No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର)ବାଲିଗୁଡା :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ମହାସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ନବ ନିର୍ବାଚିତ ସମସ୍ତ ସରପଞ୍ଚଙ୍କ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ.ନୂଆଗାଁ ଅଞ୍ଚଳରେ ଥିବା ୧୪ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ । ଏହି ଅବସରରେ ସେମାନେ ଗ୍ରାମରେ କିଭଳି ଭାବେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ପ୍ରଦାନ କରାଯିବା ସେ ନେଇ ଆଲୋଚନା କରିଥିଲେ l
ଏହl ସହ ଭୂମିହିନଙ୍କୁ ଜମି ଯୋଗାଇବା ଓ ଆବାସ ଯୋଜନାରେ ବାସ ଗୃହ ଯୋଗାଇବା ସମସ୍ତ ସରପଞ୍ଚଙ୍କ କର୍ତ୍ତ୍ୟବ୍ୟ ବୋଲି କୁଡୁତୁଳି ପଞ୍ଚାୟତ ସରପଞ୍ଚ ଶ୍ରୀଚନ୍ଦ୍ର ମଲିକ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାସିଙ୍ଗି ସରପଞ୍ଚ ରଞ୍ଜିତ କୁମାର ମଲିକ, ଆଡ଼ିମାହା ସରପଞ୍ଚ ଶାନ୍ତି ମଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲିକ, ସାରଙ୍ଗଡ ସରପଞ୍ଚ ବରୁଣ ପ୍ରଧାନ, ସରପଞ୍ଚ ସଂଜୟ ପ୍ରଧାନ, ସାଇନପଡ଼ା ସରପଞ୍ଚ ଚମ୍ପିଲତା କହଁର, ଲେତିଙ୍ଗୀଆ ସରପଞ୍ଚ କୁନାଲ ପ୍ରଧାନ, ନରତ୍ତମ ପ୍ରଧାନ, ଭାଗ୍ୟବତୀ ପ୍ରଧାନ, ମନୀଷା ପ୍ରଧାନ, ରାଜ କୁମାରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।


No Result
View All Result