• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

Proprietor Abhimanyu Maharana by Proprietor Abhimanyu Maharana
June 29, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଓଡିଶା ସରକାରଙ୍କ ଶକ୍ତି ବିଭାଗ ସହ ସହଭାଗିତାରେ ଭୁବନେଶ୍ୱରର ହୋଟେଲ ମେଫେୟାରଠାରେ “ପୂର୍ବ ଭାରତର ସବୁଜ ରୁପାନ୍ତରଣକୁ ଶକ୍ତି ପ୍ରଦାନ କରିବା- ନୀତି, ଉଦ୍ଭାବନ ଓ ଶିଳ୍ପ ଡିକାର୍ବନୀକରଣ” ବିଷୟବସ୍ତୁ ଉପରେ ସିଆଇଆଇ ଏନର୍ଜି କନ୍‌କ୍ଲେଭ ୨୦୨୬ର ଆୟୋଜନ କରାଯାଇଛି । ଏହି ସମ୍ମିଳନୀ ନୀତି ନିର୍ମାତା, ଶିଳ୍ପର ଲିଡର, ଶକ୍ତି ବିଶେଷଜ୍ଞ, ଟେକ୍ନୋଲୋଜି ପ୍ରଦାତା ଓ ସ୍ଥାୟିତ୍ୱ କ୍ଷେତ୍ରର ପେସାଦାରମାନଙ୍କୁ ଏକ ନିମ୍ନ-କାର୍ବନ ଓ ସ୍ଥାୟୀ ଭବିଷ୍ୟତ ଦିଗରେ ଓଡିଶାର ରୂପାନ୍ତରଣକୁ ତ୍ୱାରାନ୍ୱିତ କରିବା ପାଇଁ ରଣନୀତି ଉପରେ ଆଲୋଚନା କରିବା ପାଇଁ ଏକାଠି କରିଥିଲା । ନିଜ ଉଦ୍‌ଘାଟନୀ ଅଭିଭାଷଣରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ଅଗ୍ରଣୀ ସ୍ୱଚ୍ଛଶକ୍ତି ନିବେଶ କେନ୍ଦ୍ରରେ ପରିଣତ ହେବା ପାଇଁ ଓଡିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ସେ ସୋଲାର, ପବନ, ପମ୍ପ୍‌ଡ ଷ୍ଟୋରେଜ ଓ ହାଇବ୍ରିଡ ଶକ୍ତି ପ୍ରକଳ୍ପଗୁଡିକ ମାଧ୍ୟମରେ ୨୦୩୦ ସୁଦ୍ଧା ୧୧ ଜିଡବ୍ଲ୍ୟୁର ନବୀକରଣଯୋଗ୍ୟ ଶକ୍ତି କ୍ଷମତା ହାସଲ କରିବାର ରାଜ୍ୟର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ, ଓଡିଶା  ୬.୭ ଜିଡବ୍ଲ୍ୟୁ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପ ପାଇଁ ୬୭,୦୦୦ କୋଟି ଟଙ୍କା ମୂଲ୍ୟର ନିବେଶ ପ୍ରତିଶ୍ରୁତି ପାଇଥିବା ବେଳେ  ରାଜ୍ୟର ଉପକୂଳ ଅଂଚଳରେ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପ୍ରକଳ୍ପଗୁଡିକ ସବୁଜ ଶିଳ୍ପର ଅଭିବୃଦ୍ଧିକୁ ସମର୍ଥନ କରୁଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରାୟ ୨ ଲକ୍ଷ କୋଟି ଟଙ୍‌କା ମୂଲ୍ୟର ସ୍ୱଚ୍ଚ ଶକ୍ତି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ଏବଂ ଟ୍ରାନ୍ସମିଶନ ଭିତିଭୂମି କ୍ଷେତ୍ରରେ ୩୦,୦୦୦ କୋଟି ଟଙ୍କାର ଅତିରିକ୍ତ ନିବେଶ ଆଶା କରାଯାଉଛି, ଯାହା ସ୍ଥାୟୀ ଓ ସମାବେଶୀ ଅଭିବୃଦ୍ଧି ପାଇଁ ଓଡିଶାର ଭିଜନ ୨୦୪୭କୁ ସମର୍ଥନ କରୁଛି ।

ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରି ଓଡିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ବିଶାଲ କୁମାର ଦେବ ନବୀକରଣଯୋଗ୍ୟ ଶକ୍ତି, ଶକ୍ତି ଦକ୍ଷତା, ଗ୍ରୀନ ହାଇଡ୍ରୋଜେନ ଓ ସ୍ଥାୟୀ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରୟାସଗୁଡିକୁ ହାଇଲାଇଟ କରିଥିଲେ । ସେ ଓଡିଶାର ଟ୍ରାନ୍ସମିଶନ ଓ ବିତରଣ ଭିତିଭୂମିକୁ ମଜବୁତ କରିବା ପାଇଁ ୪୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ଏବଂ ଏକ ସ୍ଥିର ଶକ୍ତି ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଡେଭ୍‌ଲପର, ଟେକ୍ନୋଲୋଜି ପ୍ରଦାତା,  ଆର୍ଥିକ ଅନୁଷ୍ଠାନ ଓ ସ୍ଥାନୀୟ ସମୁଦାୟଗୁଡିକ ମଧ୍ୟରେ ସହଭାଗିତାର ମହତ୍ୱକୁ ଗୁରୁତ୍ୱାରୋପ କରିଛନ୍ତି ।

ଏଥିସହିତ ସେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ ୨୦୨୬ ଭୁବନେଶ୍ୱରରେ ଆୟୋଜିତ ହେବ ବୋଲି ଘୋଷଣା କରିଛନ୍ତି ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏବଂ ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡର ଅଧ୍ୟକ୍ଷ ଅନୀଲ କୁମାର ସିଂହ  ସ୍ୱଚ୍ଛ ଶକ୍ତି ନିବେଶ ଓ ସ୍ଥାୟୀ ଶିଳ୍ପ ବିକାଶ ପାଇଁ ଏକ କେନ୍ଦ୍ର ଭାବେ ଓଡିଶାର ବର୍ଦ୍ଧିତ ମହତ୍ୱକୁ ହାଇଲାଇଟ କରିଛନ୍ତି । ସେ ଓଡିଶାକୁ ପୂର୍ବ ଭାରତର ସବୁଜ ଶକ୍ତିର ପ୍ରବେଶଦ୍ୱାର ଭାବେ ଅବସ୍ଥାପିତ କରିବା ପାଇଁ ସରକାର, ଶିଳ୍ପ, ନିବେଶକ ଓ ଆର୍ଥିକ ଅନୁଷ୍ଠାନଗୁଡିକ ମଧ୍ୟରେ ମଜବୁତ ସହଯୋଗିତା ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସିଆଇଆଇ ଇଷ୍ଟର୍ଣ୍ଣ ରିଜିଅନ ଏନର୍ଜି ସବ୍‌କମିଟିର ଅଧ୍ୟକ୍ଷ ଏବଂ ଲେଜର ପାୱାର ଆଣ୍ଡ ଇନ୍‌ଫ୍ରା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦେବେଶ ଗୋୟଲ, ବିଶ୍ୱ ଶକ୍ତି କ୍ଷେତ୍ର, ଶକ୍ତି ସୁରକ୍ଷା, ସୁଲଭତା, ସ୍ଥାୟିତ୍ୱ ଓ ସ୍ଥିରତା ଦ୍ୱାରା ପରିଚାଳିତ ଦ୍ରୁତ ରୂପାନ୍ତରଣର ସମ୍ମୁଖୀନ ହେଉଛି ବୋଲି ଉଲ୍ଲେଖ କରି ସମ୍ମିଳନୀ ପାଇଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏନଟିପିସି ଲିମିଟେଡର ଆଂଚଳିକ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଜୟ ଚାନ୍ଦ ପୂର୍ବ ଭାରତକୁ ଏକ ବହୁମୂଖୀ ଶକ୍ତି ପରିବର୍ତନ ରଣନୀତି ମାଧ୍ୟମରେ ସ୍ଥାୟିତ୍ୱ ସହ ଶିଳ୍ପ ଅଭିବୃଦ୍ଧିକୁ ସନ୍ତୁଳିତ ରଖିବାର ଆବଶ୍ୟକତା ଉପରେ ମହତ୍ୱ ଦେଇଥିଲେ ।

ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରୀଜ ପ୍ରାଇଭେଟ ଲିମିଟେଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରଯୁକ୍ତ ପ୍ରଶାନ୍ତ ମାଥୁର ଭାରତର ଶକ୍ତି ସୁରକ୍ଷାକୁ ମଜବୁତ କରିବା ଏବଂ ଦେଶର ନବୀକରଣଯୋଗ୍ୟ ଶକ୍ତି ଲକ୍ଷ୍ୟକୁ ସମର୍ଥନ କରିବା କ୍ଷେତ୍ରରେ ଘରୋଇ ସୋଲାର ଉତ୍ପାଦନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ବ୍ୟାପକ ସ୍ତରର ସୋଲାର ନିୟୋଜନ ପାଇଁ ନିରନ୍ତର ନୀତି ସମର୍ଥନ, ଟେକ୍ନୋଲୋଜି ଉଦ୍ଭାବନ ଓ ଯୋଗାଣ ଶୃଙ୍ଖଳା ସ୍ଥିରତା ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

ଆଭାଡା ଗ୍ରୁପର ଗ୍ରୀନ ହାଇଡ୍ରୋଜେନ ଆଣ୍ଡ ଆମୋନିଆ ବିଜନେସ୍‌ର ଅଧ୍ୟକ୍ଷ ଓ ମୁଖ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ଚୌବେ ଜଟିଳ କ୍ଷେତ୍ରଗୁଡିକର ଡିକାର୍ବନୀକରଣ ଓ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧିକୁ ଆଗକୁ ବଢାଇବା କ୍ଷେତ୍ରରେ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆର ପରିବର୍ତନଶୀଳ କ୍ଷମତାକୁ ସୂଚିତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଓଡିଶାର ମଜବୁତ ଶିଳ୍ପ ଇକୋସିଷ୍ଟମ, ବନ୍ଦର ଭିତିଭୂମି ଓ ନବୀକରଣଯୋଗ୍ୟ ଶକ୍ତି କ୍ଷମତା, ରାଜ୍ୟକୁ ଗ୍ରୀନ ହାଇଡ୍ରୋଜେନ ନିବେଶ ଓ ରପ୍ତାନୀ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରୁଛି ।

ଉଦ୍‌ଯାପନୀ ଅଭିଭାଷଣରେ ଶ୍ରୀଯୁକ୍ତ ମଣିକାନ୍ତ ନାୟକ ପୂର୍ବ ଭାରତର ସମୁଜ ରୂପାନ୍ତରଣକୁ ତ୍ୱାରାନ୍ୱିତ କରିବା ପାଇଁ ସରକାର, ଶିଳ୍ପ, ଆର୍ଥିକ ଅନୁଷ୍ଠାନ ଓ ଟେକ୍ନୋଲୋଜି ପ୍ରଦାତାଙ୍କ ମଧ୍ୟରେ ସହଭାଗୀ କାର୍ଯ୍ୟର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ ଏବଂ ଓଡିଶାର ରଣନୈତିକ ସୁବିଧା, ପ୍ରଗତିଶୀଳ ନୀତି ଢାଂଚା, ମଜବୁତ ଶିଳ୍ପ ଆଧାର ଓ ବିସ୍ତୃତ ନବୀକରଣଯୋଗ୍ୟ ଶକ୍ତି କ୍ଷମତାକୁ ରେଖାଙ୍କିତ କରିଥିଲେ ଯାହା ରାଜ୍ୟକୁ ସ୍ୱଚ୍ଛ ଶକ୍ତି, ଗ୍ରୀନ ହାଇଡ୍ରୋଜେନ ଓ ସ୍ଥାୟୀ ଶିଳ୍ପ ବିକାଶ କ୍ଷେତ୍ରରେ ଏକ ଜାତୀୟ ଲିଡରଭାବେ ଉଭା ହେବା ପାଇଁ ସାହାଯ୍ୟ କରିବ ।

ଏହି ସମ୍ମିଳନୀ ଓଡିଶାର ଶକ୍ତି ବିଭାଗ ସହ ଏକ ଅଂଶଗ୍ରହଣକାରୀଙ୍କ ପରାମର୍ଶ କାର୍ଯ୍ୟକ୍ରମର ଆୟୋଜନ କରିଥିଲା, ଯାହା ଶକ୍ତି କ୍ଷେତ୍ରରେ ନୀତିଗତ ହସ୍ତକ୍ଷେପ, ନିୟାମକୀୟ ସୁଧାର ଏବଂ ଉଦୀୟମାନ ସୁଯୋଗଗୁଡିକ ସମ୍ପର୍କରେ ଆଲୋଚନା କରିବା ପାଇଁ ଶିଳ୍ପ ପ୍ରତିନିଧିଙ୍କ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି । ଏହାଛଡା ଏଠାରେ ୩ଟି ବିଷୟବସ୍ତୁ ଉପରେ ବୈଷୟିକ ଆଲୋଚନାଚକ୍ରର ଆୟୋଜନ ହୋଇଥିଲା ତାହା ହେଉଛି: ଭାରତୀୟ ଶିଳ୍ପ ପାଇଁ ସବୁଜ ମୂଲ୍ୟ ସୃଷ୍ଟି କରିବା ଓ ଜଳବାୟୁ ସ୍ଥିରତା ଗଠନ କରିବା; ଗ୍ରୀନ ହାଇଡ୍ରୋଜେନ,

ଭବିଷ୍ୟତର ଇନ୍ଧନ, ନବୀକରଣଯୋଗ୍ୟ ଶକ୍ତି, ଷ୍ଟୋରେଜ ଓ ଗ୍ରୀନ ଇଂଟିଗ୍ରେଶନ-  ଓଡିଶାର ସ୍ୱଚ୍ଛ ଶକ୍ତି ଭବିଷ୍ୟତ ନିର୍ମାଣ କରିବା; ସୁଧାରଠାରୁ ପରିବର୍ତନ ପର୍ଯ୍ୟନ୍ତ: ଶିଳ୍ପ ଡିକାର୍ବନୀକରଣ ପାଇଁ ମାର୍କେଟ ମେକାନିଜିମଗୁଡିକୁ  ଉନ୍ମୋଚନ କରିବା । ଏହି ଆଲୋଚନା ଶିଳ୍ପ ଡିକାର୍ବନାଇଜେଶନକୁ ତ୍ୱରାନ୍ୱିତ କରିବା ପାଇଁ ଜଳବାୟୁ ସ୍ଥିରତା, ନବୀକରଣଯୋଗ୍ୟ ଶକ୍ତି ଏକତ୍ରୀକରଣ, ଗ୍ରୀନ ହାଇଡ୍ରୋଜେନ, ଶକ୍ତି ସଂରକ୍ଷଣ ସିଷ୍ଟମ, ଟ୍ରାନ୍ସମିଶନ ଭିତିଭୂମି ,

କାର୍ବନ ମାର୍କେଟ, ନୀତିଗତ ସୁଧାର, ଆର୍ଥିକ ପ୍ରୋତ୍ସାହନ ଓ ବଜାର-ଆଧାରିତ ବ୍ୟବସ୍ଥା ଉପରେ କେନ୍ଦ୍ରିତ ଥିଲା । ଏହି ସମ୍ମିଳନୀରେ ଦେଶବ୍ୟାପୀ ଶିଳ୍ପର ନେତୃବୃନ୍ଦ, ନୀତିନିର୍ମାତା, ଏନର୍ଜି ପ୍ରଫେସନାଲ, ଟେକ୍ନୋଲୋଜି ଉଦ୍ଭାବକ ଓ ସ୍ଥାୟିତ୍ୱ ବିଶେଷଜ୍ଞମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଯାହା ଭାରତର ସ୍ୱଚ୍ଛ ଶକ୍ତି ଭବିଷ୍ୟତକୁ ରୂପ ଦେବାରେ ଓଡିଶାର ବର୍ଦ୍ଧିତ ଭୂମିକାକୁ ସୁଦ୍ୟଢ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

June 29, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

June 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version