ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ଗୁରୁବାର ) ବୈପାରିଗୁଡା :- ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାର ବିଫଳ ହୋଉଥିବା ନେଇ ବୈଠକରେ ଆଲୋଚନା କରିଛନ୍ତି ପଛୁଆ ଜାତି ମହାଂସଘ । ଆଜି ସ୍ଥାନୀୟ ପଶ୍ଚିମେଶ୍ୱର ମନ୍ଦିର ମଣ୍ଡପ ଠାରେ ପଛୁଆ ବର୍ଗ ବିଭିନ୍ନ ବର୍ଗର ଲୋକ ଯୋଗଦାନ କରିଥିବା ବେଳେ ସେମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଚଳିତ ପଂଚାୟତ ନିର୍ବାଚନରେ ଓଡିଶାର ମୁଖ୍ୟମନ୍ତ୍ରୀ ଓବିସି ମାନଙ୍କୁ ନିର୍ବାଚନରେ ଲଢେଇ କରିବା ପାଇଁ ଘୋଷଣା କରିଥିବା ବେଳେ ସେହି ସମୟରେ ପଛୁଆବର୍ଗଙ୍କୁ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା ।
ବ୍ଲକ କିମ୍ବା ଜିଲ୍ଲାରେ ଯେଉଁ ଠି ଓବିସି ସଂଖ୍ୟା ଅଧିକ ଥିଲା ତାହା ପରବର୍ତିୀ ମୂହିଁତରେ ପରିବର୍ତିନ କରାଯାଇଥିବାରୁ ମହାସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ସେହି ପରି ଭାବେ ଓବିସିଙ୍କ ପାଇଁ ୨୭%ର ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ ଓଡିଶାରେ ଏହାକୁ କାହିଁକି ଲାଗୁ କରୁନି ? ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରାଜ୍ୟସରକାର କାହିଁକି ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।
ଓବିସି ମାନଙ୍କ ପାଇଁ ୨୭% ରୁ ୧୧ % ଏବେ ପୁଣି ଶୂନ୍ୟ କୁ ଆସିଯାଇଥିବା ପଛୁଆବର୍ଗର ଲୋକେ ଅଭିଯୋଗ କରିଛନ୍ତି । ଏହି ବୈଠକରେ ରମାକାନ୍ତ ରାଉଳ, ହରିହର ନାୟକ, ସାଥିରାମ ନାୟକ, ପିଭେଙ୍କଟ ରାଓ, କନ୍ଦା ଗୌଡ, ତ୍ରିଲୋଚନ ଜେନା, ମଧୁମାଳି, ଜି.ନରେନ୍ଦ୍ର ରାଓ, ବିଜୟ ବେଜଙ୍କ ସହିତ ୧୦୦ ରୁ ଉଦ୍ଧ ବିଭିନ୍ନ ବର୍ଗର ଲୋକ ମାନେ ଉପସ୍ଥିତ ରହିଥିଲେ ।















