No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ବୈପାରିଗୁଡା :- ବିଳମ୍ବିତ ରାତ୍ରିରେ ବୈପାରିଗୁଡା ଥାନା ଅଂଚଳ ବୈପାରିଗୁଡା ଗ୍ରାମର ୫ ଟି ଦୋକାନ ଭିତରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଗୋଟି ଦୁଇ ସ୍ଥାନରେ ସଟର ଭାଙ୍ଗି ଦୋକାନ ଭିତରେ ଟଙ୍କା ଲୁଟ୍ କରିଥିବାର ଜଣାପଡିଛି । ତେବେ ସିଭିଟିଭି ଭିଡିଓ ଦେଖିଲେ ଜଣାପଡୁଛି ଯେ ଏହି ଡକାୟତି ଦଳ ଭିତରେ କିଛି ନାବାଳକ ମଧ୍ୟ ସାମିଲ ହୋଇଥିବା ଅନୁମାନ କରାଯାଏ । ଟାପାକାରିଆ ସାହି ଛକରେ ଥିବା ଚିତ ମହାରଣାଙ୍କ ଲୁହା ଦୋକାନ ସିଭି ଟିଭି ରୁ ଜଣାପଡିଛି ଯେ ପ୍ରଥମେ ଦୋକାନର ସଟର ଭାଙ୍ଗି ମୁଖାପିନ୍ଧା ନାବାଳକ ଦୋକାନ ଭିତରେ ପଶି ୨୦ ହଜାର ଟଙ୍କା ଲୁଟି ନେଇ ଯାଇ ଥିଲେ । ଚିତ କହିବା ଅନୁସାରେ ଗତ କାଲି ରାତ୍ରିରେ ଦୋକାନ ତାଲା ପକାଇ ଘରକୁ ଫେରିଥିଲେ ।
ସକାଳେ ଦୋକାନ ମାଲିକ ତାଙ୍କୁ ଘଟଣା ବିଷୟରେ କହିବା ପରେ ସେଏ ଦୋକାନ ଆସି ଦେଖିବା ବେଳେ ସଟର ଭାଙ୍ଗି ଯାଇ ତାଲା କୁ ତଳେ ପକାଇ ଦେଇଛନ୍ତି ଚୋର ମାନେ । ତାହା ପରେ ସେହି ଦୋକାନ ଠାରୁ ଅଳ୍ପ ଦୂରରେ ଥିବା ଏକ ସାର ଦୋକାନର ସଟର ଭାଙ୍ଗି ଭିତ କୁ ପଶି ସିଭିଟିଭି କୁ ଦେଖି କାଳେ ତାଙ୍କ ଫୋଟ ସିସି ଟିଭିରେ ରୋକର୍ଡ ହେବ ଭାବି ସିସି ଟିଭି ଉପରେ କନା ପକାଇ କଳାକନା ବୁଲାଇ ଥିଲେ ।
ଏହି ଦୁଇ ଟା ଘଟଣା ଆଗ ରୁ ଡକାୟତି ଦଳ ପକ୍ଷରୁ ଦୁର୍ଗାମନ୍ଦିର ସାହିରେ ଥିବା ଏକ ସୁନା ଦୋକାନ ପାଖକୁ ଯାଇଥିଲେ ମଧ୍ୟ ସେହି ରାସ୍ତାରେ ଯାନବାହାନ ଚଳାଚଳ ହେଉଥିବାରୁ ସେଠାରେ ସଟର ଭାଙ୍ଗିବା ସହ ଦୋକାନ ଭିତରେ ପଶିବା ସେମାନଙ୍କ ପାଇଁ ସମ୍ଭବ ପର ହୋଇ ପାରି ଥିଲା । ଡକାୟତି ଙ୍କ ପକ୍ଷରୁ ଲୁନା ଦୋକାନ ପାଖରେ ଥିବା ଏକ ଔଷଧ ଦୋକାନ ପାଖକୁ ଯାଇ ଥିଲେ ମଧ୍ୟ ସେଠି ମଧ୍ୟ ଡକାୟତି କରିବାରେ ବିଫଳ ହୋଇଥିବା ନେଇ ସିସିଟିଭି ମାଧ୍ୟମରେ ଦେଖିବାକୁ ମିଳିଛି । ଏ ନେଇ କିଛି ଦୋକାନ ମାଲିକ ମାନେ ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।

No Result
View All Result