ଜିଲ୍ଲାରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀଙ୍କ ର ପଦବୀ ପୂରଣ ଓ ପ୍ରତ୍ୟେକ ବର୍ଷ କେତେଜଣ ଡାକ୍ତର ନିଯୁକ୍ତି ପାଉଛନ୍ତି ଏ ନେଇ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁଶାନ୍ତ ଗଡତିଆ ଜିଲ୍ଲା ଚିକିତ୍ସାଧିକାରୀ ଙ୍କୁ ପଚାରିଥିଲେ । ଚିକିତ୍ସାଳୟ ରେ କାର୍ଯ୍ୟରତ କର୍ମଚାରୀ କେତେକ ରୋଗୀ ତଥା ରୋଗୀ ଙ୍କ ସମ୍ପର୍କିୟ ମାନେ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ସମ୍ପର୍କରେ ସଭ୍ୟ ସଭ୍ୟା ମାନେ ଘୋର ଉଦବେଗ ପ୍ରକାଶ କରିବା ସାଙ୍ଗକୁ ସିଡିଏମଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଙ୍ଗନବାଡ଼ି ସେଣ୍ଟର କୁ ଯୋଗାଇ ଦିଆଯାଉଥିବା ଆକ୍ୱାଗାର୍ଡ, ସେଣ୍ଟର ମାନଙ୍କରେ ବ୍ୟବହାର ନ କରି କେତେକ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ନିଜ ନିଜ ବାସଗୃହ ରେ ବ୍ୟବହାର କରାଯାଉଥିବା ଏବଂ ଜିଲ୍ଲା ରେ କେତେ ଗୋଟି ଅଙ୍ଗନବାଡ଼ି ସେଣ୍ଟର ରେ ଆକ୍ୱାଗାର୍ଡ ବ୍ୟବହୃତ ହେଉଛି ଏ ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ଭୋଇ ଏବଂ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ ଉପସ୍ଥିତ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଅଙ୍ଗନବାଡ଼ି ସେଣ୍ଟର କୁ ଯୋଗାଇ ଦିଆଯାଉଥିବା ଛତୁଆ ନିମ୍ନମାନର ହୋଇଥିବାରୁ ଏଥିରେ ସଭ୍ୟ ସଭ୍ୟା ମାନେ ଘୋର ଉଦବେଗ ପ୍ରକାଶ କରିଥିଲେ । ଅଙ୍ଗନବାଡ଼ି ସେଣ୍ଟର କୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜରିଆରେ ଗାଁ କଲ୍ୟାଣ ସମିତି କୁ ପ୍ରତିବର୍ଷ ଯୋଗାଇ ଦିଆଯାଉଥିବା ୧୦ ହଜାର ଟଙ୍କା ଅପବ୍ୟବହାର କରାଯାଉଥିବା ସମ୍ପର୍କରେ ଗୃହରେ ଆଲୋଚନା ହୋଇଥିଲା । ଏହାର ବିହିତ ତଦନ୍ତ ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଡତିଆ ଅଧିକାରୀ ଙ୍କ ନିକଟରେ ଦୃଢ ଦାବି କରିଥିଲେ । ବରଗଡ ଜିଲ୍ଲା ରେ ମ୍ୟାଲେରିଆ ନିୟନ୍ତ୍ରଣାଧୀନ ରେ ରହିଛି ବୋଲି ସିଡିଏମଓ କହିଥିଲେ । ଶେଷରେ ଡାକ୍ତର ସାଧୁ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.