No Result
View All Result
ଗୃହ ପରିଚାଳନା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କଲେ ବାଚସ୍ପତି
ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ଭୁବନେଶ୍ୱର :- ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।
ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦିତ କରିବା ପାଇଁ ସବୁ ଦଳର ନେତୃମଣ୍ଡଳୀଙ୍କଠାରୁ ସହଯୋଗ କାମନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦେଖାଦେଲାଣି । ସର୍ବଦଳୀୟ ବୈଠକରେ ଏ ବିଷୟରେ ମଧ୍ୟ ଆଲୋଚନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

No Result
View All Result