
ରଣପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚକାଶିଳା କ୍ଷେତ୍ର ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି । ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନବେଦୀକୁ ବିଜେ କରିଥିବା ବେଳେ, ସ୍ନାନ ପରେ ଶ୍ରୀଜଗନ୍ନାଥ,

ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଗଜାନନ ବେଶରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି । ଏହି ଅପୂର୍ବ ବେଶ ଦର୍ଶନ ପାଇଁ ସକାଳ ଠାରୁ ମନ୍ଦିର ପରିସରରେ ଭକ୍ତଙ୍କ ବ୍ୟାପକ ସମାଗମ ପରିଲକ୍ଷିତ ହୋଇଥିଲା । ପାରମ୍ପରିକ ବିଧି ଅନୁଯାୟୀ ସେବାୟତ ମାନଙ୍କ ଦ୍ୱାରା ଠାକୁର ମାନଙ୍କୁ ସ୍ନାନମଣ୍ଡପକୁ ପହଣ୍ଡିରେ ବିଜେ କରାଯାଇଥିଲା ।

ପରେ ୧୦୮ ଗଡୁ ପବିତ୍ର ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଥିଲା । ସ୍ନାନ ପରେ ଚନ୍ଦନ ଲାଗି ନୀତି ସମ୍ପନ୍ନ କରାଯାଇ ଗଜାନନ ବେଶ ଧାରଣ କରାଯାଇଥିଲା । ଫୁଲ, ବିଭିନ୍ନ ଅଳଙ୍କାର ଓ ଆଭୂଷଣରେ ଶ୍ରୀବିଗ୍ରହମାନଙ୍କୁ ସୁସଜ୍ଜିତ କରାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଛି ।

ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେବାୟତ ମାନଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ କରାଯାଇ ଠାକୁରଙ୍କ ପହଣ୍ଡି, ସ୍ନାନ ଓ ଗଜାନନ ବେଶ ଶେଷ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ରାତି ପ୍ରାୟ ୯ଟାରେ ସ୍ନାନମଣ୍ଡପରୁ ତିନି ଠାକୁରଙ୍କ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କ ର

ଅଣସର ନୀତି ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନଙ୍କ ଉପସ୍ଥିତି ତଥା ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସେବାୟତ , ମନ୍ଦିର କର୍ମଚାରୀ ,















