ସେହିପରି ICAR ର ପ୍ରଧାନ ଵୈଜ୍ଞାନିକ ଡକ୍ଟର ସବିତା ମିଶ୍ର କହିଛନ୍ତି ଯେ ଗ୍ରାମାଞ୍ଚଳରେ କୃଷି ପରିବାର କିପରି ସହଜରେ କୃଷି ଯନ୍ତ୍ରପାତି ଏହି କେନ୍ଦ୍ର ମାଧ୍ୟମରେ ପାଇପାରିବେ ସେଥିପାଇଁ ତୈଳ ପେଡା ମେସିନ,ପାଣିପମ୍ପ,ସ୍ପ୍ରେୟର ,ବିହନ ବିଶୋଧନ ଯନ୍ତ୍ର ଏବଂ ଉପକରଣ ଓ ଅନେକ ଆନୁସଙ୍ଗିକ ସାମଗ୍ରୀ ଦିଆଯାଇଛି ।
ଆଜି ଏହି କଷ୍ଟମ ହାୟରିଂ କେନ୍ଦ୍ରରେ ନୁତନ ଭାବେ ଏକ ତୈଳ ପେଡା ଯନ୍ତ୍ର ସ୍ଥାପନ କରାଯାଇଛି ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଡ଼ ଏବଂ ତା’ର ବିକ୍ରି ବଟା ପାଇଁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱ ଜୀବନ ସେବା ସଂଘ କୁ ଦିଆଯାଇଛି । ଏହି କଷ୍ଟମ ହାୟରିଂ ସେଣ୍ଟର ସାହାଯ୍ୟରେ ମହିଳା ମାନଙ୍କ ଉଦ୍ୟୋଗ ବିକାଶ ପାଇଁ ଭାଗିଦାରୀ ହିସାବରେ ICAR-CIWA , ବିଶ୍ୱ ଜୀବନ ସେବା ସଂଘ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ସର୍ତ୍ତ ଭିତ୍ତିକ, ସର୍ତ୍ତାବଳି ରେ ସ୍ବେଚ୍ଛାକୃତ ସ୍ଵାକ୍ଷର କରିଥିଲେ । ‘MOU
ଏହି କାର୍ଯ୍ୟକ୍ରମ ରେ ଗଡ଼ ସାନପୁଟ ପଞ୍ଚାୟତ ର ସରପଞ୍ଚ ଶର୍ମିଷ୍ଠା ଛୁଆଳସିଂ ସମିତି ସଭ୍ୟା ବିଜୟା ଲକ୍ଷ୍ମୀ ପରିଡ଼ା ପ୍ରମୁଖ ଶତାଧିକ ମହିଳା ମାନେ ଯୋଗଦେଇ ଥିବା ବେଳେ ଅଞ୍ଚଳର ଅଗ୍ରଣୀ ଚାଷୀ ରାଧା ଶ୍ୟାମ ବିଶ୍ୱାଳ, ସଂସ୍ଥାନର ଇଂଜିନିୟର ପ୍ରଗତି ରାଉତ, ଡ଼ଃ ଦେବେନ୍ଦ୍ର ନାଥ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂସ୍ଥାନ ର ପ୍ରଧାନ ବୈଜ୍ଞାନିକ ଡ଼ଃ ଅନନ୍ତ ସରକାର ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.