ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶୁଣିବାକୁ ମିଳୁଛି ଯେ ଏକ ବାଇକ କୁ ଧକ୍କା ଦେଇଛି ବୋଲୋର । ଦୁର୍ଘଟଣାରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୨ଗୁରୁତର ଙ୍କୁ ମନ୍ତ୍ରୀଆମ୍ବ ସ୍ଥିତ ୧୫୧ ବିଏନ ବିଏସଏଫ ଯବାନଙ୍କ ସହାୟତାରେ ମାଲକାନଗିରି ଜିଲ୍ଲାର ମାଥିଲି ଡାକ୍ତରଖାନା କୁ ନିଆଯାଇଛି । ଗୁରୁତର ଦୁଇ ଜଣ ହେଉଛନ୍ତି ବୈପାରିଗୁଡା ଥାନା ଜବା ଅଂଚଳର ବୋଲି ଜଣାପଡିଛି।
ମାଲକାନିଗିରି ପଟରୁ ଏହି ଦୁଇ ଜଣ ସାଙ୍ଗ ଏକ ବାଇକ ରେ ଜବା ଆସୁଥିବା ବେଳେ ବିପରୀତ ଦିଗରୁ ବୋଲୋର ଗାଡି ମାଲକାନଗିରି ବାଟେ କୁ ଯାଉଥିଲେ । ଏହି ସମୟ ରେ ମନ୍ତ୍ରୀଆମ୍ବ ନିକଟ ବୁଲାଣି ନିକଟରେ ବିପରିତ ଦିଗରୁ ଆସୁଥିବା ବୋଲୋର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ତେବେ ଘଟଣା ଟି ବିଏସଏଫ କ୍ୟାମ୍ପ ପାଖରେ ହୋଇଥିବାରୁ ସାଙ୍ଗେ ସାଙ୍ଗେ ଯବାନ ମାନେ ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଡ଼ାକାଇ ଦୁଇ ଜଣଙ୍କୁ ଚିକିତ୍ସାଳୟ ପଠାଇଥିଲେ ! ତେବେ ଗୁରୁତର ଦୁଇ ଜଣଙ୍କ ନାଁ ଏପର୍ଯ୍ଯନ୍ତ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ତଥ୍ୟ ପ୍ରଦାନ କରିବା ନେଇ ସୂଚନା ମିଳିଛି !