No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ବୈପାରିଗୁଡା :- ବୈପାରିଗୁଡା ବ୍ଲକରେ ବ୍ଳକ ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମ ଟିକେ ନିଆରା ଢଙ୍ଗରେ ପାଳନ କରାଯାଇଥିବାର ଦେଖାଯାଇଛି । ବୈପାରିଗୁଡା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତୀ ମାନେ ତାଙ୍କ ବରିଷ୍ଟ ଶିକ୍ଷକ ଓ ଶିକ୍ଷୟିତୀ ମାନଙ୍କୁ ତାଙ୍କ ଗୁରୁ ଭାବେ ବିଚାର କରି ସେମାନଙ୍କୁ ସମ୍ମାନ୍ ଦେଇ ଆଜିର ଦିନରେ ତାଙ୍କ ଠାରୁ ଶିକ୍ଷାମନ୍ତ୍ର ଗ୍ରହଣ ମଧ୍ୟ କରିଥିଲେ । ସେହି ପରି ଭାବେ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ଅବସରପାପ୍ତ ପାଇଥିବା ୧୪ ଜଣ ଶିକ୍ଷକ ଶିକ୍ଷୟିତୀଙ୍କୁ ଗୁରୁଦିବସ ଦିନ ହିଁ ସମ୍ବର୍ଦ୍ଧନା କରିବା ସହ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି ।
ପ୍ରଥମେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟଚିତ୍ର ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶିକ୍ଷକ ଶିକ୍ଷୟିତୀଙ୍କୁ ପକ୍ଷରୁ ଅତିଥିଙ୍କୁ ଗୁରୁ ପୂଜନ କରି ମଂଚକୁ ପାଛୋଟ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ମୁଖ୍ୟବକ୍ତା ଭାବେ ଅବସରପାପ୍ତ ପ୍ରଧାନ ଶିକ୍ଷକ ଚକ୍ରପାଣି ପରିଚ୍ଛା,ସମ୍ମାନୀୟ ଅତିଥି ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ଏବିଇଓ ସଚିନ୍ କୁମାର ମଲ୍ଳିକ, ଏବିଇଓ କନକ ମଞ୍ଜୁରୀ ଭତ୍ରା, ସଂଘ ଉପଦେଷ୍ଟା ଶରତ ଚନ୍ଦ୍ର ରାଉତ, ଶିକ୍ଷକ ସୁରେଶ ପାତ୍ର, ସୁନାଧର ଉଦଲବାଡିଆ ପ୍ରମୁଖ ମଂଚାସିନ ରହିଥିଲେ । ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅବସରପାପ୍ତ ଶିକ୍ଷୟିତୀ ଉତ୍କଳିନୀ ସାହୁ, ରାଜେଶ୍ୱରୀ ପଟ୍ଟନାୟକ, ମନୋରମା ଦେବୀ,
ମଞ୍ଜୁ ରାଉଳ, ରଶ୍ମିମଞ୍ଜୁଳା ଜେମା ଙ୍କ ସହ ଶିକ୍ଷକ ସଦାଶିବ ଆଚାର୍ଯ୍ୟ, ଧରଣୀଧର ସାହୁ, ଶ୍ରତୃଘ୍ନ ପାତ୍ର, ବାମନ ପାତ୍ର, ଯୁଧିଷ୍ଠିର ପାଳ, ପଂଚାନନ ସାହୁ, ସୁବାଷ ଚନ୍ଦ୍ର ଦାସ, ଦେବେନ୍ଦ୍ର ଚନ୍ଦ୍ର ପରିଡା, କିଶୋର ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧନା କରିବା ସହ ସୋମାନଙ୍କୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସମ୍ମାନିତ ଶିକ୍ଷକ ଓ ଶିକ୍ଷୟିତୀ ସେମାନଙ୍କ ପ୍ରତିଭା ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ । ଆଦର୍ଶ ସମାଜ ଗଠନ କ୍ଷେତ୍ରରେ ଗଣେ ଶିକ୍ଷକଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ଏଥିସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଗୁରୁ ଓ ଛାତ୍ର ଙ୍କ ସମନ୍ୱୟ ରକ୍ଷା ହୋଇ ପାରିଲେ ବିଦ୍ୟାର୍ଥ ମାନେ ନିଜକୁ ଉତମ ନାଗରିକ ଭାବେ ଗଢି ତୋଳି ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ଅତିଥ ମାନେ ମତବ୍ୟକ୍ତ କରିଥିଲେ ।
ସେହି ପରି ଭାବେ ନୂତନ ଭାବେ ଯୋଗଦାନ କରିଥିବା ୧୦ ଜଣ ସିଆରସିସି ମାନଙ୍କୁ ସ୍ୱଗାଂତ କରିବା ସହ ପୁରାତନ ସିଆରସିସି ମାନଙ୍କୁ ବିଦାୟ କାଲୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବ୍ଳକ ସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ବ୍ଲକ ପ୍ରଥାମିକ ଶିକ୍ଷକ ସଂଘ ସଭାପତି ଚିତାରାମ ବାରିକ, ଉପସଭାପତି ଶ୍ରୀଧର ରାଓ ସମ୍ପାଦକ ସୁରେନ୍ଦ୍ର ଖରାଙ୍କ ସହି ବ୍ଲକର ସମସ୍ତ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତୀ ମାନେ ଉପସ୍ଥିତ ରହିଥିଲେ । ତେବେ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ପ୍ରଦୀପ ମିଶ୍ର ।
No Result
View All Result