ଓଡ଼ିଶା ତାଜା ନ୍ୟୁଜ (୦୮ ଆଶ୍ୱିନ ୨୦୨୨,ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଖଞ୍ଜାସାହି - ଏଲକେଲା ସାହି ଛକ ଠାରେ ଗଜପତି ମେମୋରିୟଲ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ୪୩ତମ ଦୁର୍ଗାପୂଜା ଆଜି ଭଷାଣି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗଜପତି ମେମୋରିୟଲ ଟ୍ରଷ୍ଟ ପକ୍ଷରୁ ନବମୀ ପୂଜା ଦିନ ଭକ୍ତଙ୍କ ସକାଶେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ମାଆଙ୍କ ଭାଷାଣି ଉତ୍ସବରେ ମାଆଙ୍କୁ ବିଦାୟ ଦେବା ବେଳେ ବାଦ୍ୟ ବାଜଣା ଓ ଡିଜେ ର ତାଳେ ତାଳେ ଯୁବ ଗୋଷ୍ଠୀ ଆନନ୍ଦ ଉତ୍ସ ।

ହସହ ନାଚି ମାଆ ଙ୍କୁ ବିଦାୟ ଦେଇଛନ୍ତି । ତା ସାଙ୍ଗକୁ ଆଦିବାସୀ ନୃତ୍ୟ ର ତାଳେ ତାଳେ ନାଚିବା ସହ ବାଣ ଫୁଟାଇ ବିଦାୟ ଦେଇଥିଲେ । ଭକ୍ତ ମାନଙ୍କ ଦର୍ଶନ କରିବା ସକାଶେ ପାରଳାଖେମୁଣ୍ଡି ସହର ପରିକ୍ରମା କରାଯାଇ ମାଆଙ୍କୁ ମହେନ୍ଦ୍ର ତନେୟା ନଦୀରେ ବିସର୍ଜନ କରି ବିଦାୟ ଦିଆ ଯାଇଥିଲା । ଏହି ଭଷାଣୀ ଉତ୍ସବ ରେ ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୃତୟନ କରାଯାଇ ଥିଲା ।