• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୋଲଭରମ ପ୍ରକଳ୍ପ ବିରୋଧ ଅଭିଯାନର ରାଜଭବନ ସମୁଖରେ ଧାରଣା ଓ ରାଜ୍ୟପାଳଙ୍କୁ ଦାବିପତ୍ର

Proprietor Abhimanyu Maharana by Proprietor Abhimanyu Maharana
July 28, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପୋଲଭରମ ପ୍ରକଳ୍ପ ବିରୋଧ ଅଭିଯାନର ରାଜଭବନ ସମୁଖରେ ଧାରଣା ଓ ରାଜ୍ୟପାଳଙ୍କୁ ଦାବିପତ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ଭୁବନେଶ୍ୱର :- ପୋଲାଭରମ ପ୍ରକଳ୍ପ ର ପଛୁଆ ପାଣି ରେ ଓଡିଶାର ମୋଟୁ ସହିତ ମାଲକାନଗିରି ଓ ଅବିଭକ୍ତ କୋରାପୁଟ ର ବ୍ୟାପକ ଅଂଚଳରେ ଜଳ ପ୍ରଳୟ ପରିପ୍ରେକ୍ଷୀରେ ପୋଲାଭରମ ପ୍ରକଳ୍ପ ବିରୋଧ ଅଭିଯାନ ତରଫରୁ ଆବାହକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଙ୍କ ପୌରାହିତ୍ୟରେ ଓ ଆମ ଜନତା ଅଧିକାର ର ରାଜ୍ୟ ଆବାହକ ମନୋଜ ଜେନା ଙ୍କ ସଂଚାଳନରେ ଆଜି ରାଜଭବନ ସମୁଖରେ ଧାରଣା ପ୍ରତିବାଦ ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହା ପୂର୍ବରୁ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇ ମିଳିତ ବିରୋଧୀ ଦଳ ଓ ଗଣସଂଗଠନ ଦ୍ୱାରା ଧାରଣା ପ୍ରତିବାଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା l କିଛି ଦିନର ବର୍ଷା ରେ ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପ ଯୋଗୁଁ ସାବେରୀ ଓ ସିଲେରୁ ନଦୀ ର ଵ୍ୟାକ ୱାଟର ଯୋଗୁ ମୋଟୁ ସମେତ ମାଲକାନଗିରି ଏପରି କି ଅବିଭକ୍ତ କୋରାପୁଟ ଜିଲ୍ଲାର ବ୍ୟାପକ ଅଂଚଳରେ ବନ୍ୟା ହୋଇ ଜଳପ୍ରଳୟ ସୃଷ୍ଟି ହୋଇଥିଲା l

ଦୀର୍ଘ ବର୍ଷ ହେଲା ବିରୋଧ ସତ୍ୱେ ଏହି ପ୍ରକଳ୍ପ ହେଲା l ଏପରି କି କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବରେ ମଧ୍ୟ ଘୋଷଣା କରି ବ୍ୟୟ ବରାଦ କଲେ l ବର୍ତମାନ ନିର୍ମାଣ କାର୍ଯ୍ୟ ପ୍ରାୟ ସରିବା ଅବସ୍ଥା ରେ l ବିଗତ କିଛି ଦିନ ହେଲା ବର୍ଷା ଆରମ୍ଭ ହେଉ ହେଉ ଆଜି ଏହି ଜଳ ପ୍ରଳୟ ହୋଇ ସେହି ଅଂଚଳ ବୁଡି ଯାଇଛି ଓ ସେଠିକାର ସାଧାରଣ ଆଦିବାସୀ ଆଜି ହାହାକାର ଅବସ୍ଥାରେ ଅଛନ୍ତି l ସେମାନେ ସାଧାରଣ ଆଦିବାସୀ ହୋଇ ଥିବାରୁ ସେମାନଙ୍କ ସ୍ୱର ଓ ସ୍ୱାର୍ଥ କୁ ନା କେନ୍ଦ୍ର ନା ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି l ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ଓ ଯେଉଁଥିପାଇଁ ବିରୋଧ ହେଉଥିଲା ଆଜି ସେହି ଅନୁମାନ ସତ୍ୟ ହେଲା ଓ କ୍ଷତିଗ୍ରସ୍ତର ପରିମାଣ ମଧ୍ୟ ତାଠାରୁ ଭୟାନକ ଓ ସଂଗୀନ ହେଲା l

ଯଦି ଚାରି ଦିନ ବର୍ଷା ରେ ଏହି ଅବସ୍ଥା ତେବେ ବର୍ଷlଦିନେ ଯଦି ସାତ ଆଠ ଦିନ ବର୍ଷା ଲାଗିରହେ ତେବେ ଅବସ୍ଥା କଣ ହେବ? ବୋଧେ ସାରା ମାଲକାନଗିରି ଜିଲ୍ଲା ମଧ୍ୟ ବୁଡ଼ିଯାଇପାରେ l ଆନ୍ଧ୍ରପ୍ରଦେଶ ଏଥିରେ ଲାଭବାନ ହେବେ କିନ୍ତୁ ଓଡିଶା ର ନିରୀହ ଆଦିବାସୀ ଦୁର୍ଦଶା ଭୋଗିବେ l ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକlତର ସମସ୍ୟା ନେଇ ପୂର୍ବରୁ ବିରୋଧ କରିଆସୁଥିବା ସଂଗଠନ ମାନେ ପୁଣି ତାଙ୍କର ଉତ୍ତରଦାୟିତ୍ୱ ବହନ କରି ପୋଲାଭରମ ପ୍ରକଳ୍ପ ବିରୋଧୀ ଅଭିଯାନ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ସଭା “ଓଡିଶା ବଞ୍ଚାଅ ଅଭିଯାନ”, ଲୋକନାୟକ ଜୟପ୍ରକାଶ “ଅନ୍ତରାଷ୍ଟ୍ରୀୟ ଅଧ୍ୟୟନ ବିକାଶ କେନ୍ଦ୍ର ନୂଆଦିଲ୍ଲୀ”,ଓଡିଶା ନାଗରିକ ସମାଜ ଓ ଆମ ଜନତା ଅଧିକାରର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା lଏଥିରେ ସିପିଏମର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ ର କେନ୍ଦ୍ରୀୟ ସଦସ୍ୟ ଅଭୟ ସାହୁ, ବରିଷ୍ଠ ସାମ୍ବାଦିକ ରବି ଦାସ,ନାଗରିକ ସମାଜ ସଭାପତି ଲଳିତ ମୋହନ ପଟନାୟକ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ,କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡଵ ,ସମାଜବାଦୀ ପାର୍ଟି ର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ସମୃଦ୍ଧ ଓଡିଶା ସଭାପତି ଯତୀଶ ମହାନ୍ତି, ସିପିଏମ ର ବରିଷ୍ଠ ନେତା ଜନାର୍ଦ୍ଦନ ପତି,ସୁରେଶ ପାଣିଗ୍ରାହୀ,

ତାପସି ପ୍ରହରାଜ,ଏନ ସି ପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆର ପି ଆଇ ସଭାପତି ଅବଦୁଲ ୱାଲୀ, ସିପିଆଇଏମଲ ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ମାଲକାନଗିରି ର ପୂର୍ବତନ ବିଧାୟକ ନିମାଇଁ ସରକାର , ଆମ ଜନତା ଅଧିକାର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, ସମତକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ଆମ ଆଦମୀ ପାର୍ଟି ର ଭୁବନେଶ୍ୱର ସଭାପତି ଜୟସୂର୍ଯ୍ୟ କାନୁନଗୋ, କ୍ଷୀରୋଦ ସିଂଦେଓ, ବଦ୍ରି ନାରାୟଣ ଦାସ, ବିଜୟ ବେହେରା,ନିରୁପମା ରଥ, ଅପର୍ଣ୍ଣା ନାୟକ ଅବଦୁଲ କlଲlମ ଆଜାଦ,ଜଗନାଥ ମିଶ୍ର,ମମତା ସାମନ୍ତରାୟ, ସାଲ ମାରାଣ୍ଡି,,ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ, ଜଳ ବିଶେଷଜ୍ଞ,ବୁଦ୍ଧିଜୀବୀ ଯୋଗଦେଇ ବିଭିନ୍ନ ପର୍ଯ୍ୟାୟରେ ପ୍ରକଳ୍ପ ର ସବିଶେଷ ତଥ୍ୟ ର ପୂର୍ବାପର ସମ୍ବନ୍ଧୀୟ ବକ୍ତବ୍ୟ ରଖୁଥିଲେ l ପୋଲାବରମ ପ୍ରକଳ୍ପ ଡ୍ୟାମ ଡିଜାଇନ ଓ ବନ୍ୟlଜଳ ନିଷ୍କାସନ ପାଇଁ ସ୍ପିଲୱେ କୁ 36 ଲକ୍ଷ କୁଷେକ ରୁ 50 ଲକ୍ଷ କୁଷେକ କୁ ବୃଦ୍ଧି କରିବା ଫଳରେ ଓଡିଶା ରେ ବ୍ୟାପକ ଅଂଚଳ ଜଳମଗ୍ନ ହେଉଛି ଓ ଏହା ଆଗକୁ ଆହୁରି ଅଧିକ ହେବ ଏହି ପ୍ରକଳ୍ପ ର ପରିବର୍ତ୍ତିତ ଡିଜାଇନ ଗୋଦାବରୀ ଟ୍ରିବୁନାଲ ଆୱାର୍ଡ ର ବିରୋଧୀ ଓ ଏହା ଓଡିଶା ମଧ୍ୟ ମାନିବାକୁ ବାଧ୍ୟ ନୁହେଁ ବୋଲି ରାଜ୍ୟ ସରକାର ଆଇନ ଗତ ଦିଗରେ ସଠିକ ଢଙ୍ଗରେ ଲଢ଼ୁନାହାନ୍ତି l

ଗୋଦାବରୀ ନଦୀ ର ବିପଦ ସଂକେତ ଜଳସ୍ତର 53 ଫୁଟ ଥିବା ବେଳେ ଏଥିରେ ବର୍ତମାନ ଜଳସ୍ତର 68 ଫୁଟ ରୁ ଅଧିକ ପରିମାଣରେ ପ୍ରବାହିତ ହେଉଛି l ପୂର୍ବରୁ ବହୁ ଇଞ୍ଜିନିଅର ଓ ପରିବେଷବିତ ପ୍ରକଳ୍ପ ଡିଜାଇନ ରେ ଏହି ପ୍ରକଳ୍ପ ରେ ତ୍ରୁଟି ରହିଛି ବୋଲି କହିଛନ୍ତି l ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟାୟ ପରିପ୍ରେକ୍ଷୀରେ ଏହି ଡିଜାଇନ ରେ କିଛି ବିଚାରକୁ ନିଆଯାଇ ନାହିଁ l ବନ୍ଧ ଭାଙ୍ଗିଗଲେ ପ୍ରାୟ 50 ଲକ୍ଷ ଲୋକ ଭାସିଯିବେ l ଲକ୍ଷ ଲକ୍ଷ କୋଟି ର ସମ୍ପତି ଭାସିଯାଇ ସମୁଦ୍ର ରେ ମିଶିଯିବି l ଏହି ପ୍ରକଳ୍ପ ଦ୍ୱାରା ପ୍ରାଥମିକ ଆକଳନ କହୁଛି ବର୍ତମାନ ବନ୍ୟା ପ୍ରପୀଡ଼ିତ ହୋଇଥିବା ମୋଟୁ ଗାଁ, ବାରିବାଛ, ବିନାୟକ ପୁର, ଅଳିମା, ମୂଳରୀଗୁଡା, ମାଡିଗୁଡାରୁ, କାଡଗୁଡା, ପେଟା, ଗୋସାରପଲ୍ଲୀ ସମେତ ଅନେକ ଗାଁ ଓଡିଶା ମାନଚିତ୍ରରୁ ହଜିଯିବ l ଓଡିଶା ର 6950 ହେକ୍ଟର ଜମି, 15 ଟି ଗାଁ ବୁଡ଼ିଯିବ ଓ 10,000 ଲୋକ ବିସ୍ଥାପିତ ହେବେ l

କେବଳ ଆନ୍ଧ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ଛଡା ଓଡିଶା ସରକାରଙ୍କ ନିଜସ୍ୱ ତଥ୍ୟ କିଛି ନାହିଁ l ଦୁର୍ବଳ ଆଇନ ପରିଚାଳନା ତଥା ବରିଷ୍ଠ ଓକିଲ ଙ୍କ ଦ୍ୱାରା ନଲଢିବା ଯୋଗୁ ସବୁ କେଶ ହାରୁଛନ୍ତି l ଗୋଦାବରୀ ଜଳ ଟ୍ରିବୁନାଲ ର ରାୟ ବିରୁଦ୍ଧରେ ଏହି ବନ୍ଧ ନିର୍ମାଣ କରାଯାଇଥିବାରୁ ଓଡିଶା ସରକାର ଏହାର ନିୟମ ମାନିବାକୁ ବାଧ୍ୟ ନୁହନ୍ତି ବୋଲି ଯୁକ୍ତି ଉପସ୍ଥାପନା କରିବା କଥା l ସୁପ୍ରିମ କୋର୍ଟ ଦ୍ୱାରା 2006 ରେ ଗଠିତ କମିଟି ରିପୋର୍ଟ, ବଚବତ କମିଟି ଆୱାର୍ଡ ର ପୂର୍ବ ସମୀକ୍ଷା ନିର୍ଦେଶ କୁ ନମାନି cwc କାହିଁକି ଡ୍ୟାମ ଅନୁମୋଦନ ଓ ସୁପାରିଶ କଲେ l 2005 ରେ ଆନ୍ଧ୍ର ହାଇକୋର୍ଟ ଓ 2006ରେ ଓଡିଶା ହାଇକୋର୍ଟ ରେ କେଶ ବେଳେ ଓଡିଶା ସରକାର କାହିଁକି ଚୁପ ରହଲେ lସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟସରକାର ଜଳସମ୍ପଦ ବିଭାଗର ପରାମର୍ଶଦାତା କେତେଜଣ ଆନ୍ଧ୍ର ପ୍ରଦେଶ ର ନିଯୁକ୍ତି ପାଇଛନ୍ତି ଓ ଜଳସେଚନ ପାନେଲ କାଉନସେଲରୁ କେତେଜଣ ଆନ୍ଧ୍ରପ୍ରଦେଶର ବୋଲି ଆଜି ପ୍ରଶ୍ନ କରାଯାଇଛି l

2009 ରେ ଏହି ପ୍ରକଳ୍ପ ସମ୍ବନ୍ଧରେ ଡକାଯାଇଥିବା ବୈଠକ କୁ ରାଜ୍ୟ ରାଜ୍ୟ ସରକାରଙ୍କ କେହି ପ୍ରତିନିଧି ଗଲେ ନାହିଁ କି ବିରୋଧ ମଧ୍ୟ କଲେ ନାହଁ l 2009 ରେ ପ୍ରକଳ୍ପ ଅନୁମୋଦନ ପରେ ଜଙ୍ଗଲ ଓ ପରିବେଶ ଅନୁମୋଦନ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରାୟ ଏକ ବର୍ଷ ସାତ ମାସ ଚୁପ ରହିଲେ କାହିଁକି?ନିଜର ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ପ୍ରଦାନ କରିଥିଲେ l କେନ୍ଦ୍ର ରେ ଏନ ଡି ଏ ସରକାର 2014 ରେ ଆସୁ ଆସୁ ରାଜନୈତିକ ସ୍ୱାର୍ଥ ଦେଖି ଓଡିଶା ର ସ୍ୱାର୍ଥ କଥା ବିଚାର ନକରି ଜାତୀୟ ପ୍ରକାଳ୍ପ ଘୋଷଣା କରି ଟଙ୍କା କାହିଁକି ଦେଲେ l ପ୍ରକଳ୍ପ ପାଇଁ ଓଡିଶା ରେ ଜନଶୁଣାଣୀ ସଠିକ ଢଙ୍ଗରେ କାହିଁକି ହେଲାନି ? ପ୍ରକଳ୍ପ ପାଇଁ ନିଯୁକ୍ତ ଠିକାଦାର ମାନଙ୍କ ଦ୍ୱାରା ଓଡିଶା ସରକାରଙ୍କ ବଡ଼ପଣ୍ଡା ମାନଙ୍କ ମୁହଁ ବନ୍ଦ କରିଦିଆଯାଇଛି l ଏହି ସବୁ ଅଭିଯୋଗ ଓ ବନ୍ଧର ଉଚ୍ଚତା କମାଇ ନିର୍ମାଣ କରି ବୁଡି ଅଂଚଳକୁ ଲକ୍ଷ କରି କରିବାକୁ ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ରାଜ୍ୟପାଳ ଙ୍କ ଅନୁପସ୍ଥିତ ରେ ତାଙ୍କ ସଚିବଙ୍କୁ ପ୍ରଦାନ କରାଯାଇଥିଲା l

ତେଣୁ ବୈଠକ ର ସର୍ବସମ୍ମତ ପ୍ରସ୍ତାବ ରେ ଆସନ୍ତା ଦିନରେ ମୋଟୁ ର ବନ୍ୟା ପ୍ଲାବିତ ଅଂଚଳକୁ ଯାଇ ଏକ ପ୍ରତିନିଧି ଦଳ ସେଠାକୁ ଯିବା ପାଇଁ ନିଷ୍ପତ୍ତି ନିଆଗଲା l ପୋଲାବରମ ପ୍ରକଳ୍ପ ଯୋଗୁଁ ସୃଷ୍ଟି ହେଉଥିବା ଅସୁବିଧା ଓ ପ୍ରକଳ୍ପ ଉପରେ ସବିଶେଷ ବିବରଣୀ ଯୁକ୍ତ ଏକ ପୁସ୍ତକ ସଭାସ୍ଥଳ ରେ ଉନ୍ମୋଚନ ହୋଇଥିଲା l ପ୍ରକାଶନ ହୋଇଥିବା ପୁସ୍ତକ ଦ୍ୱାରା ସମସ୍ତେ ସବିଶେଷ ତଥ୍ୟ ପାଇବେ ଏହା ବାବଦରେ ଅଭିଯାନ ମଧ୍ୟ ସଫଳ ହେବ ବୋଲି ପ୍ରାୟ ସମସ୍ତେ ଅନୁଭବ କରିଥିଲେ l ଆଗାମୀ ଦିନରେ ନ୍ୟାୟ ପାଇଁ ଏହି ଆନ୍ଦୋଳନ ମୋଟୁ ଠୁ ଆରମ୍ଭ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ବୋଲି ସମସ୍ତେ ଘୋଷଣା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ l

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version