ଓଡ଼ିଶା ତାଜା ନ୍ୟୁଜ୍/୨୩ ଜୁନ ଗୁରୁବାର/ଖୋର୍ଦ୍ଧା-ଜଟଣୀ :- ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବଶ ପାଳିତ ହୋଇଯାଇଛି । ଆଜି ତିରୁପତି ଶତପଥିଙ୍କ ବଳିଷ୍ଠ ନେତୃତ୍ୱରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବଶ ଅବସରରେ ଜଟଣୀ ନଗର ମଣ୍ଡଳ ତରଫରୁ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ସହିତ “ସ୍ଵଛ ଭାରତ ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇ କୁଦିଆରୀ ମହତାବ ନଗରରେ ନଳକୂପ ଗୁଡ଼ିକୁ ପରିସ୍କାର କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସ୍ଵଛ ଭାରତ ଅଭିଯାନର ସହ ସଂଯୋଜକ ମହେଶ ମିଶ୍ର, ବିଜେପି ଯୁବମୋର୍ଚା ନଗର ମଣ୍ଡଳ ସଭାପତି ନାଗଭୁସଣ ରାୟ, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ପ୍ରଧାନ, ଚିତ୍ତରଞ୍ଜନ ସୁନ୍ଦରାୟ,ରଞ୍ଜନ ପଟ୍ଟନାୟକ, ରଘୁନାଥ ନାୟକ, ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ପ୍ରମୁଖ ବିଜେପିର ଅନେକ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ ।














