No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ସେପ୍ଟେମ୍ବର ଶନିବାର) ବୈପାରିଗୁଡା :- ବୈପାରିଗୁଡା ଠାରେ ଥିବା ୧୫୧ ବିଏନ ସୀମା ସୁରକ୍ଷା ବାହିନୀ ( ବିଏସ୍ଏଫ୍ ) ପକ୍ଷରୁ ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ସ୍ୱାଧୀନତାର ୭୫ ତମ ବାର୍ଷିକ ଦିବସ ପାଳନ କରିବା ସହ ରନ୍ ଅପ ଟୁ ଟିଚର୍ସ ଡେ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ଲାଭ କରି ବଡ ହେଲେ ବିଏସ୍ଏଫ୍ ଯବାନ, ଡାକ୍ତର, ନୌଉସେନା,ଆଇଏସ.ଆଇପିଏସ ସହ ବହୁ ଗୁରୁତ ପୂର୍ଣ୍ଣ ପଦ ପଦବୀରେ ରହିବା ସହ ଦେଶ ପାଇଁ କିଛି ବଡକାର୍ଯ୍ୟ କରିବା ଓ ଜାତୀୟ ସୁରକ୍ଷା ପାଇଁ ସବୁ ବେଳେ ଠିଆ ହେବା ବୋଲି କହିବା ସହିତ ରନ୍ ଅପ ଟୁ ଟିଚର୍ସ ଡେ ଉର୍ଦ୍ଦେଶ୍ୟ ନେଇ କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟାଳୟ ଗୁଡିକରେ ଆୟୋଜନ କରାଯାଉଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ୧୫୧ ବିଏନ ବିଏସ୍ଏଫ୍ ର ମୁଖ୍ୟ କମାଣ୍ଡାଣ୍ଠ ଶ୍ରୀ ଅଜୟ କୁମାର ।
ବିଏସ୍ଏଫ୍ ୧୫୧ ବିଏନ ତରଫରୁ ଟାଙ୍ଗିନିଗୁଡା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ରାମଗିରି ସ୍ଥିତ କାନ୍ଦୁଲିବେଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରନ୍ ଅପ ଟୁ ଟିଚର୍ସ ଡେ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବୈପାରିଗୁଡା ବ୍ଲକର ୩ ଟି ସ୍ଥାନରେ ବିଏସଏଫ୍ କ୍ୟାମ୍ପ ନିର୍ମାଣ ହେବା ପରେ ବିଏସ୍ଏଫ୍ ଯବାନଙ୍କ ପାଇଁ ଗାଁ ଗହଳିର ସହ ସହରର ଲୋକେ ଏବେ ସୁଖଶାନ୍ତିରେ ରହିବା, ନିଜ ଇଚ୍ଛା ଅନୁସାରେ ଯେଉଁ ଆଡେ ହେଲେ ବୁଲାବୁଲି କରିବା, ଯେଉଁ ସମୟରେ ଏଠାରେ ମାଓବାଦୀ ମାନଙ୍କ ଗତିବିଧି ଥିଲା ସେହି ସମୟରେ ଆଦୌ ଲୋକେ ସୁରକ୍ଷିତ ନ ଥିଲେ କି ବୁଲା ବୁଲିି କରୁ ନ ଥିଲେ ।
ତେଣୁ ଯୁବପିଢି ଆଗକୁ ଆସି ବିଏସଏଫ୍ ରେ ସାମିଲ ହୋଇ ନିଜ ଗାଁ ପାଇଁ ଗୌରବ ଆଣିବା ସହ ଦେଶ ପାଇଁ କାର୍ଯ୍ୟ କରିବେ ତେଣୁ ଯେଉଁ ମାନେ ଆମ ସହ ସାମିଲ ହେବାକୁ ଚାହିଁ ଛନ୍ତି ସେମାନଙ୍କୁ ଆମେ ସ୍ୱାଗାଂତ କରିବୁ ବୋଲି କହିଛନ୍ତି ବିଏସଏଫ ଯବାନ । ଆମେ ମାଓବାଦୀ ହେବା ଅପେକ୍ଷା ଉଚ୍ଚଶିକ୍ଷିତ ହୋଇ ଦେଶ ପାଇଁ କାର୍ଯ୍ୟ କରିବା । ଜାତୀୟ ସୁରକ୍ଷା ପାଇଁ କଣ କଣ କରିବା ଦରକାର ବୋଲି କହିବା ସହ ଦେଶ ପାଇଁ ଆମର କଣ କର୍ତବ୍ୟ ରହିଛି ସେହି ବିଷୟକୁ ନେଇ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ବିଏସଏଫ ଯବାନ ମାନେ ଆଲୋଚନା କରିଥିଲେ । ତେଣୁ ଗାଁ ଗହଳି ଠାରେ ରନ୍ ଅପ ଟୁ ଟିଚର୍ସ ଡେ ଏହି କାର୍ଯ୍ୟକ୍ରମ ମାଧ୍ୟରେ ହିଁ ଛାତ୍ରଛାତ୍ରୀ ଓ ଚାକିରୀ ନ ପାଇଁ ରହିଥିବା ଉଚ୍ଚଶିକ୍ଷକ ଓ ଜନସାଧାରଣ , ଲୋକେଙ୍କ ନିକଟକୁ ଯାଇ ବାର୍ତିା ପାଠାଇବାର ମାଧ୍ୟମ ବୋଲି ମଧ୍ୟ କହିଛନ୍ତି ।
No Result
View All Result