ଭୁବନେଶ୍ଵର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭୁବନେଶ୍ଵର ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ସ୍ଥିତ ମମତା ହସ୍ପିଟାଲ ପରିସରରେ ପ୍ରତିଷ୍ଟା ଦିବସ ପାଳିତ ହୋଇ ଯାଇଛି, ଏହି ଅବସରରେ ମୁଖ୍ଯ ଅତିଥି ଭାଦରେ ପୂର୍ବତନ ବିଧାୟକ ତଥା ବିଜେପିର ନେତା ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ମୁଖ୍ଯ ଆକର୍ଷଣ ତଥା ମୁଖ୍ଯ ବକ୍ତା ଭାବରେ ପ୍ରଫେସର ଶ୍ରୀଯୁକ୍ତ କୁମର ବର ଦାସ,ଯୋଗଦେଇ ଥିବାବେଳେ ଉଦ୍ଘାଟନ କରିଥିଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା,

ଅନ୍ଯ ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ସୁଦର୍ଶନ ସାହୁ,ପ୍ରଣବ କୁମାର ଛୋଟରାୟ, ପ୍ରକାଶ ଚନ୍ଦ୍ର ମହାପାତ୍ର, ଡାକ୍ତର ଜଗନ୍ନାଥ ଦାସ, ମୁକ୍ତେଶ୍ଵର ତ୍ରିପାଠୀ, ଙ୍କ ଦ୍ବାରା ମମତା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ସ୍ଵର୍ଗତ ରବି ନାରାୟଣ ମହାନ୍ତିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ,ଅତିଥିମାନଙ୍କୁ ଉତରିୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ସ୍ବାଗତ ସଙ୍ଗୀତ ଗାନ, ଟ୍ରଷ୍ଟ ର ସଭାପତି ଡଃ ମମତା ମହାନ୍ତି ଟ୍ରଷ୍ଟ ସମ୍ପର୍କ ରେ ବିଶଦ ବିବରଣୀ ପାଠ,
ଅତିଥିମାନଙ୍କ ଅଭିଭାଷଣରେ ଶିକ୍ଷା,ସ୍ବାସ୍ଥ୍ୟ,ଓ ପରିବେଶ ଉପରେ ମୂଲ୍ଯବୋଧ ବାର୍ତ୍ତା ସହ ସର୍ବସାଧାରଣ ଙ୍କ ନିମନ୍ତେ ଏକ ପାଠାଗାର ପାଇଁ ପ୍ରସ୍ତାବ ଗୃହିତ ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସହମତି ପ୍ରକାଶ ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ, କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଶ୍ରୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ସଭା ପରିଚାଳନା ଡଃ ଦେବାଶିଷ ପଟ୍ଟନାୟକ l















