No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ବୈପାରିଗୁଡା :- ଦକ୍ଷିଣ ଓଡିଶାର ପ୍ରମୁଖ ଶୈବପୀଠ ତଥା ଓଡିଶା ସହିତ ଛତିଶଗଡ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଲକ୍ଷାଧିକ ଭକ୍ତ ଆସୁଥିବା ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ପୀଠରେ ଅଧିକରୁ ଅଧିକ ଉନ୍ନତି କରିବା ନିମେନ୍ତ ଆଜି ବିଜେଡି ଜିଲ୍ଳାସଭାପତିଙ୍କ ସହିତ କୋରାପୁଟ ଜିଲ୍ଲାର ୪ ବିଧାୟକଙ୍କ ସହ ଜିଲ୍ଲାପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ବୈପାରିଗୁଡା ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ ,ଜିଲ୍ଲାପରିଷଦ ସଭ୍ୟ, ସରପଂଚ ଓ ସମିତିସଭ୍ୟ ମାନଙ୍କ ସହିତ ପ୍ରଶାସନିକ ଅଧିକାରୀ ମାନେ ଗୁପ୍ତେଶ୍ୱର ପୀଠକୁ ଗ୍ରସ୍ତ କରିଥିବାର ଜଣାପଡିଛି ।
ଗୁପ୍ତେଶ୍ୱର ପୀଠ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆଉ କଣ ଅଧିକ ଯୋଜନା କଲେ ଭକ୍ତ ମାନେ ସମସ୍ତ ସୁବିଧାର ସୁଯୋଗ ପାଇ ପାରିବେ ସେହି ବିଷୟକୁ ନେଇ ବୈପାରିଗୁଡା ବିଡିଓ ଓ ତହସିଲଦାରଙ୍କ ସହିତ ବ୍ଲକ କାର୍ଯ୍ୟଳୟରେ ଆଲୋଚନା କରିଥିଲେ । ତାହା ପରେ ସମସ୍ତ ଅଧିକାରୀ ଓ ୪ ବିଧାୟକ,ଜିଲ୍ଲାପରିଷଦ ଅଧ୍ୟକ୍ଷା ,ଉପାଧ୍ୟକ୍ଷ ଗୁପ୍ତେଶ୍ୱର ପୀଠକୁ ଯାଇ ତଦାରଖ କରିଥିବାର ଦେଖିବାକୁ ମିଳିଛି ।
ଗୁପ୍ତେଶ୍ୱର ପୀଠର ଭିତିଭୂମିର ବିକାଶ ପାଇଁ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ବିଦ୍ୟୁତ୍ ଷ୍ଟ୍ରକଚରର ଉନ୍ନତୀକରଣ ,ଭକ୍ତଙ୍କ ଶୌଚଳାୟ ନିର୍ମାଣ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ଦିଗରେ ସମସ୍ତେ ଧ୍ୟାନ ଦେବେ ବୋଲି ପ୍ରତିଶୃତି ମଧ୍ୟ ରଖିଥିଲେ । ଗପ୍ତେଶ୍ୱର ଗ୍ରସ୍ତ ସମୟରେ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ,
କୋଟପାଡ ବିଧାୟକା ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ପ୍ରିତମ ପାଢୀ, ଲକ୍ଷ୍ମପୁର ବିଧାୟକ ପ୍ରଭୁ ଜାନୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସସ୍ମିତା ମେଲେକା , ଉପାଧ୍ୟକ୍ଷ ରାଧାଗେବିନ୍ଦ ସାମନ୍ତରାୟ,ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ, ଦୋରାଗୁଡା ସମିତିସଭ୍ୟ ତ୍ରିଲୋଚନ ଜେନା, ହଳଦୀକୁଣ୍ଡ ସମିତିସଭ୍ୟ ବିଭୀଷଣ ହନ୍ତାଳ,ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result