No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଆଜାଦ୍ କି ଅମୃତ ମହୋତ୍ସବ ଉପଲକ୍ଷେ ସାମନ୍ତ ଚନ୍ଦ୍ରଶେଖର ଏବଂ ସିଦ୍ଧାନ୍ତ ଦର୍ପଣ ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କୁଇଜ୍ ପ୍ରତିଯୋଗିତା ରେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରୁ ୬୦ ଜଣ ଛାତ୍ର ଛାତ୍ରୀ ସିନିଅର ଓ ଜୁନିଅର ବିଭାଗରେ ଅଂଶଗ୍ରହଣ କରିଥିଲେ ।

ସିନିଅର ବିଭାଗର ବାହାଡ଼ ଝୋଲା ଉଚ୍ଚ ବିଦ୍ୟାଳୟ ର ଦୀପା ସାହୁ ପ୍ରଥମ,ହରିପୁର ବିଦ୍ୟାଳୟର ରାଜେନ୍ଦ୍ର କୁମାର ସାହୁ ଦ୍ଵିତୀୟ, ମାଳିସାହି ହାଇସ୍କୁଲ ର ଅଭିପ୍ସା ରଥ ଏବଂ ଢେଙ୍କେଣା ହାଇସ୍କୁଲ ର ଆୟୁଷ୍ମାନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜୁନିଅର ବିଭାଗରେ ବାହାଡ଼ ଝୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସୁଶିଲ କୁମାର ସାହୁ ପ୍ରଥମ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ

ସୁଭସ୍ମିତା ପରିଡ଼ା ଦ୍ବିତୀୟ ଏବଂ ବାହାଡ଼ ଝୋଲା ସାରଙ୍ଗଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମିରା ରାଣୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କୁଇଜ୍ ପ୍ରତିଯୋଗିତା ପରିଚାଳନାରେ ୧୩ ଟି କ୍ଲଷ୍ଟର ର ସି ଆର୍ ସି ସି ସହଯୋଗ କରିଥିଲେ ।

No Result
View All Result