odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ପାରଳାଖେମୁଣ୍ଡି (ଗଜପତି) ରିପୋର୍ଟ/ ଗରୁଡ଼ ଧ୍ୱଜ ଚୌଧୁରୀ (ଓଡିଶା ତାଜା ନ୍ୟୁଜ୍ ) ୨୧ ମଇ,ଗୁରୁବାର : – ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲୋଡା ଗ୍ରାମରେ ଥିବା ସଂଘରୋଧ କେନ୍ଦ୍ରରେ କ୍ୟାନସର ପୀଡିତା ଓ ଆନ୍ଧ୍ର ଫେରନ୍ତା କାଟି କ୍ରୀଷ୍ଣା ପ୍ରବାସୀଙ୍କ ଆଜି ଭୋରରେ ମୃତ୍ୟୁ ହୋଇଥିଲା । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତର ଅଲୋଡା ଗ୍ରାମରେ ଥିବା କ୍ୱାରଣ୍ଟାଇନ କେନ୍ଦ୍ରରେ ରହୁଥିବା କାଟି କ୍ରୀଷ୍ଣା ବୟସ ୫୪ ଙ୍କ ଆଜି ସକାଳେ ମୃତ୍ୟୁ ଘଟିଥିବା ଜଣା ପଡିଛି । ମୃତ କ୍ରୀଷ୍ଣା ଙ୍କ ଘର ଶିଆଳି ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମ । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇ ଥିବା ପ୍ରେସ୍ ନୋଟ୍ ର ସୂଚନା ମୁତାବକ ମୃତ କାଟି କ୍ରୀଷ୍ଣା ଜଣେ କ୍ୟାନ୍ସର ପୀଡ଼ିତ ପୂର୍ବରୁ ସେ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ପରେ କ୍ରୀଷ୍ଣା ତାଙ୍କ ପତ୍ନୀ ପୁଅ ରହୁଥିବା ୱେଷ୍ଟ ଗୋଦାବରୀ ଜିଲ୍ଲାର ଟାଙ୍କୁ ମଣ୍ଡଳ ଅନ୍ତର୍ଗତ ରାଲିଙ୍ଗୀ ଗ୍ରାମକୁ ସେଠାରେ ୪ ମାସ ହେଲା ରହି ରେକ୍ଟାଲ କେନ୍ସର କେନ୍ଦ୍ରରେ ଚିକିତ୍ସା ଧୀନ ଥିଲେ ।

ସେଠାରେ ଗ୍ରାମବାସୀମାନେ ଏମାନଙ୍କ ରହିବାକୁ ନେଇ ବିରୋଧ କରିବାରୁ ଏକ ଆମ୍ବୁଲାନ୍ସ ଯୋଗେ ପରିବାରର ସମସ୍ତେ ଏଠାକୁ ଚାଲିଆସିଥିଲେ । ହାଡଭାଙ୍ଗି ଗ୍ରାମ ସ୍ଥିତ ନକାପୋଏଣ୍ଟ ରୁ ପ୍ରଥମେ ତାଙ୍କ ନିଜ ହରିପୁରକୁ ନିଆ ଯାଇ ସେଠାରେ ଅସ୍ଥାୟୀ କେନ୍ଦ୍ରରେ ରଖିବା ପାଇଁ ଉଦ୍ୟମ କରାଯାଇଥିଲା ସେଠାରେ ଗ୍ରାମବାସୀମାନେ ବିରୋଧ କରିବାରୁ ପରିବାରର ସମସ୍ତଙ୍କୁ ଅଲୋଡା ଗ୍ରାମର କ୍ୱାରଣ୍ଟାଇନ କେନ୍ଦ୍ରରେ ରଖାଯାଇ ତାଙ୍କୁ ଚିକିତ୍ସା ମଧ୍ୟ କରାଯାଉ ଥିଲା ବୋଲି ଜିଲ୍ଲା ପାଳ ଅନୁପମ ଶାହା କହିଛନ୍ତି ।
ଶବକୁ ଧରି ମୃତକଙ୍କ ଗ୍ରାମରେ ଥିବା ଶ୍ମଶାନ ରେ ଦାହ କରିବା ପାଇଁ ନେବାବେଳେ ଗ୍ରାମବାସୀ ପରିବାରର ଲୋଙ୍କଙ୍କୁ ଗ୍ରାମରେ ପୂରାଇ ଦେଲେନାହିଁ । ପରିଶେଷରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଧେଶ କ୍ରମେ ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀଙ୍କ ସହାୟତାରେ ମୃତକଙ୍କ ୨ ପୁଅ ନିଜ ଗ୍ରାମ ଠାରୁ ୪ କି ମି ଦୂରରେ ଶବକୁ ସତ୍କାର କରିଥିଲେ ।
ଶବ ସକ୍ତାର ପାଇଁ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦,୦୦୦(ଦଶ ହଜାର) ଟଙ୍କା ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୃତକଙ୍କ ବଡ ପୁଅ କୁ ପ୍ରଦାନ କରିଥିଲେ ।















