ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ଖୋର୍ଦ୍ଧା-ଜଟଣୀ :- ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଭାରତ ସରକାରଙ୍କ ଦ୍ୱାରା “ହର ଘର ତିରଙ୍ଗା” ଅଭିଯାନ ଆରମ୍ଭ କରା ଯାଇଛି । ଏହା ଏକ ଅଭିଯାନ, ଯେଉଁ ଥିରେ ତିରଙ୍ଗା ଘରକୁ ଆଣି ଏବଂ ଭାରତ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏକ କାର୍ଯ୍ୟକ୍ରମ । ଏହି ପଦକ୍ଷେପ ପଛରେ ଥିବା ଉଦେଶ୍ୟ ହେଉଛି ଲୋକଙ୍କ ହୃଦୟରେ ଦେଶପ୍ରେମର ଭାବନାକୁ ଆକୃଷ୍ଟ କରିବା ଏବଂ ଭାରତୀୟ ଜାତୀୟ ପତାକା ବିଷୟରେ ସଚେତନତା ସୃଷ୍ଟି କରିବା ।
ଆଜି ହର ଘର ତିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରି ଭାରତ ସ୍କାଉଟ୍ସ ଏବଂ ଗାଇଡର ପିଲାମାନେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ଏବଂ ରେଳ କଲୋନୀ ଅଞ୍ଚଳରେ ସ୍ଲୋଗାନ ଦେଇ ହାତରେ ଜାତୀୟ ପତାକା ଧରି ଏକ ଅଭିଯାନ ରାଲିର ଆୟୋଜନ କରିଛନ୍ତି ।
ଖୋର୍ଦ୍ଧାରୋଡ଼ ଡି ଆର ଏମ ଶ୍ରୀ ରିଙ୍କେଶ ରୟ, ଏହି ଅଭିଯାନ ରାଲିକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଦେଶପ୍ରେମ,ଏକତା ଏବଂ ଜାତୀୟତାର ବାର୍ତ୍ତା ବିସ୍ତାର କରିବାକୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସ୍କାଉଟ୍ସ ଗାଇଡ଼ ର ଜିଲ୍ଲା କମିଶନର ରବି ପ୍ରକାଶ ଯାଦବ ଏବଂ ବରିଷ୍ଠ ଡିଭିଜନାଲ ଇଞ୍ଜିନିୟର ରଂଜନ ମହାନ୍ତି, ବରିଷ୍ଠ ମଣ୍ଡଳ କର୍ମିକ ଅଧିକାରୀ, ଶ୍ରୀ ରଞ୍ଜିତ କୁମାର ଦାସ,ପ୍ରମୁଖ ରେଳବାଇ ଅଧିକାରୀମାନେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ ।