ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ବୁଧବାର ) ବୋଲଗଡ଼ :- ଆମଦେଶ ସ୍ଵାଧୀନତାପାଇଁ ହିନ୍ଦୁ,ମୁସଲମାନ,ଶିଖ୍,ଇସାଇ,ବୌଧ୍ଧ ଜୈନ ପ୍ରଭୃତି ଧର୍ମାବଲମ୍ବୀ ଏକତା ବଧ୍ଧ ହୋଇ ବ୍ରିଟିଶ ସରକାରଙ୍କ ବିରୋଧରେ ଲଢିଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ଆମଦେଶର ସମ୍ବିଧାନ ପ୍ରତେକ ଧର୍ମାବଲମ୍ବୀ ଙ୍କୁ ନିଜଧର୍ମ ପାଳନ କରିବାର ଅଧିକାର ଦେଇଛି । ସାମ୍ପ୍ରଦାୟିକ ସଦଭାବରେ ଦେଶବାସୀଙ୍କ ମଧ୍ୟରେ ଭାଇଚାରା କୁ ବଜାଇ ରଖିବା ପାଇଁ ମହାତ୍ମାଗାନ୍ଧୀ ପ୍ରାଣବଳି ଦେଇ ଛନ୍ତି ।
ପ୍ରତେକ ଗ୍ରାମଠାରୁ ସହର, ରାଜ୍ୟ ଓ ଦେଶରେ ଭାଇଚାରା ରକ୍ଷାକରିବା ପାଇଁ ଦୁଇ ଅକ୍ଟୋବର ୨୦୨୨ ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସ ରୁ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ହିନ୍ଦୁ ମୁସଲମାନ ମଧ୍ୟରେ ଭାଇଚାରାର ଅନନ୍ୟ ଉଦାହରଣ ଦେଖିବାକୁ ମିଳୁଛି ଖୋର୍ଦ୍ଧାର କାଇପଦର ଓ ବୋଲଗଡ଼ ଅଞ୍ଚଳର ମାଣିକଗୋଡା ଗ୍ରାମରେ ।
ଏହି ଅଞ୍ଚଳର ପ୍ରତ୍ୟେକ ଅଧିବାସୀ ବୃନ୍ଦ ସାମିଲ୍ ହୋଇ ଦୁଇତାରିଖରୁ ଖୋର୍ଦ୍ଧା ଜିଲ୍ଲା କାଇପଦର ପୀଠରୁ ଆରମ୍ଭ ହୋଇ ତୋଟାପଡା, ଖୋର୍ଦ୍ଧା ସହର, ବାଘମାରି,ସାରୁଅ କୁସୁପଲା,ମୁଗମଣ୍ଡା, ଦେଉଳି ସାନପଦର, ପିଚୁକୁଳି, ରାଜସୁନାଖଳା,ଚୁଡା, ବୋଲଗଡର ଗାନ୍ଧୀପିଠ ରେ କିଛି ସମୟ ସଭାକାର୍ଯ୍ୟ କରି ଭୀମପଡା, ଦିବ୍ୟସିଂହ ପୁରୁ ପର୍ଯ୍ୟନ୍ତ ପଦଯାତ୍ରା କରି ମାଣିକାଗୋଡା ପୀଠରେ ଉଦଯାପନ ହୋଇଥିଲା । ବୋଲଗଡ଼ ରୁ ରିପୋର୍ଟର କମଳକାନ୍ତ ଦେବତ୍ତା ପଟ୍ଟନାୟକ ଙ୍କ ରିପୋର୍ଟ.
© 2023 Odisha Taza News.