ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଭୁବନେଶ୍ୱର :- ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍ ଗୁଡିକ ହେଉଛି ଦ୍ବିତୀୟ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍ ଅପରେଟରମାନେ କୌଣସି କାରଣରୁ ବନ୍ଦ କରିଦେଇଛନ୍ତି। ମହଙ୍ଗା ଚାର୍ଜ ହେତୁ ଦ୍ୱିତୀୟ ସିମ୍ କାର୍ଡ ବନ୍ଦ କରିବାକୁ ଏହାର କାରଣ କୁହାଯାଉଛି। ଟେଲିକମ୍ ରେଗୁଲେଟୋରୀ ଏବଂ ଅଥରିଟି ଅଫ୍ ଇଣ୍ଡିଆ ଏପ୍ରିଲ୍ ପାଇଁ ଏହି ସଂଖ୍ୟା ପ୍ରକାଶ କଲାବେଳେ କହିଥିଲା ଯେ ନଭେମ୍ବର ୨୦୧୯ ରେ ଫୋନ୍ କମ୍ପାନୀଗୁଡିକର ଚାର୍ଜ ବୃଦ୍ଧି ହେତୁ ପ୍ରାୟ ୭ ନିୟୁତ ସିମ୍ ବନ୍ଦ ହୋଇଯାଇଥିଲା ଏବଂ ସ୍ମାର୍ଟଫୋନ୍ ମହଙ୍ଗା ପଡିଥିଲା। ଏହି ସମ୍ବନ୍ଧରେ କୁହାଯାଇଛି ଯେ ଲୋକମାନଙ୍କର ଖର୍ଚ୍ଚ କମାଇବା ପାଇଁ ଦ୍ୱିତୀୟ ସିମ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅପରପକ୍ଷେ ଉପଭୋକ୍ତାମାନେ ନିଜ ଆଡୁ ମୋବାଇଲ୍ ଫୋନ୍ ସିମ୍ ବନ୍ଦ କରିବା ସମ୍ଭବ ନୁହେଁ। ଅତ୍ୟଧିକ ଟାରିଫ୍ ଯୋଗୁ ଗ୍ରାହକ ସବୁ ସିମ୍ ଆକ୍ଟିଭ୍ କରିବାରେ ସକ୍ଷମତା ପ୍ରକାଶ କରୁଛନ୍ତି। ତେଣୁ ଦ୍ବିତୀୟ ସିମ୍ଟିକୁ ସବୁ ସମୟରେ ଆକ୍ଟିଭ୍ ରଖିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରିନାହିଁ। ଅତ୍ୟଧିକ ଟାରିଫ୍ ଯୋଗୁଁ ଗ୍ରାହକ ସବୁ ସିମ୍ ଆକ୍ଟିଭ କରିବାରେ କ୍ଷମତା ପ୍ରକାଶ କରୁଛନ୍ତି । ତେଣୁ ଦ୍ୱିତୀୟ ସିମଟିକୁ ସବୁ ସମୟରେ ଆକ୍ଟିଭ ରଖିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ । ହେଲେ ଆଗକୁ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍ ଅପରେଟରଙ୍କ ନଜର ଏବେ ଦ୍ୱିତୀୟ ସିମ ଉପରେ ।
ଏଠାରେ ସୂଚନାଯୋଗ୍ୟ ଯେ, ଟେଲିକମ୍ ଇତିହାସରେ ୨୦୧୦ଠାରୁ ଦ୍ବିତୀୟ ସିମ୍ ରଖିବାର ଟ୍ରେଣ୍ଡ୍ ପ୍ରଚଳିତ ହୋଇଆସୁଥିଲା। ଟ୍ରାଇ ରିପୋର୍ଟ ଅନୁଯାୟୀ, ୧୬.୮ ଲକ୍ଷ ନୂତନ ଗ୍ରାହକ ସହ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୪୦.୫ କୋଟିରେ ପହଞ୍ଚିଛି। ଅପରପକ୍ଷେ ଭାରତୀ ଏୟାରଟେଲ ଏପ୍ରିଲରେ ୮.୧ ଲକ୍ଷ ନୂତନ ଗ୍ରାହକଙ୍କୁ ଏହାର ନେଟୱକରେ ଯୋଡିଛି। ଏହାସହିତ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୬.୧୧ କୋଟିକୁ ବୃଦ୍ଧି ପାଇଛି। ଏପ୍ରିଲ୍ ୨୦୨୨ ମସିହାରେ ୧୫.୬୮ ଲକ୍ଷ ଗ୍ରାହକ ଭୋଡାଫୋନ୍-ଆଇଡିଆ ଛାଡିବା ଯୋଗୁ କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୨୫.୯ କୋଟିକୁ ଖସିଆସିଛି।© 2023 Odisha Taza News.