odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ଜିଲ୍ଲା ମାହାଙ୍ଗା ଓ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ୧୯ ମଇ,ମଙ୍ଗଳବାର :- କଟକ ଜିଲ୍ଲା ମାହାଙ୍ଗା ଓ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ସୀମାନ୍ତ ଗ୍ରାମରେ ରେ ଏବେ ମଦ ବଦଳରେ ବିକ୍ରି ଚାଲିଛି ବିଷାକ୍ତ ସ୍ପିରିଟ ଓ ସ୍ପିରିଟ ଯୁକ୍ତ ନିଶା ଔଷଧ, ଯାହାକୁ ଖାଇ ଜଣେ ମାହାଙ୍ଗା ବ୍ଲକ ଓ ଜଣେ ଡେରାବିଶ ବ୍ଲକ ର ବ୍ୟକ୍ତି ପ୍ରାଣ ହରାଇଛନ୍ତି, ଏବେ କରୋନା କଟକଣା ଯୋଗୁ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରାଯାଇଥିବାରୁ ଚୋରା ମଦ ବ୍ୟବସାୟୀଙ୍କ ଆଖି ବିଷାକ୍ତ ସ୍ପିରିଟ ଯୁକ୍ତ ଔଷଧ ଓ କାଶ ସିରଫ ଉପରେ, ଏହି ଚୋରା ମଦ ବ୍ୟବସାୟୀ ମାନେ ବେଧଡକ ଭାବେ ଗାଁ ଛକ ବାଜାର ରେ ଖୋଲାଖୋଲି ଭାବେ ଏହି ବିଷାକ୍ତ ନିଶା ଔଷଧ ବିକୁ ଥିବାବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଉନାଇଁ, ଯାହା ଫଳରେ ଆଜି ଏହି ବିଷାକ୍ତ ନିଶା ସ୍ପିରିଟ ଯୁକ୍ତ ଔଷଧ ଖାଇ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି,
ମାହାଙ୍ଗା ହଳଦିଆ ପଂଚାୟତ ର ଓଲକଣା ଗ୍ରାମର ଜୈନିକ ଦଳିତ ବର୍ଗର ବ୍ୟକ୍ତି ଓ ଡେରାବିଶ ବ୍ଲକ ନୀଳକଣ୍ଠ ପୁର ଗ୍ରାମର ମଙ୍ଗୁଳି ମଲିକ ଏହି ଗ୍ରାମର ଗଉଡ଼ୁଣୀ ପୋଖରୀ ନିକଟ ଦଳିତ ସାହି ଚୋରା ନିଶା ବ୍ୟବସାୟୀ ଙ୍କ ଠାରୁ ବିଷାକ୍ତ ନିଶା ଔଷଧ କିଣିକି ଆଣି ଖାଇଥିଲେ, ଦୁହେଁ ଏହାକୁ ଖାଇବାପରେ ସେମାନେ ଚେତାଶୂନ୍ୟ ହୋଇପଡ଼ିବାରୁ ପରିବାର ଲୋକ ଓଲକଣା ର ଦଳିତ ବୃଦ୍ଧ କୁ ମାହାଙ୍ଗା ନଡ଼ିଆସାହସପୁର ମେଡିକାଲ କୁ ନେଇଥିଲେ ହେଲେ ସେଠାରେ ସେ ମୃତ ବୋଲି ଜଣାପଡିଥିଲା, ସେଇପରି ମଙ୍ଗୁଳିକୁ ତାଙ୍କ ଘରଲୋକ ଛତା ମେଡିକାଲ ନେଇଥିବାବେଳେ ତର ମେଡିକାଲ ରେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି,
ଏଥିନେଇ ମଙ୍ଗୁଳି ର ପରିବାର ଲୋକ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି, କିନ୍ତୁ ଓଲକଣା ବୃଦ୍ଧ ର ମୃତ୍ୟୁ ନଡିଆସାହସ ପୁର ମେଡିକାଲ ରେ ହୋଇଥିବା ଶୁଣିବାକୁ ମିଳିଥିବାବେଳେ କିନ୍ତୁ ଡାକ୍ତର ଏହାକୁ ଅସ୍ବୀକାର କରିବା ପଛର ରହସ୍ୟ ଜଣା ପଡୁନାଇଁ, ଅପରପକ୍ଷରେ ଏହି ଦଳିତ ବୃଦ୍ଧଙ୍କ ଶବକୁ ଆଣି ତରବରିଆ ଭାବେ ପରିବାର ଲୋକ ପୋତିଦେଇଥିବା ସାଧାରଣରେ ଶୁଣିବାକୁ ମିଳୁଛି, ଏଭଳି ଘଟଣାକୁ ଚାପି ଦେବାପାଇଁ ସମ୍ପୃକ୍ତ ନିଶା ବ୍ୟବସାୟୀ ବିଭିନ୍ନ ମହଲରେ ଟଙ୍କା ଦେଇ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ଚଳାଇଛନ୍ତି, ଏଭଳି ଏକ ସମ୍ବେଦନ ଶିଳ ମୃତ୍ୟୁ ଘଟଣାକୁ ନେଇସାଧାରଣ ରେ ସନ୍ଦେହ ପ୍ରକାଶ ପାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୋଲିସ ଉଚ୍ଚକର୍ତ୍ତୃପକ୍ଷ ଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଚନ୍ତି,