No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ଖୋର୍ଦ୍ଧା-ଜଟଣୀ :- ଦୀର୍ଘ ୬ ବର୍ଷ ଧରି ନିର୍ମାଣ ଧିନ ଜଟଣୀ ଫ୍ଲାଇ ଓଭର ବ୍ରିଜ କାମ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଜଟଣୀ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଗଣ ଧାରଣା ଆଜି ଶୁକ୍ରବାର ସନ୍ଧ୍ୟାରେ ଇଷ୍ଟ୍ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ “ଏଡିଆରଏମ” କଲ୍ୟାଣ ପଟନାୟକ ଏବଂ ଖୋର୍ଦ୍ଧାଜିଲ୍ଲା ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବ ବ୍ରତ ସାହୁ ଙ୍କ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି।
ସୂଚନା ଯୋଗ୍ୟ ଜଟଣୀ ସହର ଏକ ବ୍ୟବସାୟୀକ କ୍ଷେତ୍ରରେ କାହିଁ କେଉଁ କାଳରୁ ପ୍ରସିଦ୍ଧି ଲାଭ କରିଆସିଛି। ହେଲେ ଜଟଣୀରୁ ପିପିଲି ପୁରୀକୁ ସଂଯୋଗ କରୁଥିବା ରାସ୍ତାରେ ୨୦୧୬ ମସିହାରୁ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଅସମ୍ପୂର୍ଣ ହୋଇ ରହିଛି। ଯାହାର ତୁରନ୍ତ ସମ୍ପୂର୍ଣୀ କରଣ ଦାବୀରେ ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଙ୍କ ନେତୃତ୍ଵରେ ଦଳମତ ନିର୍ବି ଶେଷରେ ଦୁଇ ଦିନିଆ ଗଣ ଧାରଣା ଦିଆଯାଇଥିଲା।
ଆଜି ଧାରଣା ସ୍ଥଳରେ ଜଟଣୀ ବିଧାୟକ ସୁର ରାଉତରାୟ ଙ୍କ ଉପସ୍ଥିତିରେ ଖୋର୍ଦ୍ଧାରୋଡ଼ ‘ଏଡିଆରଏମ’ କଲ୍ୟାଣ ପଟନାୟକ ଓ ଭୁବନେଶ୍ଵର ଉପଜିଲାପାଳ ଦେବବ୍ରତ ସାହୁ ପହଞ୍ଚି ନିର୍ମାଣ ଧୀନ ବ୍ରିଜ କାମ ଖୁବଶୀଘ୍ର ସଂପୂର୍ଣ୍ଣ ହେବା ସହିତ ଆସନ୍ତା ବର୍ଷ ଅପ୍ରେଲ ମାସ ଏକ ତାରିଖ ଉତ୍କଳ ଦିବସ ଦିନ ଉଦଘାଟନ କରାଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି।ଏହି ଧାରଣାରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ,
ପୁର୍ବତନ ନଗରପାଳ ସଂଗ୍ରାମ ରାଉତରାୟ,ପାଇକଗୁରୁ କାଶୀନାଥ ନାୟକ,ଜଟଣୀ ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ, ଯୁବନେତା ଶିଲୁ ରଥ, ପୂର୍ବତନ ସରପଞ୍ଚ ସୁନୀଲ ରାଉତରାୟ,କମ୍ୟୁନିଷ୍ଟ ନେତା ସାରଙ୍ଗ ଧର ବେହେରା,ମାରୱାଡ଼ି ଯୁବ ମୋର୍ଚ୍ଚା ସଭାପତି ସତୀଶ ଶର୍ମା,ପୁର୍ବତନ କାଉନସିଲର ଲୁସେନ୍ ରାୟ, ବୃନ୍ଦାବନ ସାହୁ, ନୌଶିର୍ ଅଲ୍ଲୀ ପ୍ରମୁଖ ଶତାଧିକ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

No Result
View All Result