No Result
View All Result
ସମସ୍ତ ସବ-ଡିଭିଜନ୍ ଏବଂ ସେକ୍ସନ୍ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସହାୟତା ଡେସ୍କ ମାଧ୍ୟମରେ ବିଚାରାଧୀନ ବିଦ୍ୟୁତ୍ ଚୋରି ଓ ଅନାଧିକୃତ ବିଦ୍ୟୁତ୍ ବ୍ୟବହାର ମାମଲାର ସମାଧାନର ସୁଯୋଗ ।
ବୁର୍ଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA) ପକ୍ଷରୁ ସମଗ୍ର ଭାରତରେ ଆୟୋଜିତ ହେଉଥିବା ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେବ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଡିଏଲ୍) । ଏହି ଲୋକ ଅଦାଲତ ୧୨ ସେପ୍ଟେମ୍ବର ୨୦୨୬, ସକାଳ ୧୦:୦୦ଟାରୁ ସନ୍ଧ୍ୟା ୫:୦୦ଟା ପର୍ଯ୍ୟନ୍ତ ଆୟୋଜିତ ହେବ ।

ଏଣୁ କମ୍ପାନୀ ପକ୍ଷରୁ ଜନସାଧାରଣ ତଥା ଏହାର ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ସୂଚିତ କରାଯାଉଅଛି ଯେ, ଆସନ୍ତା ଲୋକ ଅଦାଲତରେ ସାମିଲ ହୋଇ ବିଚାରାଧୀନ ରହିଥିବା ସେମାନଙ୍କର ସମସ୍ତ ପ୍ରକାର ଅନାଧିକୃତ ବିଦ୍ୟୁତ୍ ବ୍ୟବହାର ତଥା ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ କରାଇ ସର୍ବାଧିକ ଲାଭ ଉଠାଇପାରିବେ । ପଦକ୍ଷେପ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଶୀଘ୍ର, ସ୍ୱଚ୍ଛ ଏବଂ ଗ୍ରାହକ-ଅନୁକୂଳ ଉପାୟରେ ବିଚାରାଧୀନ ଥିବା ସମସ୍ତ ପ୍ରକାର ଅନାଧିକୃତ ବିଦ୍ୟୁତ୍ ବ୍ୟବହାର ତଥା ବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଅଛି ।
ସୁଗମ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ କମ୍ପାନୀ ପକ୍ଷରୁ ଏହାର ସମସ୍ତ ସବ-ଡିଭିଜନାଲ୍ (ଏସଡିଓ) ଏବଂ ସେକ୍ସନ ଅଫିସମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଅଛି । ଯେଉଁଠାରେ ଲୋକ ଅଦାଲତ ସମୟରେ ଡକ୍ୟୁମେଣ୍ଟସନ୍, ଭେରିଫିକେସନ୍ ଏବଂ ପେମେଣ୍ଟ ସମ୍ୱନ୍ଧୀୟ ସମସ୍ତ ସହଯୋଗ କରାଯିବ । ସୂଚନାଥାଉ କି, ବିଚାରାଧୀନ ଥିବା ବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନ ନିମନ୍ତେ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ପ୍ରାରମ୍ଭିକ ଔପଚାରିକତା ସମାପ୍ତ କରିବା ପାଇଁ ଗ୍ରାହକମାନେ ଯଥାଶୀଘ୍ର ସେମାନଙ୍କର ନିକଟତମ ସବ-ଡିଭିଜନାଲ୍ କିମ୍ବା ସେକ୍ସନ ଅଫିସ ଭ୍ରମଣ କରିବା ପାଇଁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଉଅଛି ।
ଯାହାଫଳରେ ଗ୍ରାହକମାନେ ଏହି ଦିନିକିଆ ଲୋକ ଅଦାଲତର ସର୍ବାଧିକ ଲାଭ ଉଠାଇ ପାରିବେ । ଅଧିକ ବିବରଣୀ ପାଇଁ, ଗ୍ରାହକମାନେ ସେମାନଙ୍କର ନିକଟତମ ଏସଡିଓ କିମ୍ବା ସେକ୍ସନ ଅଫିସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଅଛି । ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି ।
କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

No Result
View All Result