ଖଣ୍ଡପଡା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଖଣ୍ଡପଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଅବସ୍ଥିତ ପୂଜା ମଣ୍ଡପ ଗୁଡିକରେ ମା ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଛନ୍ତି । ସପ୍ତମୀ ତିଥିରୁ ଏକାଧିକ ପୂଜା ମଣ୍ଡପରେ ମା’ ଙ୍କ ମୂର୍ତ୍ତି ପୂଜା ପାଉଥିବା ବେଳେ ନିକଟସ୍ଥ ଖଳିସାହି ଗ୍ରାମ ଶାରଦୀୟ ଦୁର୍ଗା ପୂଜା ଯୋଗୁଁ ଉତ୍ସବ ମୁଖର ହୋଇ ଉଠିଛି ।ଖଣ୍ଡପଡ଼ା ସହରର ସର୍ବ ପୁରାତନ ତଳସାହି ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ୭୫ ତମ ପୂଜା ଉତ୍ସବ ମହାସମାରୋହରେ ଆରମ୍ଭ ହୋଇଛି ।
















