odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ଏସଆରସି ,୧୯ ମଇ,ମଙ୍ଗଳବାର :- ଭୁବନେଶ୍ୱରରେ ପାଖେଇ ଆସୁଛି ବାତ୍ୟା ଅମ୍ଫାନ, ସମୟ ଯେତେ ବଢିବଢି ଚାଲିଛି ଲୋକଙ୍କ ମନରେ ବାତ୍ୟାର ଭୟ ସେତେ ବଢିବଢି ଚାଲିଛି । ତେବେ ବାତ୍ୟା ଅମ୍ଫାନ ବର୍ତ୍ତମାନ ପାରାଦ୍ବୀପ ଠାରୁ ୩୨୦ କିଲୋମିଟରରେ ରହିଛି। ଦୀଘ ଠାରୁ ୪୭ର ଦୂରରେ ରହିଛି ବାତ୍ୟା । ଘଣ୍ଟାକୁ ୧୭ କିଲୋମିଟର ବେଗରେ ଗତି କରୁଛି ଅମ୍ଫାନ୍ ।
ତେବେ ଆଜି ମଧ୍ୟରାତ୍ରିରୁ ବର୍ଷା ଓ ପବନର ବେଗ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଓଡ଼ିଶାର ଉତ୍ତର ଉପକୂଳ ଅଞ୍ଚଳରେ ପବନ ଅଧିକ ରହିବ । ତେବେ ଓଡିଶାର ୪ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ ସେହି ଜିଲ୍ଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରପଡା । ଏହି ଜିଲ୍ଲା ଗୁଡିକରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ ହୋଇପାରେ ।
ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ ପବନର ବେଗ ୧୨୫ କିଲୋମିଟର ରହିବ । ତେବେ ଗତକାଲି ସକାଳୁ ପବନର ବେଗ ଆହୁରି ବଢିପାରେ । ଅନ୍ଯ ଦକ୍ଷିଣ ଉପକୂଳ ବର୍ତି ଜିଲ୍ଲା ପୁରୀ, ଗଜପତି, ଗଞ୍ଜାମ ରେ ସଂଧ୍ୟାରୁ ପବନ ଆରମ୍ଭ ହୋଇସାରିଥିବା ବେଳେ ଏହି ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କିଲୋମିଟର ରୁ ୮୫ କିମି ହୋଇପାରେ । ଏହାଛଡା ଖୋର୍ଦ୍ଧା, କଟକ ଯାଜପୁରରେ ପବନର ବେଗ ୬୦ କିଲୋମିଟର ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି ।