No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୨ସେପ୍ଟେମ୍ବର ଶୁକ୍ର ବାର) ବୈପାରିଗୁଡା :- ବୈପାରିଗୁଡା ଠାରେ ନିୟଜିତ ଥିବା ସୀମା ସୁରକ୍ଷା ବାହିନୀ ବିଏନ ୧୫୧ ( ବିଏସ୍ଏଫ୍ ) ପକ୍ଷରୁ ସ୍ୱାଧୀନତାର ୭୫ ତମ ବାର୍ଷିକ ଦିବସ ପାଳନ ଅବସରରେ ବୈପାରିଗୁଡା ବ୍ଲକର ବୈପାରିଗୁଡା ର ଆଦର୍ଶ ବିଦ୍ୟାଳୟ ଓ ଦଣ୍ଡାବାଡି ବିଦ୍ୟାଳୟ ପରିସର ଠାରେ ରନ୍ ଅପ ଟୁ ଟିଚର୍ସ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଏନ ୧୫୧ ବିଏସ୍ଏଫ ର ବୈପାରିଗୁଡା କ୍ୟାମ୍ପ ର ମୁଖ୍ୟ କମାଣ୍ଡଣ୍ଠ ଶ୍ରୀ ଅଜୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରନ୍ ଅପ ଟୁ ଟିଚର୍ସ ଡେ କାର୍ଯ୍ୟକ୍ରମ ପାଳନ କରିଥିବାର ଦେଖାଯାଇଛି ।
ଏହି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ବିିଭିନ୍ନ ପ୍ରକାର ବାର୍ତିା ପ୍ରଦାନ କରିଛନ୍ତି ବିଏସ୍ଏଫ୍ ଯବାନ । ସୀମା ସୁରକ୍ଷା ବାହିନୀର କାର୍ଯ୍ୟକାରିତା, ପାହାଡ ଜଙ୍ଗଲ ମଧ୍ୟରେ କେମିତି ଶ୍ରତୃ ମାନଙ୍କୁ ଦମନ କରିବା କାର୍ଯ୍ୟ , ଗାଁ ଗହଳିର ଲୋକଙ୍କ ସେବା କରିବା ନେଇ ବିଭିନ୍ନ ସ୍ଥାନରେ ଜନସମ୍ପର୍କ କ୍ୟାମ୍ପ କରିବା ମାଓବାଦୀଙ୍କ ଦମନା ପାଇଁ ଯାଉଥିବା ସମୟରେ କେମିତି ସୁରକ୍ଷିତ ରହିବା ସହ ବିଭିନ୍ନ ପ୍ରକାର ବିଷୟକୁ ନେଇ ଆଲୋଚନା କରିବା ସହ ବିଏସ୍ଏଫ୍ ଯବାନ ଙ୍କ ଦ୍ୱାରା ଜଙ୍ଗଲ ମଧ୍ୟ ପ୍ରସ୍ତୁତ କରାଯାଇଥିବା ଡକୁମେଣ୍ଠ ଭିଡିଓ ଦେଖାଇଥିଲେ ।
ସେହି ପରି ବିଏସ୍ଏଫ୍ ଯବାନ ବ୍ୟବହାର କରୁଥିବା ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କ ଗ୍ରହଣରେ ପ୍ରଦର୍ଶନୀ କରାଯାଇଛି । ସେହି ପରି ଭାବେ ଜିଲ୍ଲାର କୋରାପୁଟ ସ୍ଥିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦଣ୍ଡାବାଡିର ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ, ବୈପାରିଗୁଡା ର ଆଦର୍ଶ ବିଦ୍ୟାଳୟ, ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରମୁଖ ବିଦ୍ୟାଳୟ ମାନଙ୍କରେ ୧୫୧ ବିଏନ ବିଏସ୍ଏଫ୍ କ୍ୟାମ୍ପ ର ଯବାନଙ୍କ ପକ୍ଷରୁ ରନ୍ ଅପ ଟୁ ଟିଚର୍ସ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


No Result
View All Result