ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ବହୁଚର୍ଚ୍ଚିତ କାଳିକାବାଡି ଗୁଳିକାଣ୍ଡ ଘଟଣାରେ ଜିଲ୍ଲା ପୋଲିସକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ବ୍ରହ୍ମଗିରି ଥାନା କେସ୍ ନଂ ୫୧୦/୨୦୨୬ରେ ସମ୍ପୃକ୍ତ ଦ୍ୱିତୀୟ ତଥା ଶେଷ ମୁଖ୍ୟ ଅଭିଯୁକ୍ତ ହରମୋହନ ପାହାଳ ଓରଫ ହରିଆକୁ ଶୁକ୍ରବାର ଦିନ ବ୍ରହ୍ମଗିରି ପୋଲିସ ଗିରଫ କରିଛି । ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଏକାଧିକ ସ୍ୱତନ୍ତ୍ର ଟିମ୍ ଜିଲ୍ଲା ଓ ଜିଲ୍ଲା ବାହାରେ ଖୋଜାଖୋଜି ଚଳାଇ ଥିଲେ ।
















