No Result
View All Result
ଜିଲ୍ଲାପରିଷଦ ଅଧିନସ୍ଥ ପଂଚାୟତ ଗୁଡିକରେ ଅଙ୍ଗନୱାର୍ଡ କେନ୍ଦ୍ର ନାହିଁ କି ? ଯଦି ଅଛି ତେବେ କଣ ପାଇଁ ଫଳକରେ ମୋର ନାଁ ରହିଲା ନାହିଁ ।
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟର ଗୃହ ଉଦଘାଟନ ରେ ବୈପାରିଗୁଡା ବ୍ଳକର ୨ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଙ୍କ ନାଁ ଫଳକରେ ନଥିବା ନେଇ ତାଙ୍କ ସମର୍ଥକ ମାନେ ବିଡିଓ ଅଭିମନ୍ୟୁ କବି ଶତପଥିଙ୍କୁ ଘେରାଉ କରି ପ୍ରତିବାଦ କରାଯାଇଥିଲା । ତେବେ ଜିଲ୍ଲାପରିଷଦ -୨ ସଭ୍ୟା ମଣି ଜାନୀ ତାଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ବାରମ୍ବାର ପ୍ରଶାସନ ତରଫରୁ କଂଗ୍ରେସ ଦଳ କୁ ଅଣଦେଖା କରାଯାଉଛି କେଉଁ କାର୍ଯ୍ୟକ୍ରମରେ ଭଲ ଭାବରେ ଡକା ଯାଉନଥିବା ବେଳେ କେତେ ସ୍ଥାନରେ କୌଣସି ବିଷୟକୁ ନେଇ ଆଲୋଚନା ମଧ୍ୟ କରାଯାଉନି ।
ଆଜି ର ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟର ଗୃହ ଉଦଘାଟନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ତାହାର ନଗ୍ନନମୁନା ବୋଲି କହିବା ସହିତ କଣ ବୈପାରିଗୁଡା ବ୍ଳକ ଭିତରେ କିମ୍ବା ମୋର ଜିଲ୍ଲାପରିଷଦ ଅଧିନସ୍ଥ ପଂଚାୟତ ଗୁଡିକରେ ଅଙ୍ଗନୱାର୍ଡ କେନ୍ଦ୍ର ନାହିଁ କି ? ଯଦି ଅଛି ତେବେ କଣ ପାଇଁ ଫଳକରେ ମୋର ନାଁ ରହିଲା ନାହିଁ । ଯଦି ମତେ ନାଁ ରଖିନାହାନ୍ତି ତେବେ ମତେ କାହିଁକି କାର୍ଯ୍ୟକ୍ରମ ଡାକିଲେ ବୋଲି ସିଧାସଖଳ ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲାପରିଷଦ ସଭ୍ୟା-୨ ମଣି ଜାନୀ , ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ମହୁଲି ସମିତିସଭ୍ୟ ଭକ୍ତରାମ ହରିଜନ, ପଂଚାୟତବାସୀ ଓ ତାଙ୍କ ସମର୍ଥକ ମାନେ ପ୍ରଶାସନକୁ ଟାର୍ଗେଟ କରିବା ସହ ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ସହ ଘଟଣା ବିଷୟକୁ ନେଇ ଆଲୋଚନା କରିଥିବାର ଦେଖିବାକୁ ମିଳିଛି ।
ବହୁ ସମୟ ଧରି ଏହି ଘଟଣା ବିଷୟକୁ ନେଇ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଥି ଙ୍କ ମଧ୍ୟାରେ ହୋ ହାଲା ଚାଲିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲାପରିଷଦ ସଭ୍ୟା-୨ ମଣି ଜାନୀ ଏହି ବିଷୟକୁ ନେଇ ଜିଲ୍ଳାସ୍ତରୀୟ ବୈଠକରେ ଆଲୋଚନା କରିବା ସ୍ଥିର କରିଥିବାର କହିଛନ୍ତି ଏବଂ ଘଟଣାକୁ ନେଇ ସେଏ ଜିଲ୍ଲାପାଳଙ୍କ ସହ ମଧ୍ୟ କଥା ହେବେ ବୋଲି ତାଙ୍କ ଠାରୁ ସୂଚନା ମିଳିଛି । ଘଟଣାକୁ ନେଇ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କୁ ପଚାରିବାରୁ ସେଏ କହିଥିଲେ ଯେ ମୁଁ ସମସ୍ତ କୋରାପୁଟ ଓ କୋଟପାଡ ବିଧାୟକ/ବିଧାୟକା, ଦୁଇ ଜଣ ଜିଲ୍ଲାପରିଷଦ,
ସରପଂଚ, ସମିତିସଭ୍ୟ ମାନଙ୍କ ନାଁ ଦେଇଥିଲି ମାତ୍ରା ବ୍ଲକ ଅଧ୍ୟକ୍ଷଙ୍କ ଆଦେର୍ଶ କ୍ରମେ ଫଳକ ରେ କାହା କାହା ନାଁ ରହିଛି ତାହା ସେ ଜାଣିନଥିବା କହିବା ସହ ଏହି ବିଷୟକୁ ନେଇ ଯଦି ବ୍ଲକ ଅଧ୍ୟକ୍ଷ ଙ୍କ ସହ ଯୋଗାଯୋଗ କଲେ ତାଙ୍କେ ହିଁ ପ୍ରକୃତ ଘଟଣା ବିଷୟରେ ପ୍ରତିକ୍ରିୟା ଦେଇ ପାରିବେ ବୋଲି ବିଡିଓ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ଙ୍କ ସହ ଏହି ବିଷୟକୁ ନେଇ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ ନ ଲାଗିବାକୁ ତାଙ୍କ ପ୍ରତିକ୍ରିୟା ନେବା ସମ୍ଭବ ପର ହୋଇନାହିଁ !

No Result
View All Result