No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ନୂଆଗାଁ :- ଓଡ଼ିଶା ପାଠାଗାର,ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ,ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗ୍ରାମ ରେ ଥିବା ଦାସିଆ ଅଜା ଙ୍କ ସଂଗ୍ରହାଳୟ ଠାରେ ପାଳିତ ହୋଇଯାଇଛି । ଅପରାହ୍ନ ରେ ଉଦୟପୁର ରେ ଥିବା ଦାସିଆ ଅଜା ଙ୍କ ସାଧନା ପୀଠ ରେ ନିରାଡମ୍ବର ଭାବରେ ଦାସିଆ ଅଜା ଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ପାଠାଗାର, ସଂଗ୍ରହାଳୟ ପରିସରରେ ଥିବା ଦାସିଆ ଅଜା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହିତ ନାମ,ଭଜନ ,
ସଙ୍କୀର୍ତ୍ତନ,ପ୍ରାର୍ଥନା ସଭା ,ଭାଗବତ ଏବଂ ଗୀତା ପାଠ କାର୍ଯ୍ୟକ୍ରମ କରାଯାଇ ଦାସିଆ ଅଜା ଏବଂ ସହ ଧର୍ମିଣୀ ପୌର୍ଣ୍ଣମାସୀ ଦେବୀ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହି କର୍ଯ୍ୟକ୍ରମ୍ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ,
ଢେଙ୍କେଣା ପଞ୍ଚାୟତ ସରପଞ୍ଚ ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗ ଦେଇ ଦାସିଆ ଅଜା ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଦାସିଆ ଅଜା ଙ୍କ ପାଠାଗାର , ସଂଗ୍ରହାଳୟ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ସହିତ ରାଜଧାନୀ ଭୁବନେଶ୍ୱର ରେ ଦାସିଆ ଅଜାଙ୍କ ଏକ ପୂର୍ଣ୍ଣାୟ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ।

No Result
View All Result