• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନଭେମ୍ବର ୨୨ରେ ଜୀ ସାର୍ଥକରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’

Proprietor Abhimanyu Maharana by Proprietor Abhimanyu Maharana
November 20, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ନଭେମ୍ବର ୨୨ରେ ଜୀ ସାର୍ଥକରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ରଥଯାତ୍ରା ଅବସରରେ ଗତ ଜୁଲାଇ ୧୬ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକଙ୍କ ମନ ଜିଣିଥିବା ଓଡ଼ିଆ ସାମାଜିକ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’ ଏବେ ଟେଲିଭିଜନ ପରଦାରେ ଧମାଲ ମଚାଇବାକୁ ଯାଉଛି । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ରେ ଏହି ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି । ‘ଇନଫାଇସନ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ଜେଆରଏମ୍‌ଙ୍କ ପ୍ରଯୋଜିତ ତଥା ରାଜେନ୍ଦ୍ର ମହନ୍ତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଓଡ଼ିଆ ସିନେଜଗତର ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି । ଏଥିରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ ଏବଂ ଶ୍ରୀତମ ଦାସଙ୍କ ସମେତ ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା ଓ ରାଜ ରାଜେଶ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ଇତିହାସ, ପ୍ରେମ, ସ୍ୱାସ୍ଥ୍ୟ ସଚେତନତା ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ଅନନ୍ୟ ସମନ୍ୱୟ ହେଉଛି ‘ଦି ମିଲେଟ୍ ଡାଏରୀ’ । କଳିଙ୍ଗର ପ୍ରାଚୀନ ଐତିହ୍ୟରୁ ପ୍ରେରଣା ନେଇ ନିର୍ମିତ ଏହି କାହାଣୀରେ ଆମ ପରମ୍ପରାଗତ ଖାଦ୍ୟ ‘ମିଲେଟ୍’ ବା ମାଣ୍ଡିଆର ବିସ୍ମୃତ ପୁଷ୍ଟିକର ଓ ଔଷଧୀୟ ଗୁଣକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇଛି । ଓଡ଼ିଶାର ଆଦିବାସୀ ଏବଂ ଗ୍ରାମୀଣ ଜୀବନଧାରାକୁ ପୃଷ୍ଠଭୂମି କରି ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ, ସରକାରୀ ବିକାଶମୂଳକ ଯୋଜନାର ସହାୟତାରେ ମିଲେଟ୍ ଚାଷ କିଭଳି ଆଦିବାସୀ ପରିବାରଗୁଡ଼ିକୁ ଆର୍ଥିକ ସ୍ୱଚ୍ଛଳତା ଓ ଆତ୍ମନିର୍ଭରଶୀଳତା ଆଡ଼କୁ ବାଟ କଢ଼ାଇ ନେଇପାରିବ ।

କେବଳ ଏକ ସାମାଜିକ ବାର୍ତ୍ତା ନୁହେଁ, ବରଂ ପ୍ରେମ, ସମ୍ପର୍କ, ପରମ୍ପରା ଏବଂ ବ୍ୟକ୍ତିଗତ ପରିବର୍ତ୍ତନର ଏକ ହୃଦୟସ୍ପର୍ଶୀ କାହାଣୀ ଏଥିରେ ବୁଣାଯାଇଛି । ଆମର ପାରମ୍ପରିକ ଖାଦ୍ୟାଭ୍ୟାସକୁ ପୁନର୍ଜୀବିତ କରିବା ସହ ଦୈନନ୍ଦିନ ଖାଦ୍ୟ ତାଲିକାରେ ପୁଷ୍ଟିକର ମିଲେଟ୍‌କୁ ସାମିଲ କରିବାର ଗୁରୁତ୍ୱକୁ ଏଥିରେ ଦର୍ଶାଯାଇଛି । ଓଡ଼ିଶାର ସମୃଦ୍ଧ କୃଷି ଐତିହ୍ୟକୁ ବର୍ତ୍ତମାନ ସମୟର ଜନସ୍ୱାସ୍ଥ୍ୟ, ସ୍ଥାୟୀ କୃଷି ଏବଂ ଗ୍ରାମୀଣ ବିକାଶ ସହ ଯୋଡ଼ିବାରେ ଚଳଚ୍ଚିତ୍ରଟି ସଫଳ ହୋଇଛି । ମିଲେଟ୍ କେବଳ ଏକ ପାରମ୍ପରିକ ଶସ୍ୟ ନୁହେଁ, ବରଂ ଏହା ସୁସ୍ଥ ସମାଜ ଗଠନ ଏବଂ ସ୍ଥାୟୀ ଜୀବିକା ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ ବୋଲି ଏହି ସିନେମାରେ ପ୍ରତିପାଦିତ ହୋଇଛି ।

ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରଶାନ୍ତ ପରିଡ଼ା କହିଛନ୍ତି, ଜୀ ସାର୍ଥକ ସର୍ବଦା ଓଡ଼ିଶାର ମାଟି, ପାଣି ଓ ପରମ୍ପରା ସହ ଜଡ଼ିତ ଉଚ୍ଚକୋଟୀର ମନୋରଞ୍ଜନ ଭେଟି ଦେବାକୁ ପ୍ରୟାସ କରିଆସିଛି । ‘ଦି ମିଲେଟ୍ ଡାଏରୀ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଆମ ଓଡ଼ିଶାର ଗୌରବମୟ କୃଷି ପରମ୍ପରା, ସୁସ୍ଥ ଜୀବନଶୈଳୀ ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ପ୍ରେରଣାଦାୟୀ କାହାଣୀ । ପ୍ରେକ୍ଷାଳୟରେ ଦର୍ଶକଙ୍କ ଅକୁଣ୍ଠ ଭଲପାଇବା ସାଉଁଟିବା ପରେ ଏବେ ଏହାକୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପହଞ୍ଚାଇବାକୁ ଯାଉଥିବାରୁ ଆମେ ବେଶ୍ ଆନନ୍ଦିତ । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଆପଣମାନେ ସପରିବାର ବସି ଜୀ ସାର୍ଥକରେ ଏହି ସୁନ୍ଦର ଚଳଚ୍ଚିତ୍ରଟିକୁ ନିଶ୍ଚୟ ଦେଖନ୍ତୁ ବୋଲି ମୋର ବିନମ୍ର ଅନୁରୋଧ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାତ୍ୟା ଆକୱ୍ବାନ : ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତର ୫୮୦୫୮ ଲୋକ

ବାତ୍ୟା ଆକୱ୍ବାନ : ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତର ୫୮୦୫୮ ଲୋକ

November 22, 2026
Hundreds of Music Lovers Gather for Day Two of Ragotsav 2026;  Artistes Enthrall Audience

Hundreds of Music Lovers Gather for Day Two of Ragotsav 2026; Artistes Enthrall Audience

November 22, 2026
ଖଣ୍ଡପଡ଼ା ଶ୍ରୀଜଗନ୍ନାଥ ଜୀଉଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଖଣ୍ଡପଡ଼ା ଶ୍ରୀଜଗନ୍ନାଥ ଜୀଉଙ୍କ ଲକ୍ଷ୍ମୀ ନାରାୟଣ ବେଶ

November 21, 2026
ୟୁନାଇଟେଡ୍ ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଆଣ୍ଟି କରପ୍ସନ କାଉନ୍ସିଲ ରାଜ୍ୟ ସ୍ତରୀୟ ଟିମ୍‌ର ଗଜପତି ଜିଲ୍ଲା ଗସ୍ତ

ୟୁନାଇଟେଡ୍ ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଆଣ୍ଟି କରପ୍ସନ କାଉନ୍ସିଲ ରାଜ୍ୟ ସ୍ତରୀୟ ଟିମ୍‌ର ଗଜପତି ଜିଲ୍ଲା ଗସ୍ତ

November 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାତ୍ୟା ଆକୱ୍ବାନ : ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତର ୫୮୦୫୮ ଲୋକ

ବାତ୍ୟା ଆକୱ୍ବାନ : ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତର ୫୮୦୫୮ ଲୋକ

November 22, 2026
Hundreds of Music Lovers Gather for Day Two of Ragotsav 2026;  Artistes Enthrall Audience

Hundreds of Music Lovers Gather for Day Two of Ragotsav 2026; Artistes Enthrall Audience

November 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version