• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
June 22, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି
Share on FacebookShare on TwitterWhatsapp

ଦଳୀୟ ମନୋଭାବ ରଖି ବାଚସ୍ପତି ଏପରି ନିଷ୍ପତ୍ତି ନେଇ ନିଜ ପଦମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି l

ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ ହୋଇଛି l

ବାଚସ୍ପତିଙ୍କ ନିଷ୍ପତ୍ତି ସମ୍ବିଧାନର ୧୦ମ ଅନୁଚ୍ଛେଦର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ l

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ବାଚସ୍ପତି ନିଜ ପଦବୀର ଗାରିମା କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଏହା ୫୨ତମ ସମ୍ବିଧାନ ସଂଶୋଧନ ଓ ସମ୍ବିଧାନର ୧୦ମ ପରିଚ୍ଛେଦର ସମ୍ପୂର୍ଣ୍ଣ ପରିପନ୍ଥୀ ବୋଲି କହିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ବାଚସ୍ପତି ଦଳୀୟ ମନୋଭାବ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ନିଲମ୍ବିତ ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରିଛନ୍ତି ବାଚସ୍ପତି ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ତାଙ୍କ ଦଳୀୟ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ଆଳ ଦେଖାଇ ବାଚସ୍ପତି ବିଜୁ ଜନତା ଦଳର ଆବେଦନକୁ ଖାରଜ କରିଛନ୍ତି । ଗୋଟିଏ ଦଳର ଟିକେଟରେ ନିର୍ବାଚିତ ହୋଇ ଅନ୍ୟ ଦଳକୁ ଭୋଟ୍ ଦେବା ଦଳବିରୋଧୀ କାର୍ଯ୍ୟ । ଏମିତି ଏକ ଘଟଣାରେ ସିମ୍ଲା ବିଧାନସଭାରେ ଯେଉଁ ଆଧାରରେ ବିଧାୟକ ମାନଙ୍କୁ ନିଲମ୍ବିତ କରାଯାଇଥିଲା, ସେହି ଆଧାରରେ ଏଠାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଅଲଗା ଅଲଗା କାରଣ ଦର୍ଶାଇ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ । ଆମେ ଆଶା କରୁଛୁ ମାନ୍ୟବର ବାଚସ୍ପତି ଆମ ସହ ଆଲୋଚନା କରି ତାଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିବେ ।

ଡ଼ ଅରୁଣ ସାହୁ କହିଥିଲେ ଯେ, ସଂସଦୀୟ ଗଣତନ୍ତ୍ରରେ ରାଜନୈତିକ ଉତ୍ତରଦାୟିତ୍ୱ ଓ ଜନମତକୁ ସମ୍ମାନ ସର୍ବାଗ୍ରେ । ବିଜେପି ସରକାର ସମୟରେ ଏହାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବାର ଜରୁରୀ ଆବଶ୍ୟକତା ଅଛି । ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର ୮ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ଦଳକୁ ଭୋଟ୍ ଦେଇଥିଲେ । ୫୨ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ବିଜୁ ଜନତା ଦଳ ଉଠାଇଥିବା ପ୍ରଶ୍ନର ସଠିକ ନିର୍ଣ୍ଣୟ ନେଇନାହାନ୍ତି ବାଚସ୍ପତି । ସମ୍ବିଧାନର ୧୦ମ ପରିଚ୍ଛେଦ ଅନୁଯାୟୀ ଜଣେ ବିଧାୟକ ଯେଉଁ ଦଳରୁ ନିର୍ବାଚିତ ହୋଇଥାଏ, ସେହି ଦଳର ନିଷ୍ପତ୍ତି ବିରୋଧରେ ଆଚରଣ ଓ ଉଚ୍ଚାରଣ କରିବା ଦଳର ସଦସ୍ୟତା ପରିତ୍ୟାଗ କରିବା ସହ ସମାନ ।  ସଦସ୍ୟଙ୍କ କାର୍ଯ୍ୟକଳାପ, ସାର୍ବଜନୀନ ବକ୍ତବ୍ୟ ଓ ଦଳ ବିରୋଧୀ କାର୍ଯ୍ୟ ମାଧ୍ୟମରେ ଏହା ପ୍ରମାଣିତ ।

ବିଜେଡି ଆବେଦନର ମୂଳ ପ୍ରଶ୍ନ ଥିଲା, ଏହି ୮ ଜଣ ବିଧାୟକ ନିଜ ଆଚରଣ ଦ୍ୱାରା ଦଳର ସଦସ୍ୟତା ସ୍ୱଇଚ୍ଛାରେ ପରିତ୍ୟାଗ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ, କେବଳ ଔପଚାରିକ ଭାବରେ ଦଳ ଛାଡ଼ିବା ନୁହେଁ, ଦଳବିରୋଧୀ ଆଚରଣ ମଧ୍ୟ ସଦସ୍ୟତା ପରିତ୍ୟାଗ ଭାବେ ବିବେଚନା କରାଯିବ । କିନ୍ତୁ ମାନ୍ୟବର ବାଚସ୍ପତି ଏହାକୁ ଅଣଦେଖା କରି ମୂଳ ପ୍ରଶ୍ନର ନିଷ୍ପତ୍ତି ନ ନେଇ ପ୍ରକି୍ରୟାଗତ ତ୍ରୁଟି କମା, ଫୁଲ୍ଷ୍ଟପ ଭଳି ଛୋଟ ଛୋଟ ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି । ଆମେ ଦୃଢ଼ ଆଶାବାଦୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଆବଶ୍ୟକ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ମର୍ଯ୍ୟାଦା, ଜନମତର ପବିତ୍ରତା ଓ ଦଳବିରୋଧୀ ଆଇନର ଉଦେ୍ଦଶ୍ୟକୁ ସୁରକ୍ଷିତ ରଖିବେ । ପରିଶେଷରେ ସମ୍ବିଧାନ ଓ ଆଇନର ବିଜୟ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version