• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରୀକୃତ ବନ୍ୟା ଯୋଗୁଁ ରାଜ୍ୟର ୧୦ ଲକ୍ଷ ଲୋକ ଦୁର୍ଦ୍ଦଶାରେ : ଶରତ ପଟ୍ଟନାୟକ

Proprietor Abhimanyu Maharana by Proprietor Abhimanyu Maharana
August 27, 2022
in ଓଡ଼ିଶା, ମହାନଗର, ହୋମ୍
0
ସରକାରୀକୃତ ବନ୍ୟା ଯୋଗୁଁ ରାଜ୍ୟର ୧୦ ଲକ୍ଷ ଲୋକ ଦୁର୍ଦ୍ଦଶାରେ : ଶରତ ପଟ୍ଟନାୟକ
Share on FacebookShare on TwitterWhatsapp

x. ୨୩ ବର୍ଷର ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ

x. ସରକାରଙ୍କ ଜିରୋ କାଜ୍ୟୁଆଲଟି ଏକ ‘ମିଛ ପ୍ରଚାର’

x. ସତ ସାହାସ ଥିଲେ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି । ହଜାର ହଜାର ଏକର ଫସଲ ଜଳମଗ୍ନ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଗୃହପାଳିତ ପଶୁ ନାହିଁ ନଥିବା ଯାତନା ଭୋଗୁଛନ୍ତି । ଦୀର୍ଘ ୨୩ ବର୍ଷ କ୍ଷମତାରେ ରହିଥିବା ରାଜ୍ୟର ବିଜେଡ଼ି ସରକାରକୃତ ଅଦୁରଦର୍ଶିତା ପାଇଁ ରାଜ୍ୟବାସୀ ଏ ବନ୍ୟା ଯନ୍ତ୍ରଣାରେ ଛଟପଟ ହେଉଥିଲାବେଳେ ସରକାର କେବଳ ମିଛ ପ୍ରଚାରରେ ବ୍ୟସ୍ତ । ଲୋକଙ୍କ ପାଖରେ ରିଲିଫ୍‌ ପହଂଚିପାରିଲା ନାହିଁ କି ସରକାରୀ କଳ ଲୋକଙ୍କ ଦୁର୍ଦ୍ଦିଶା ଆକଳନ କରିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଂଚିଲେ ନାହିଁ । ନିଜ ବାସ, ବେଉସା ଓ ଫସଲ ଉଜୁଡ଼ି ଯାଇଥିଲାବେଳେ ଲୋକଙ୍କ ପ୍ରତି ରାଜ୍ୟ ସରକାର କେବଳ ପ୍ରତାରଣା କରିଚାଲିଛନ୍ତି ଓ ଜିରୋ କାଜ୍ୟୁଆଲଟିର ମୁଖ୍ୟମନ୍ତ୍ରୀ କେବଳ ଏକ ଫମ୍ପା ପ୍ରଚାର କରୁଛନ୍ତି ।

ଏକ ସରକାର ୨୩ ବର୍ଷ କାଳ ଶାସନରେ ରହିଲା ପରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ଓ ରାଜ୍ୟବାସୀଙ୍କ ପ୍ରତି ପ୍ରତାରଣା । ଚଳିତ ବର୍ଷର ବନ୍ୟା ସଂପୂର୍ଣ୍ଣ ଭାବରେ ସରକାରୀକୃତ । ସରକାରଙ୍କର ଅଦୁରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ରାଜ୍ୟ ସରକାରଙ୍କର ସତ୍‌ସାହସ ଅଛି ଓ ବନ୍ୟାର ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସଂଘଠିତ ହେଉଥିବା ବନ୍ୟା ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ୟା ଅନୁଧ୍ୟାନକାରୀ କମିଟି ରାଜ୍ୟର ପ୍ରଭାବିତ ୧୫ ଜିଲ୍ଲା ଗ୍ରସ୍ତ କରି ପରିସ୍ଥିତି ପରିଖିଥିଲେ ଓ ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।

ସେଥିରୁ ଯାହା ନିର୍ଯ୍ୟାସ ବାହାରିଲା ସରକାର କେବଳ ମିଛ ପ୍ରଚାରରେ ବ୍ୟସ୍ତ ବୋଲି ଜଣାପଡ଼ିଲା । ବନ୍ୟାର ବେଶ୍‌ ପୂର୍ବରୁ ଘାଇ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏତେ ଘାଇ ସାରା ୧୫ ଟି ଜିଲ୍ଲାରେ କିଭଳି ହେଲା ଏହା ଏଥିପାଇଁ ସରକାର କାହାକୁ ଦାୟୀ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । କେତେ ବନ୍ୟା ଜଳ ଆସିବ ଓ କେତେ ଅଂଚଳ ପ୍ରଭାବିତ ହେବ ତା’ର ସମସ୍ତ ତଥ୍ୟ ଥାଇ ମଧ୍ୟ ସରକାର ଏବଂ ସରକାରଙ୍କ ପଦସ୍ତ ବାବୁମାନେ ସଠିକ୍ ଆକଳନ କରିବା ପରିବର୍ତେ ଗଣମାଧ୍ୟମରେ ବିଭ୍ରାନ୍ତିକର ସୂଚନା ଦେଇ ଲୋକଙ୍କୁ ଚରମ ଦୁର୍ଦ୍ଦଶା ଓ ଦୁର୍ଦ୍ଦିନ ଭିତରକୁ ଠେଲିଦେଲେ ବୋଲି ବାଲେଶ୍ୱର ଜିଲ୍ଲାର ବନ୍ୟାଂଚଳ ଗସ୍ତରୁ ପତ୍ୟାବର୍ତନ କରିଥିବା ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଅନେକ ଦିନ ଯାଏଁ ଲୋକଙ୍କ ପାଖରେ ରିଲିଫ୍ ପହଂଚିପାରିଲା ନାହିଁ । ଫସଲ କ୍ଷୟକ୍ଷତି ଆକଳନ ଓ ଘରଭଙ୍ଗାସ୍ଥିତି ଆକଳନ କରିବା ପାଇଁ ଅଧିକାରୀମାନେ ଲୋକଙ୍କ ପାଖରେ ପହଂଚିିଲେ ନାହିଁ । ଗୋ ଖାଦ୍ୟ ମଧ୍ୟ ଯୋଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ସରକାର ରନ୍ଧାଖାଦ୍ୟ, ବନ୍ୟାକ୍ଲିଷ୍ଟଙ୍କୁ ତତ୍‌କ୍ଷଣାତ ଯୋଗାଇ ଦେବେ ବୋଲି କହିଥିଲେ କିନ୍ତୁ ତାହା ପ୍ରକୃତରେ କେଉଁଠରେ ଦେଖିବାକୁ ମିଳିଲା ନାହିଁ । ଅନେକ ସ୍ଥାନରେ ଘାଇ ହୋଇ ଲୋକ ଭାସିଗଲେ ହେଲେ ସରକାର ଜିରୋ କାଜ୍ୟୁଆଲଟିର ମିଛ ଗପ ଗପୁଛନ୍ତି । ବନ୍ୟା ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ କହିଛନ୍ତି ଯେ, ଏହି ବନ୍ୟାରେ ୧୭ ଜଣଙ୍କ ଜୀବନ ଯାଇଛି । କିନ୍ତୁ ବନ୍ୟା ଛାଡ଼ିଯିବା ପରେ ଜଳବାହିତ ରୋଗ ଅତି ଗୁରୁତ୍ୱର ଆକରରେ ଧାରଣ କରିବାକୁ ଯାଉଛି । ସରକାର ସେଥିପ୍ରତି ଧ୍ୟନ ଦିଅନ୍ତୁ ଓ ବନ୍ୟାକ୍ଲିଷ୍ଟ ଲୋକଙ୍କୁ ହାଲୋଜିନ୍‌ ଟାବେଲ୍‌ଟ ଦିଆଯାଉ । ୧୫ ଦିନ ପାଇଁ ପ୍ରତି ଗାଇଗୋରୁ ଙ୍କ ପାଇଁ ୩ କେ.ଜି ଲେଖାଏଁ ଗୋଖାଦ୍ୟ ଦିଆଯାଉ । ବନ୍ୟାଂଚଳର ସମସ୍ତଙ୍କୁ ୩୦ ଫୁଟ ଲମ୍ବ ଓ ୬ ଫୁଟ ଚଉଡ଼ାର ପାଲ ଯୋଗାଇ ଦିଆଯାଉ । ସହଳ କିଷମର ବିହନ କୃଷକମାନଙ୍କୁ ତୁରନ୍ତ ଯୋଗାଇ ଦିଆଯାଉ । ମାଛ ଛାଷୀମାନଙ୍କୁ ଏକର ପିଛା ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ୩୫ ହଜାର ହେକ୍ଟର ଧାନ ଫସଲରୁ ୧୫ ହଜାର ହେକ୍ଟର ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି । ତେଣୁ ହେକ୍ଟର ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ । ସେହିଭଳି ପନିପରିବା ଚାଷ, ଚାଷୀ ଭାଇମାନଙ୍କୁ ଏକର ପିଛା ଅନ୍ୟୁନ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରନ୍ତୁ ।

ଆଜି ବି ଅନେକ ଅଂଚଳ ପାଣି ଘେରରେ ଥିବାବେଳେ ସରକାର ଆବଶ୍ୟକ ପଦକ୍ଷେପ ନେବାରେ ଅସମର୍ଥ ହେଉଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ମରୁଡ଼ି ଓ ଏପଟେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ରାଜ୍ୟ ସରକାର ତୁରନ୍ତ ବିଶେଷଜ୍ଞ କମିଟି ଓ ସର୍ବଦଳୀୟ ବୈଠକ ଡାକନ୍ତୁ । ୨୩ ବର୍ଷ ଭିତରେ ଗୋଟିଏ ବି ବୋଲି ନଦୀବନ୍ଧ ଯୋଜନା ଏ ସରକାର କରି ନାହିଁ । କିନ୍ତୁ ସରକାର ପ୍ରତିଶ୍ରୁତି ଦେଇଥିଲେ ୭ ଟି ନଦୀବନ୍ଧ ନିର୍ମାଣ କରିବେ । ସୁବର୍ଣ୍ଣରେଖା ସଂସ୍କାର ଫାଇଲ ଏବେ କେଉଁଠି..? ସରକାରଙ୍କର ନିଷ୍ଠା ଥିଲେ ଉତର ଓଡ଼ିଶାରେ ବନ୍ୟା ନଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ବୈଠକରେ କଂଗ୍ରେସ ବନ୍ୟା ଅନୁଧ୍ୟାନକାରୀ କମିଟିର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ପି.ସି.ସି ସଭାପତିଙ୍କ ଅଭିଯୋଗକୁ ସମର୍ଥନ କରିବା ସହ କହିଛନ୍ତି ଯେ, ସରକାରଙ୍କର ବିଫଳତା ପାଇଁ ଆଜି ରାଜ୍ୟରେ ସରକାରୀକୃତ ବନ୍ୟା ଅନୁଭୁତ ହୋଇଛି ।

ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ କଂଗ୍ରେସ ଦଳ ପକ୍ଷରୁ ରିଲଫ୍ ସହାୟତା ପର୍ଯ୍ୟାପ୍ତ ପରିମାଣରେ ରିଲଫ୍ ସହାୟତା ଯୋଗାଇ ଦିଆଯାଇଥିବା ଯୋଗୁଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପିସିସି ସଭାପତି ଶ୍ରୀଯକ୍ତ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପି.ସି.ସି କୃଷକ ସେଲ୍‌ର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version