• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଗ୍ନିପଥ ଏବଂ ଜଣେ ପୂର୍ବତନ ନୌସୈନିକଙ୍କ ସତ କାହାଣୀ ….

Proprietor Abhimanyu Maharana by Proprietor Abhimanyu Maharana
June 24, 2022
in ଓଡ଼ିଶା, ମହାନଗର, ହୋମ୍
0
ଅଗ୍ନିପଥ ଏବଂ ଜଣେ ପୂର୍ବତନ ନୌସୈନିକଙ୍କ ସତ କାହାଣୀ ….
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଭୁବନେଶ୍ୱର :- ୧୯୯୩ ରେ ମୁଁ ମେଟ୍ରିକ୍ ରେ ଫାଷ୍ଟ୍ ଡିଭିଜନ ପାଇଲା ପରେ ସାହିପଡ଼ିଶା ଓ ବନ୍ଧୁବାନ୍ଧବ ସମସ୍ତେ ଖୁସୀ। କିଏ କହିଲେ, ରେଭେନ୍ସାରେ ପଢୁ କିଏ କହିଲେ ବିଜେବିରେ। ମାମୁଁଙ୍କର ଏକା ଜିଦ୍ ସେ BOSE (ସେତେବେଳେ ଛତୁ ଫୁଟିଲା ଭଳି ଇଞ୍ଜିନିୟରିଂ କଲେଜ୍ ନଥାଏ) ରେ ଇଞ୍ଜିନିୟରିଂ କରୁ। ସବୁ ଶୁଣି ବାପା କିନ୍ତୁ ଚୁପଚାପ୍ ଥାଆନ୍ତି ସବୁବେଳେ। ଚତୁର୍ଥ ଶ୍ରେଣୀ କର୍ମଚାରୀ, ମୁଣ୍ଡ ଉପରେ ବଢିଲା ଝିଅଙ୍କ ବୋଝ। ପାଠପଢା଼ ପାଇଁ ଏତେ ଗୁଡାଏ ଟଙ୍କା ସେ ବା ଆଣିବେ କେଉଁଠୁ..? ସବୁଠି ଫର୍ମ ପଡିଲା, ଗୁଡାଏ ଯାଗାରୁ ଇଣ୍ଟିମେଶନ୍ ଆସିଲା। ଟେକ୍ସଟାଇଲ୍ ଇଞ୍ଜିନିୟରିଂ ପାଇଁ BOSE ରୁ ବି ଇଣ୍ଟିମେଶନ୍ ଆସିଥାଏ। କୋଉଠି ପଢିଲେ କେତେ ଖର୍ଚ୍ଚ ସବୁ ହିସାବ ହେଲା ।

ଶେଷରେ +2 Sc. ପଢିବା ପାଇଁ ମୋର ଆଡମିଶନ୍ କରାଗଲା ବାଙ୍କୀରେ। ଗାଁଠୁ କଲେଜ୍ ୨୧ କିଲୋମିଟର। ସବୁଦିନ ସକାଳୁ ଯାଇ ଫେରିଲା ବେଳକୁ ସଂଜ। ମାତ୍ର ଦୁଇବର୍ଷର କଲେଜ୍ ଲାଇଫ୍ ପରେ ମୋର ସିଲେକ୍ସନ୍ ହୁଏ ଭାରତୀୟ ନୌସେନାରେ। ସମସ୍ତଙ୍କ ମତାମତ ନେଲାବେଳକୁ କେତେ କଥା ଉଠିଲା। କିଏ କହିଲେ, ଭଲ ତ ପଢୁଛି ଆଉ ପଢୁ। କିଏ କହିଲେ, ଚାକିରି କରିବା ବେଳ କଣ କୁଆଡେ ପଳେଇ ଯାଉଛି। ମୁଁ କିନ୍ତୁ ଆମ ଘର ଅବସ୍ଥା ଜାଣିଥିଲି। ସେଦିନ ଟ୍ରେନିଂ ପାଇଁ ଘରୁ ବାହାରି ଗଲାବେଳେ ବାପାଙ୍କ ଅସହାୟତାକୁ ମୁଁ ଅନୁଭବ କରିଛି। ଲୁଚେଇକି ଲୁହ ପୋଛିଲା ବେଳେ ସେ ମୋ ଆଗରେ ଧରାପଡିଛନ୍ତି ବାରମ୍ବାର । ସେତେବେଳେ Navy ପାଇଁ ମୁଁ କେତେ ଆବଶ୍ୟକ ଥିଲି ତାହା ମୁଁ ଜାଣିନି, ମୁଁ ଆଉ ମୋ ପରିବାର ପାଇଁ କିନ୍ତୁ Navy ଭଳି ଚାକିରି ଖଣ୍ଡିଏର ଖୁବ୍ ଆବଶ୍ୟକତା ଥିଲା।

ଅଗ୍ନିପଥ ହୁଏତ କାହାପାଇଁ ଆନ୍ଦୋଳନ କରିବାର ଏକ ମାଧ୍ୟମ ହୋଇପାରେ ଆଉ କେହି କେହି ଏ ଜଳୁଥିବା ନିଆଁରେ ଘିଅ ଢାଳି ଦେଇପାରନ୍ତି ହେଲେ ମୋ ଭଳି ଅବସ୍ଥାରେ ଥିବା ଅନେକଙ୍କ ପାଇଁ ଏହା ଏକ ଆଶାର ଆଲୋକ ଶିଖା ସଦୃଶ। ବିରୋଧ କରୁଥିବା ବ୍ଯକ୍ତିମାନେ କଣ ୨୧ ରୁ ୨୪ ବର୍ଷ ବୟସ ଭିତରେ ସେଟେଲ୍ ହୋଇଯାଉଛନ୍ତି କି..? ସେମାନଙ୍କୁ ତ କେହି ନିମନ୍ତ୍ରଣ ଦେଇନାହାନ୍ତି କି କୌଣସି ପ୍ରକାରର ବାଧ୍ୟବାଧକତା ମଧ୍ଯ ନାହିଁ। ଅଗ୍ନିପଥ ବ୍ଯତୀତ ଅନ୍ୟପଥ ସେମାନଙ୍କ ପାଇଁ ସବୁବେଳେ ଉନ୍ମୁକ୍ତ। ସଂକ୍ଷେପରେ ଅଗ୍ନିପଥ 

ପ୍ରତି ଚାରିଜଣଙ୍କ ଭିତରୁ ଜଣେ ସେନାରେ ସ୍ଥାୟୀ ନିଯୁକ୍ତି ପାଇବାର ସମ୍ଭାବନା। ପ୍ରଶିକ୍ଷଣ ଲାଭକରି ଚାରି ବର୍ଷର ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପରେ ନିଶ୍ଚିତ ଜଣେ ଅଗ୍ନିବୀର ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଆଗରେ ଥିବ।   ଚାରି ବର୍ଷ ପରେ ଅଗ୍ନିବୀରଙ୍କୁ ଆସାମ୍ ରାଇଫଲ୍ସ୍ ଏବଂ ସେଣ୍ଟ୍ରାଲ୍ ଆର୍ମ୍ଡ ପୋଲିସ୍ ଫୋର୍ସ ରେ ପ୍ରାଥମିକତା ଦେବାପାଇଁ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି।  ଉତ୍ତର ପ୍ରଦେଶ, ମଧ୍ଯ ପ୍ରଦେଶ, ଉତ୍ତରାଖଣ୍ଡ, ଆସାମ ଓ ହରିଆଣା ଆଦିର ପ୍ରଦେଶ ସରକାର ଅଗ୍ନିବୀରଙ୍କୁ ରାଜ୍ୟ ପୋଲିସ୍ ଏବଂ ତାର ସହାୟକ ବଳରେ ପ୍ରାଥମିକତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।  ୨୧ ରୁ ୨୪ ବର୍ଷ ବୟସରେ ନିଜସ୍ବ ଜମାପୁଞ୍ଜି ଏବଂ ସରକାରଙ୍କ ପ୍ରଦତ୍ତ ରାଶିକୁ ମିଶାଇ ପାଖାପାଖି ୨୦ ଲକ୍ଷ ଟଙ୍କା ପ୍ରତି ଅଗ୍ନିବୀରଙ୍କ ହାତରେ ଥିବ। 

ଚାରିବର୍ଷ ପରେ ବହୁ ବଡ କମ୍ପାନୀ ଅଗ୍ନିବୀରଙ୍କୁ ନିଜ କମ୍ପାନୀରେ ସୁଯୋଗ ଦେବାପାଇଁ ଘୋଷଣା କରି ସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷାରେ “ନିଷ୍ପତ୍ତି ଏବଂ ସୁଧାର ଆରମ୍ଭରୁ ପସନ୍ଦ ଲାଗେନି, ପରେ ଏହାର ଫାଇଦା ମିଳେ।” ଇଣ୍ଡଷ୍ଟ୍ରିକୁ ଶୃଙ୍ଖଳିତ ଓ ପ୍ରଶିକ୍ଷିତ କର୍ମଚାରୀ ମିଳିବେ କହି ଏହି ସ୍କିମ୍ କୁ ସମର୍ଥନ କରିଛନ୍ତି ଟାଟା ସନ୍ସ୍ ର ଚେୟାରମ୍ୟାନ୍। ତିନି ବାହିନୀର ମୁଖ୍ଯ, ସେନା ଅଧିକାରୀ, ପୂର୍ବ ସେନା ଅଧିକାରୀ ଏବଂ ସୈନିକ ତଥା ବହୁ ବୁଦ୍ଧିଜୀବୀମାନଙ୍କ ମତରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଯିଏ ବିରୋଧ କରୁଛନ୍ତି କରୁଥାନ୍ତୁ, ଯେତେ ଆନ୍ଦୋଳନ ହେଉଛି ହେଉଥାଉ ଦିନେ ଦେଶ ଦେଖିବ ଲକ୍ଷ ଲକ୍ଷ ଯୁବକ ଅଗ୍ନିପଥକୁ ଆଦରି ନେବାପାଇଁ ଧାଡିବାନ୍ଧି ଛିଡା ହୋଇଥିବେ।

Really, eagerly waiting to see Agniveers in uniform. ପରିଶେଷରେ ଅଗ୍ନିପଥର ପଥିକଙ୍କ ପଥ ପୁଷ୍ପିତ ହେଉ, ସେନାରେ ସ୍ଥାୟୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବା ୨୫ ପ୍ରତିଶତ ଅଗ୍ନିବୀରମାନେ ନୂଆ ଇତିହାସ ରଚନା କରନ୍ତୁ । ଅଗ୍ନିପଥକୁ ଅତିକ୍ରମ କରି ଫେରିଥିବା ୭୫ ପ୍ରତିଶତ ଯୁବକମାନେ ସଗର୍ବେ କୁହନ୍ତୁ ଆମେ ଅଗ୍ନିବୀର ଆଉ ପ୍ରମାଣ କରନ୍ତୁ ନିଜକୁ । ବାଣ୍ଟନ୍ତୁ ଦେଶପ୍ରେମର ବାର୍ତ୍ତା । ଭାରତର ପୂର୍ବତନ ନୌସୈନିକ ଗୋପୀନାଥ ସେଠୀଙ୍କ ଫେସବୁକ୍ ରୁ ସଂଗୃହୀତ .. (ସେମାନେ କହିବେ, ଅନ୍ଧଭକ୍ତ ! ମୁଁ କହିବି, ଦଶବର୍ଷ ଭିତରେ ଛାତିରେ ପାଞ୍ଚଟା ମେଡାଲ୍ ପିନ୍ଧିଥିବା ମୋ ଦେଶର ଜଣେ ଫୌଜି ! )

ଉପସ୍ଥାପନା : ଶୁଭେନ୍ଦୁ କୁମାର ଭୂୟାଁ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

June 29, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

June 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version