• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

Proprietor Abhimanyu Maharana by Proprietor Abhimanyu Maharana
June 28, 2026
in ଓଡ଼ିଶା, କଟକ, ପୁରୀ, ହୋମ୍
0
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ
Share on FacebookShare on TwitterWhatsapp

– ଦେଶର ପ୍ରଥମ ସର୍ବଭାରତୀୟ ଆନିମେଟେଡ ଚଳଚ୍ଚିତ୍ରର ଟ୍ରେଲର ୧୦ ହଜାର ଭକ୍ତଙ୍କର ଏକ ବିଶାଳ ସମାବେଶ ସମ୍ମୁଖରେ ପୂଜ୍ୟ ଶ୍ରୀ ଇନ୍ଦ୍ରେଶ ଜୀ ମହାରାଜଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା

କଟକ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଗଭୀର ଭକ୍ତି ଏବଂ ଆଧୁନିକ ଯୁଗର ଚଳଚ୍ଚିତ୍ର କଳାର ଚମକ୍ରାର ସଙ୍ଗମରେ ବହୁ ଆକାଂକ୍ଷିତ ଆନିମେଟେଡ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କର ଆନୁଷ୍ଠାନିକ ଟ୍ରେଲର ସମ୍ମାନାସ୍ପଦ ଆଧ୍ୟାତ୍ମିକ ବକ୍ତା ପୂଜ୍ୟ ଶ୍ରୀ ଇନ୍ଦ୍ରେଶ ଉପାଧ୍ୟାୟ ମହାରାଜ ଜୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । କଟକରେ ସମ୍ପ୍ରତି ତାଙ୍କର ଚାଲିଥିବା ଶ୍ରୀମଦ ଭାଗବତ କଥା ଅବସରରେ ଭବ୍ୟ ଆୟୋଜନରେ ଏହି ସ୍ମରଣୀୟ ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଚଳଚ୍ଚିତ୍ରର ଟ୍ରେଲରକୁ ଉପସ୍ଥିତ ୧୦ ହଜାର ଭକ୍ତଙ୍କ ନିମନ୍ତେ ପ୍ରଦର୍ଶିତ କରାଯାଇଥିଲା ।

ଏହା ଭାରତରେ ଯେକୌଣସି ଆନିମେସନ ଚଳଚ୍ଚିତ୍ର ନିମନ୍ତେ ଏହା ସର୍ବବୃହତ ଦର୍ଶକଙ୍କ ଶାରୀରିକ ଉପସ୍ଥିତିରେ ଟ୍ରେଲର ଉନ୍ମୋଚନ କାର୍ଯ୍ୟକ୍ରମ ଥିଲା । ଉପସ୍ଥିତ ଜନତାଙ୍କର ‘ଜୟ ଜଗନ୍ନାଥ‘ ଧ୍ୱନିରେ କାର୍ଯ୍ୟକ୍ରମ ସ୍ଥଳ ଉଛୁଳି ପଡୁଥିବାବେଳେ ସେଠାୋର ଲାଗିଥିବା ପରଦାଗୁଡିକରେ ଦୃଶ୍ୟଗୁଡିକ ଝଲସି ଉଠୁଥିଲା ଏବଂ ଏହା ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଥିଲା, ଯେଉଁଠାରେ ପାରମ୍ପରିକ ଆଧ୍ୟାତ୍ମିକ କାହାଣୀ କଥନ ସାବଲୀଳ ଭାବରେ ଆଧୁନିକ ନାଟ୍ୟସ୍ତର ସହିତ ସମ୍ମିଶ୍ରୁତ ହୋଇଥିଲା ।

ଭଗବାନ ଜଗନ୍ନାଥଙ୍କ ଉପରେ ପ୍ରଥମ ସର୍ବଭାରତୀୟ ଆନିମେଟେଡ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଥିବା ମହାପ୍ରଭୁ ଜଗନ୍ନାଥ ଚଳଚ୍ଚିତ୍ରରେ ପ୍ରାଚୀନ ଐତିହ୍ୟକୁ ରୋମାଞ୍ଚପୂର୍ଣ୍ଣ ଏବଂ ପିଲାମାନଙ୍କ ନିମନ୍ତେ ସମ୍ପର୍କିତ କରି ଗଢିତୋଳିବାକୁ ବିଶ୍ୱଶ୍ରେଣୀର ଆନିମେସନର ପ୍ରୟୋଗ କରାଯାଇଛି । ନୂଆକରି ଉନ୍ମୋଚିତ ଟ୍ରେଲରରେ ଅତି ସୁନ୍ଦର ଭାବରେ ଭକ୍ତି, ଏକତା ଏବଂ ବିଶ୍ୱାସର ମୂଳ ବାର୍ତ୍ତାକୁ ପ୍ରଦର୍ଶିତ କରାଯାଇଛି, ଯାହା ପିଲାମାନଙ୍କ ନିମନ୍ତେ ଏହି ସମସ୍ତ ଚିରନ୍ତନ ମୂଲ୍ୟବୋଧଗୁଡିକୁ ଏକ ସୁସଂହତ ଦୃଶ୍ୟଗତ ଭାଷାରେ ଧରି ରଖିଛି ।

ଟ୍ରେଲରର କେନ୍ଦ୍ର ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ଏବଂ ତାଙ୍କର ଭକ୍ତଗଣଙ୍କ ମଧ୍ୟରେ ଥିବା ଅନନ୍ୟ ମଧୁର, ଦୟାଶୀଳ ଏବଂ ସହଚର ସମ୍ପର୍କକୁ ସ୍ଥାନ ଦିଆଯାଇଛି । ଏହାର ଉନ୍ମୋଚନ ଅବସରରେ ଉପସ୍ଥିତ ୧୦ ହଜାର ଭକ୍ତଙ୍କର ଅଫୂରନ୍ତ ଶକ୍ତି ଏବଂ ପ୍ରବଳ ଆଗ୍ରହକୁ ଲକ୍ଷ୍ୟକରି ଏଲି ଆନିମେସନସ୍‌ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ପ୍ରଯୋଜକ ଦୁର୍ଗା ପ୍ରସାଦ ଦଳାଇ ନିଜର ଉଲ୍ଲାସ ଭାବ ବ୍ୟକ୍ତ କରି କହିଥିଲେ, “ଆମର ଏହି ଟ୍ରେଲର ଦେଖିବା ସମୟରେ ହଜାର ହଜାର ଭକ୍ତଙ୍କର ହୃଦୟ ଭକ୍ତିଭାବରେ ପରିପୂର୍ଣ୍ଣ ହୋଇଯାଉଥିବାର ଅନୁଭୂତିକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ ।

ଏହି ଦର୍ଶନୀୟ ଅଭ୍ୟର୍ଥନା ଏହା ପ୍ରମାଣିତ କରୁଛି ଯେ ଜଣେ ଯେତେବେଳେ ଆମର ସମୃଦ୍ଧ ଭାରତୀୟ ଐତିହ୍ୟକୁ ବିଶ୍ୱ ଶ୍ରେଣୀର ଆନିମେସନରେ ଧରି ରଖନ୍ତି, ଏହା ପରିବାରର ଉଭୟ ପିଲା ଏବଂ ବୟସ୍କ ସଦସ୍ୟମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ । ପରବର୍ତ୍ତୀ ପିଢି ନିମନ୍ତେ ରୋମାଞ୍ଚକାରୀ, ସୁସଂହତ ଏବଂ ଦୃଶ୍ୟଗତ ଭାବରେ ଚମକ୍ରାର ହୋଇଥିବା ଢାଞ୍ଚାରେ ଆମର ମୂଳକୁ ଜୀବନ୍ତ କରି ରଖିବାକୁ ଆମେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛୁ । ପବିତ୍ର ସ୍ଥଳଗୁଡିକରୁ ଏହି ଐଶ୍ୱରିକ ଶକ୍ତିକୁ ଆମେ ସିଧା ଭାରତର ବଡ ପରଦାଗୁଡିକୁ ନେବା ପାଇଁ ପ୍ରସ୍ତୁତ ଅଛୁ ।”

ଏହି ଆକାଂକ୍ଷିତ ସର୍ବଭାରତୀୟ ପ୍ରୟାସରେ ସୃଜନଶୀଳ ପ୍ରତିଭା ଏବଂ ପ୍ରମୁଖ ପ୍ରଯୋଜନା ସଂସ୍ଥାଗୁଡିକର ଏକ ବିରଳ ସମ୍ମିଶ୍ରଣ ଘଟିଛି ଏବଂ ବିପୁଳ ଲୋକପ୍ରିୟତା ହାସଲ କରିଥିବା ପୋଗୋ ଚାନେଲ ଟିଭି ସିରିଜ୍‌ ଜୟ ଜଗନ୍ନାଥ ପରେ ଏଲି ଆନିମେସନ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ଦୁର୍ଗା ପ୍ରସାଦ ଦଳାଇଙ୍କ ପ୍ରଯୋଜନାରେ ଏହି ଆନିମେସନ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଚଳଚ୍ଚିତ୍ରର ମହାନ ଦୃଷ୍ଟିକୋଣ ଶ୍ରେୟ ନିର୍ଦ୍ଦେଶକ ଶ୍ରୀପଦ ୱର୍ଖେଡକରଙ୍କୁ ଯାଉଥିବାବେଳେ ଏଥିରେ ହୃଦୟସ୍ପର୍ଶୀ ଏବଂ ଭାବପ୍ରବଣତା ସହିତ ମେଳ ଖାଉଥିବା ବର୍ଣ୍ଣନା ରହିଛି ତଥା ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ପଲ୍ଲବୀ ଶର୍ମା ।

ଚଳଚ୍ଚିତ୍ରଗତ ଅନୁଭୂତି ସହିତ ଏକ ଐଶ୍ୱରୀୟ ପରସ୍ତ ଯୋଡି ଅଭିରାଲ କୁମାର ଏହି ପୌରାଣିକ କଥାକୁ ଦେଶବ୍ୟାପୀ ପରଦାଗୁଡିକରେ ଜୀବନ୍ତ କରି ଗଢିତୋଳିବାକୁ ଆତ୍ମାକୁ ଛୁଉଁଥିବା ସଂଗୀତ ପ୍ରସ୍ତୁତ କରିଛନ୍ତି ।
ଭାଗବତ କଥା ଅବସରରେ ଏହାର ଟ୍ରେଲର ଉନ୍ମୋଚନ ଭବ୍ୟ ଆକାରରେ ଏବଂ ଅଫୂରନ୍ତ ଉତ୍ସାହ ଆନନ୍ଦର ସହିତ ଅନୁଷ୍ଠିତ ହେବା ପରବର୍ତ୍ତୀ ସମୟରେ ମହାପ୍ରଭୁ ଜଗନ୍ନାଥ ଆନିମେଟେଡ ଚଳଚ୍ଚିତ୍ର ସମଗ୍ର ଦେଶରେ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡିକରେ ହିନ୍ଦୀ, ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଜୁଲାଇ ୧୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version