ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ଗୁରୁବାର ) ଖୋର୍ଦ୍ଧା-ଜଟଣୀ :- ପ୍ରାପ୍ତ ସୂଚନା ଅନୁସାରେ ଗତ ୧୫ ତାରିଖ ସୋମବାର ଦିନ ଜଟଣୀ କୁସୁମାଟି ନିକଟସ୍ଥ ଶ୍ରୀ ଶ୍ରୀ କପାଳ ଲୋଚନ ଙ୍କ ପବିତ୍ର ପୀଠରେ “ଜଟଣୀ ବିକାଶ ପରିଷଦ” ନାମରେ ଏକ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ଗଠନ କରାଯାଇଛି । ସମାଜର ବିଭିନ୍ନ ବର୍ଗର ସାମାଜିକ କାର୍ଯ୍ୟକର୍ତ୍ତା, ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଜୟ ଛୋଟରାୟ ସଭାପତି ଏବଂ ଜଟଣୀ ବ୍ୟବସାୟ ମହାସଂଘ ସଭାପତି ଶ୍ରୀ ସୁଦର୍ଶନ ସୁନ୍ଦରାୟ ସାଧାରଣ ସମ୍ପାଦକ ସମେତ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।
ଏଥିରେ କାର୍ଯ୍ୟକାରୀ ସଭାପତି ଭାବରେ ଶ୍ରୀ ବିଘ୍ନେଶ ବଳବନ୍ତରାୟ,କୈଳାସ ଚନ୍ଦ୍ର ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ରାଜକିଶୋର ସ୍ୱାଇଁ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତସଭାରେ ଶ୍ରୀ ବିଜୟ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ ।
ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜଟଣୀର ବିକାଶ ପାଇଁ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରି ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ସମସ୍ତ ସଭ୍ୟ ଆଗ୍ରହ ପ୍ରକାଶ କରି ଶପଥ ଗ୍ରହଣ କରିଥିଲେ । ଶେଷରେ ଶ୍ରୀ ନିମାଇଁ ଚରଣ ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ସୁଶାନ୍ତ ରାଉତ, ବୁଲୁ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।