No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ଜଟଣୀ :- ଖୋର୍ଦ୍ଧା ରୋଡ଼ ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି | ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ଜାତୀୟ ପତାକା ଉତ୍ତୋଳନ କରି ରେଳବାଇ ସୁରକ୍ଷା ବଳ (ଆର ପି ଏଫ) ସିଭିଲ ଡିଫେନ୍ସ,ସ୍କାଉଟ୍ସ,ଗାଇଡ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ରେଲୱେ ସ୍କୁଲ ପିଲାମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ ।
ଶ୍ରୀ ରିଙ୍କେଶ ରୟ, ମଣ୍ଡଳର ସମସ୍ତ ରେଳବାଇ କର୍ମଚାରୀଏବଂ ସେମାନଙ୍କ ପରିବାରରଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ସାହସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯାହାଙ୍କର ଅବଦାନ ବିନା ଦେଶର ସ୍ୱାଧୀନତା ସମ୍ଭବ ହୋଇ ନ’ଥାନ୍ତା । ସେ କହିଥିଲେ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ସମଗ୍ର ଦେଶ “ଆଜାଦୀ ର ଅମୃତ ମହୋତ୍ସବ” ପାଳନ କରୁଛି । ଆଜାଦୀ ର ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଆଜାଦୀ କି ରେଲ ଗାଡି ଏଵଂ ଷ୍ଟେସନ ଓ ହର ଘର ତିରଙ୍ଗା ଏବଂ “ବିଭାଜନ ବିଭୀଷିକା ସ୍ମରଣ ଦିବସ” ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛି ।
ଶ୍ରୀ ରିଙ୍କେଶ ରୟ, ଚଳିତ ବର୍ଷ ମଣ୍ଡଳର ସଫଳତାକୁ ମୂଲ୍ୟାଙ୍କନ କରିଥିଲେ | ସେ ତାଙ୍କ ଅଧିକାରୀ ଏବଂ କର୍ମଚାରୀ ସମୁହଙ୍କ ଆନ୍ତରିକ ଉଦ୍ୟମ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ, ଯେଉଁଥିପାଇଁ ମଣ୍ଡଳ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚିପାରିବ | ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ର ସମସ୍ତ ବିଭାଗ ଲକ୍ଷ୍ୟ ହାସଲ କରିବା ପାଇଁ ସେ ସମସ୍ତ କର୍ମଚାରୀଙ୍କୁ ସମାନ ଉତ୍ସର୍ଗୀକୃତ ଏବଂ ସହଯୋଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।
ଏହି ଅବସରରେ ମଣ୍ଡଳର ସମସ୍ତ ବିଭାଗକୁ ସେବା ପ୍ରଦାନ ରେ କଠିନ ପରିଶ୍ରମ ପାଇଁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମଣ୍ଡଳର ଅତିରିକ୍ତ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ, ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧାରୋଡର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା,ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଏବଂ ମହିଳା କଲ୍ୟାଣ ସଂଗଠନ ର ସଦସ୍ୟା ମାନେ ଉପସ୍ଥିତ ଥିଲେ |
No Result
View All Result