳୀ, ଛେନା, କ୍ଷୀର ଓ ନଡ଼ିଆ ଆଦି ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଭୋଗ କଲେ ବର୍ଷ ସାରା ଚାଷୀର ଦୁଃଖ ଦୂର ହୋଇ ଭଲ ଫସଲ ହୋଇଥାଏ । ଏଥିରୁ ଚଷା ପୁଅ ବର୍ଷକଯାକର ରୋଜଗାର ପାଇଥାଏ ।

No Result
View All Result