ପୁରୀ ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ମଣିଷ ଜଣେ ସାମାଜିକ ପ୍ରାଣୀ । ମଣିଷର ବିବର୍ତ୍ତନବାଦ ସହ ସମାଜର ପ୍ରଗତି ଅଙ୍ଗାଙ୍ଗି ଭାବେ ଜଡ଼ିତ । ସମାଜ ଉପରେ ନିର୍ଭରଶୀଳ ମଣିଷ ତା ଜୀବଦଶା ଭିତରେ ସମାଜକୁ କିଛି ଫେରେଇବା ଉଚିତ୍। ହୁଏତ ଏଥିପାଇଁ ନୂଆ ଶିକ୍ଷାନୀତିରେ ବ୍ୟବସ୍ଥା ଅଛି ମହାବିଦ୍ୟାଳୟ ସ୍ତରୀୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାମାଜିକ ପ୍ରତିବଦ୍ଧତା ବିଷୟରେ । ଏହି ଲକ୍ଷ୍ୟନେଇ ସାମାଜିକ ଅନୁଷ୍ଠାନ ‘ ସମ୍ପର୍କ ‘ ୟୁଥ୍ ହଷ୍ଟେଲ ପରିସରରେ ସୁରଜମଲ୍ ଶାହା ମହାବିଦ୍ୟାଳୟ ସ୍ନାତକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଇନଟର୍ନସିପ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।















