ଓଡ଼ିଶା ତାଜା ନ୍ୟୁଜ (୩୧ ଅଗଷ୍ଟ ବୁଧବାର ) ରଣପୁର :- ପବିତ୍ର ଗଣେଶ ପୂଜା ଅବସରରେ ରଣପୁରରେ ଶ୍ରୀ ଗଣେଶ ମେଢ଼ ପୂଜା ପାଉଥିବା ଦେଖିବାକୁ ମିଳିଛି । ଏହି ପବିତ୍ର ଓ ପାବନ ଦିନରେ ଭକ୍ତ ମାନେ ଧରା ପୃଷ୍ଠକୁ ହକାରି ଆଣିଛନ୍ତି ଭଗବାନଙ୍କୁ । ରଣପୁର ରେ ବିଭିନ୍ନ ସ୍ଥାନରେ ଗଣେଶ ପ୍ରଭୂ ଙ୍କ ସୁସଜ୍ଜିତ ପୂଜା ମଣ୍ଡପ ଦେଖିବାକୁ ମିଳିଥିବା ବେଳେ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡିକରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି ।
ସାରା ରାଜ୍ୟ ପାଳୁଛି ଆଜି ଶ୍ରୀ ଗଣେଶ ପୂଜା । ଏହି ଅବସରରେ ଗାଁ ଗହଳି ବଜାର ଓ ବିଭିନ୍ନ ସଂଘ ଓ ଅନୁଷ୍ଠାନ ପକ୍ଷରୁ ଗଣେଶ ପୂଜା ପାଳନ ହୋଇଯାଇଛି । ତେବେ ପ୍ରଭୁଙ୍କ ଆଗମନକୁ ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି ବିଦ୍ୟାର୍ଥୀ ମାନେ ପ୍ରଭୂ ଙ୍କ ଆସ୍ଥାନକୁ ସୁନ୍ଦର ଆଲୋକ ଓ ବିଭିନ୍ନ
ସୁସଜ୍ଜିତ ବସ୍ତ୍ର ସାହାଯ୍ୟ ରେ ସଜାଯାଇଥିବା ବେଳେ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ଯ କରାଯାଇଥିଲା । ଗତ ଦୁଇ ବର୍ଷ କରୋନା ମହାମାରୀ ନିମନ୍ତେ ଗଣେଶ ପୂଜା ଭଲ କି ହୋଇ ପାରିଥିବାରୁ ଚଳିତ ବର୍ଷ ରଣପୁର ରେ ପଞ୍ଚୁ ଦୋଳ ପଡିଆ , ଭଣ୍ଡାରି ସାହି ,
କଂସାରି ସାହି ,ଶାମୁକା ସାହି , ହରଚଣ୍ଡି ସାହି , ଦାଣ୍ଡ ସାହିର ବୀଣାପାଣି କ୍ଲବ୍ ଭଳି ଅନେକ ସ୍ଥାନରେ ଗଣେଶ ପୂଜା ପାଳନ କରାଯାଇଛି । ଚଳିତ ବର୍ଷ ଗଣେଶ ମେଢ଼ ସାଜ ସଜା ରେ ପଞ୍ଚୁଦୋଳ ପଡିଆ ର ଟି-20 କ୍ଳବ୍ ପ୍ରଥମ ସ୍ଥାନ ଓ କଂସାରି ସାହି ର ବିନାୟକ କ୍ଳବ୍ ଦ୍ଵିତୀୟ ସ୍ଥାନ ଓ ଭଣ୍ଡାରି ସାହି କ୍ଳବ୍ ୩ୟ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି । ପଞ୍ଚୁଦୋଳ ପଡିଆ ସ୍ଥିତ ଟି-20 କ୍ଳବ୍ ପକ୍ଷରୁ ଗଣେଶ ଚତୁର୍ଥୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାଲା ଅନୁଷ୍ଠିତ ହୋଇଥିଲା ।

© 2023 Odisha Taza News.