No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ବୁଧବାର ) ବୈପାରିଗୁଡା :- ବାରମ୍ବାର ଅନ୍ୟ ରାଜ୍ୟ କିମ୍ବା ଅନ୍ୟ ଜିଲ୍ଲାର ଭିଡିଓ କୁ ନେଇ ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ଅଂଚଳର ବୋଲି ଭାଇରାଲ କରିବା ସହ ଗାଁ ଗହଳିର ଲୋକଙ୍କୁ ଭୟଭୀତ କରୁଥିବା ବେଳେ କାହିଁକି ପ୍ରଶାସନ ଏଥିପ୍ରତି ସତନ୍ତ୍ର ଦୃଷ୍ଟି ଦେଉନି କି ଭାଇରାଲ କରୁଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଦୁଇ ରୁ ତିନି ଦିନ ହେବ ରାସ୍ତା କଡରେ ଏକ ବାଘ ଗାଈକୁ ଶିକାର କରି ମାରିି ହେଉଥିବା ଭିଡିଓ ଏବେ ଭାଇରାଲ ହେଉଛି ।
ଭାଇରାଲ କାରୀ ନିଜେ ତାଙ୍କ ସୋସିଆଲ ମଡିଆରେ ପୋଷ୍ଟ କରୁଛନ୍ତି ଯେ ଏହି ଭିଡିଓ ଟି ରାଂଚି ବିଜୟୱାର୍ଡା ଜାତୀୟ ରାଜପଥ ବୈପାରିଗୁଡା ଓ ଜୟପୁର ରାସ୍ତାର କୋଟା ଛକ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । କହିବାକୁ ଗଲେ ପ୍ରକୃତରେ ଏହି ଭିଡିଓ ଟି ଉତରାଖଣ୍ଡ ଅଂଚଳର ବୋଲି କିଛି ରାଜ୍ୟସ୍ତରୀୟ ସୋସିଆଲ ମିଡିଆ ରୁ ତଥ୍ୟ ହସ୍ତଗତ ହୋଇଛି । ତେବେ ଏହି ଭାଇରାଲ ଭିଡିଓ କୋଟା ଛକର ନୁହେିଁ । ଏବେ ସକାଳ ରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଏହି କୋଟା ଛକ ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ଚଳାଚଳ କରିବା ସହିତ କୋଟାଛକରେ ପ୍ରବଳ ଜନସମାଗମ ମଧ୍ୟ ରହୁଛି ।
ଯଦି ଘଟଣା ସତ୍ୟ ହୋଇଥାନ୍ତା ତେବେ କଣ ସ୍ଥାନୀୟ ଲୋକ ଙ୍କ ନଜରକୁ ଆସି ନ ଥାନ୍ତା କି ବୋଲି ଅଂଚଳ ବାସୀଙ୍କ ପକ୍ଷରୁ କୁହାଯାଇଛି । ଏପରି ଘଟଣା ସବୁ ସମୟରେ ଘଟୁ ଥିଲେ ମଧ୍ୟ ଏ ମାନଙ୍କ ପ୍ରତି କାହିଁକି ପ୍ରଶାସନ କାର୍ଯ୍ୟନୁଷ୍ଠା ନେଉନାହିଁ ଯଦି ନେଇ ଥିଲେ ଆଗାମୀ ଦିନରେ ଏମିତି କେହିଁ ମଧ୍ୟ ଭିଡିଓ ଗୁଡିକକୁ ଭାଇରାଲ କରିନଥାନ୍ତି ବୋଲି ସାଧାରଣରେ ଦାବି ହେଉଛି ।


No Result
View All Result