No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତରବା ପଞ୍ଚାୟତ ଅନ୍ତର୍ଗତ ହାଚିପଙ୍କା ଗ୍ରାମ ନିକଟରେ କିଛି ବଳଦ ଓ ଗାଇ ଘାସ ଚରୁଥିବା ବେଳେ ଅପରାହ୍ନ ୪ଟା ବେଳେ ହଠାତ ବର୍ଷା ଓ ପବନ ଆସିବାରୁ ବଳଦ ଓ ଗାଇ ଏକ ପଣସ ଗଛ ମୂଳକୁ ଚାଲିଆସିଥିଲେ । ଏହି ସମୟରେ ଘଡଘଡି ସହ ବଜ୍ରଘାତ ହେବାରୁ ଘଟଣାସ୍ଥଳରେ ଗ୍ରାମର ସୁନେମି ମଳିକ,ରିକାର୍ଦ ମଳିକ, ବର୍ଣ୍ଣବାସ ମଳିକ,ସାମନ୍ତ ମାଝୀଙ୍କ ଗୋଟିଏ ଲେଖାଏଁ ବଳଦର ମୃତ୍ୟୁ ଘଟିଥିବା ବେଳେ ପ୍ରତାପ ମଳିକଙ୍କର ଗୋଟିଏ ଗାଇର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସେହିପରି ଶିକୁଳିପଦର ପଞ୍ଚାୟତ ଅଧିନ ଧନୁପଦା ଗ୍ରାମ ନିକଟରେ ଦେବ ବେହେରାଙ୍କ ୨ଟି ବଳଦ ଘାସ ଚରୁଥିବା ବେଳେ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରର୍ମର ସଂସ୍ପର୍ଶରେ ଆସିବାରୁ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ବଳଦ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ମୋହନା ପ୍ରାଣୀ ଚିକିତ୍ସକ ଡ. ବିରେନ୍ଦ୍ର ପଣ୍ଡା ଓ କର୍ମଚାରୀ ଉଭୟ ସ୍ଥାନରେ ପହଞ୍ଚି ଶବ ବ୍ୟବଚ୍ଛେଦକରିଛନ୍ତି ।

No Result
View All Result