No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ବୈପାରିଗୁଡା :- କିଛି ମାସ ହେବ ଆମକୁ କାହିଁକି ବାର୍ଦ୍ଧକ୍ୟ ଭତା ମିଳୁନାହିଁ ତାହା ପଛରେ କଣ ରହିଛି ରହସ୍ୟ । ଏମିତି କିଛି ନାରା ନେଇ ଆଜି ବୈପାରିଗୁଡା ବ୍ଲକର କାଠପଡା ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଓ ଲୋକପ୍ରତିନିଥି ମାନେ ବ୍ଳକ କାର୍ଯ୍ୟଳୟରେ ପହଂଚି ହଲହାଲ କରିଥିବାର ଦେଖିବାକୁ ମିଳିଛି । ପ୍ରତ୍ୟେକ ମାସରେ ଆସି ନିଜର ଭତ୍ତା ଟଙ୍କା ମାଗୁଥିଲେ ସୁଦ୍ଧା ତାହା ମିଳୁ ନ ଥିବା ସେମାନେ କହିଛନ୍ତି ।
କାଠପଡା ପଂଚାୟତର ବାଘଖଦରା, କାଠପଡା, ରାଜାମୁଣ୍ଡା, ମୂଷାପଦର, ଧନିବାଲାସା, ଡାଲିଆଗୁଡା, ମନ୍ତ୍ରୀଆମ୍ବ, ଜାଲିଆଗୁଡା, ତଳିଆଗୁଡା,ସିଲିମାଳ, ଗ୍ରାମର ପ୍ରାୟ ୧୦୦ ରୁ ଉର୍ଦ୍ଧ ହିତାଧିକାରୀଙ୍କ ସହ କାଠପଡା ସରପଂଚ ଗୌରୀ ପାଙ୍ଗୀ, ନାଏବ ସରପଂଚ ସାଧୁ ଖିଲ, ସମିତିସଭ୍ୟା ସୁବାଷିନୀ ସାନ୍ତା,ୱାର୍ଡମେମ୍ବର ଓ ସ୍ୱେଚ୍ଛାସେବୀ ଜୟରାମ ଟାକ୍ରି,
ଧନପତି ଖିଲ ପ୍ରମୁଖ ବ୍ଳକ କାର୍ଯ୍ୟଳୟରେ ପହଂଚି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀଙ୍କୁ ଦେଖା କରି କହିଥିଲେ ଯେ ଉକ୍ତ ଗ୍ରାମର ଲୋକେ ବାର୍ଦ୍ଧକ୍ୟ,ବିଧବା ଭତା ପାଇ ନ ଥିବା ଅଭିଯୋଗ କରିବା ସହ ସେହି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ । ତେବେ ମାସ ମାସ ଗଢିଯାଉଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତା ନ ମିଳିବା ପଛର ରହସ୍ୟ ଜାଣିବା ପାଇଁ ସେମାନେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେଖା କରିଥିବାର କଥା କହିଛନ୍ତି କେତେ ଜଣ ହିତାଧିକାରୀ ।
ତେବେ ଏସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀଙ୍କୁ ପଚାରିବାକୁ ସେଏ କହିଥିଲେ ଯେ ଲୋକେ ମାସ ମାସ ଧରି ତାଙ୍କ ଭତା ଟଙ୍କା ନେଉଥିବାରୁ ଏହି ପରି ସମସ୍ୟା ଦେଖାଯାଇଛି , କେତେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଓ ଆଧାର କାର୍ଡ ନଥିବା ରୁ ମଧ୍ୟ ତାଙ୍କ ନାଁ କଟି ଯାଇ ଥାଇ ପାରେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ମାସ ସୁଦ୍ଧା ଏହି ସମସ୍ତ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯିବ ବୋଲି କହିଛନ୍ତି ।
No Result
View All Result