ତେବେ ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିବା ଜଣାପଡିଛି । ପ୍ରଥମେ ଗ୍ରାମବାସୀ ଅନ୍ୟ ଏକ ଆମ୍ବୁଲାନ୍ସକୁ ଯୋଗା ଯୋଗ କରି ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଚେଷ୍ଟା କରିଥିଲେ। ଫୋନ ସତ୍ତ୍ୱେ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା । ଏଥିଯୋଗୁଁ ଲୋକେ ଏକ ଅଟୋରେ ଆହତ ମହିଳାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିଲେ । ଘଟଣାସ୍ଥଳରେ ଜନସାଧାରଣଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା । ନର୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଇବା ପରେ ଲୋକେ ଶାନ୍ତ ହୋଇଥିଲେ ।
© 2023 Odisha Taza News.